ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ମାମଲା : ପାରାଦୀପରେ ଦୁଇଟି ଜାହାଜ ଗିରଫ

ପାରାଦୀପ ୨୧।୩: ପାରାଦୀପରେ ଦୁଇ ଜାହାଜ ଗିରଫ । ତୁରନ୍ତ ଗିରଫ କରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୁଇ ଜାହାଜକୁ ପାରାଦୀପ ମେରାଇନ ପୋଲିସ ଗିରଫ କରିଛି । ଉକ୍ତ ଦୁଇ ଜାହାଜ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବାବେଳେ ଏକ ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ସମ୍ପର୍କିତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । ଓସେନ୍ ଜାଡେ, ଓସେନ୍ ମୋର୍ଗାନାଇଟ ଜାହାଜ ପାରାଦୀପରେ ଥିବାବେଳେ ଆଲଫାଡ୍ ମେରାଇନ ଲିମିଟେଡ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । ପ୍ରାୟ ୪୨୮ କୋଟି ଟଙ୍କା ଦାବିକରି ସମ୍ପୃକ୍ତ ସଂସ୍ଥା ଦୁଇ ଜାହାଜକୁ ତୁରନ୍ତ ଗିରଫ କରିବା ଓ ଗିରଫ ନହେଲେ ସେମାନଙ୍କର ପ୍ରଭୁତ୍ଵ କ୍ଷତି ଘଟିବ ବୋଲି ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ ।ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ମେରାଇନ ପୋଲିସ ଓ କୁଜଙ୍ଗ ସବ୍ ଜଜ୍ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଉକ୍ତ ଜାହାଜକୁ ଗିରଫ ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସ୍ଥାନ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ଜାହାଜ ସପୋର୍ଟିଂ ଜାହାଜ ଭାବେ କାର୍ଯ୍ୟ କରନ୍ତି । ଦୂର ସମୁଦ୍ର ମଧ୍ୟରେ ବୃହତ ଜାହାଜକୁ ଏମାନେ ବିଭିନ୍ନ ଆବଶ୍ୟକୀୟ ପଦାର୍ଥ ଯୋଗାଇବାରେ ନିୟୋଜିତ ହୋଇଥାନ୍ତି ।You Can Read:ମ୍ୟୁଚୁଆଲ୍ଏ ଫଣ୍ଡ୍ ନାଁରେ କୋଟିଏ ୫୮

ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ମାମଲା : ପାରାଦୀପରେ ଦୁଇଟି ଜାହାଜ ଗିରଫ

ପାରାଦୀପ ପାରାଦୀପରେ ଦୁଇ ଜାହାଜ ଗିରଫ । ତୁରନ୍ତ ଗିରଫ କରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ ସମ୍ପୃକ୍ତ ଦୁଇ ଜାହାଜକୁ ପାରାଦୀପ ମେରାଇନ ପୋଲିସ ଗିରଫ କରିଛି । ଉକ୍ତ ଦୁଇ ଜାହାଜ ଏବେ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବାବେଳେ ଏକ ସାମୁଦ୍ରିକ ଚୁକ୍ତି ଖିଲାପ ବିବାଦ ସମ୍ପର୍କିତ ମାମଲାର ବିଚାର କରି ଏଭଳି ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ । 

ଓସେନ୍ ଜାଡେ, ଓସେନ୍ ମୋର୍ଗାନାଇଟ ଜାହାଜ ପାରାଦୀପରେ ଥିବାବେଳେ ଆଲଫାଡ୍ ମେରାଇନ ଲିମିଟେଡ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା । ପ୍ରାୟ ୪୨୮ କୋଟି ଟଙ୍କା ଦାବିକରି ସମ୍ପୃକ୍ତ ସଂସ୍ଥା ଦୁଇ ଜାହାଜକୁ ତୁରନ୍ତ ଗିରଫ କରିବା ଓ ଗିରଫ ନହେଲେ ସେମାନଙ୍କର ପ୍ରଭୁତ୍ଵ କ୍ଷତି ଘଟିବ ବୋଲି ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଥିଲେ ।

ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ମେରାଇନ ପୋଲିସ ଓ କୁଜଙ୍ଗ ସବ୍ ଜଜ୍ ଆସି ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଉକ୍ତ ଜାହାଜକୁ ଗିରଫ ନୋଟିସ୍ ଜାରି କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସ୍ଥାନ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦୁଇ ଜାହାଜ ସପୋର୍ଟିଂ ଜାହାଜ ଭାବେ କାର୍ଯ୍ୟ କରନ୍ତି । ଦୂର ସମୁଦ୍ର ମଧ୍ୟରେ ବୃହତ ଜାହାଜକୁ ଏମାନେ ବିଭିନ୍ନ ଆବଶ୍ୟକୀୟ ପଦାର୍ଥ ଯୋଗାଇବାରେ ନିୟୋଜିତ ହୋଇଥାନ୍ତି ।

You Can Read:

ମ୍ୟୁଚୁଆଲ୍ଏ ଫଣ୍ଡ୍ ନାଁରେ କୋଟିଏ ୫୮ ଲକ୍ଷ ଟଙ୍କା ଠକେଇ, ଅଭିଯୁକ୍ତର ୬ ଆକାଉଣ୍ଟ ଫ୍ରିଜ୍