ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍‌ରେ ଆଗୁଆ

ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୮ ଉଇକେଟ ହରାଇ ୪୭୩ ରନ୍‌ କରିଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୫ ରନ୍‌ରେ ଆଗରେ ରହି ଦୃଢ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୧ ଉଇକେଟ ବିନିମୟରେ ୧୩୫ ରନ୍‌ କରିଥିଲା। ଦ୍ୱିତୀୟ ଦିନ ଖେଳ ଆରମ୍ଭ କରି ଭାରତ ଦମ୍‌ଦାର ବ୍ୟାଟିଂ କରିଥିଲା। ଶୁଭମନ ଗିଲ […] The post ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍‌ରେ ଆଗୁଆ appeared first on Dharitri Odia News.

ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍‌ରେ ଆଗୁଆ

ଧର୍ମଶାଳା,୮ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟର ଶୁକ୍ରବାର ଦ୍ୱିତୀୟ ଦିନ ଖେଳ ସୁଦ୍ଧା ଭାରତ ୮ ଉଇକେଟ ହରାଇ ୪୭୩ ରନ୍‌ କରିଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୫ ରନ୍‌ରେ ଆଗରେ ରହି ଦୃଢ ସ୍ଥିତିରେ ପହଞ୍ଚିଛି।

ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୧ ଉଇକେଟ ବିନିମୟରେ ୧୩୫ ରନ୍‌ କରିଥିଲା। ଦ୍ୱିତୀୟ ଦିନ ଖେଳ ଆରମ୍ଭ କରି ଭାରତ ଦମ୍‌ଦାର ବ୍ୟାଟିଂ କରିଥିଲା। ଶୁଭମନ ଗିଲ ୧୧୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୦୩ ରନ୍‌ କରିଥିଲେ। ସେହିପରି ଦେବଦତ୍ତ ପାଡିକଲ ୬୫ ରନ୍‌ କରିଥିବା ବେଳେ ଯଶସ୍ବୀ ଜୟୱାଲ ୫୭ ଏବଂ ସର୍ଫରାଜ ଖାନ ୫୬ ରନ୍‌ର ମହତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଫଳରେ ଭାରତ ୧୨୦ ଓଭର ଖେଳି ୮ ଉଇକେଟ ବିନିମୟରେ ୪୭୩ ରନ୍‌ର ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଛି।

ଇଂଲଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ କୁଲଦୀପ ଯାଦବ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ପିନ୍‌ ଜାଲରେ ଫସି ଇଂଲଣ୍ଡ ୨୧୮ ରନ୍‌ରେ ପ୍ରଥମ ଇନିଂସରେ ଅଲ୍‌ଆଉଟ ହୋଇଯାଇଥିଲା।

The post ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନ୍‌ରେ ଆଗୁଆ appeared first on Dharitri Odia News.