ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ

ଭୋପାଳ, ୧୧।୧୧: ମଧ୍ୟପ୍ରଦେଶ ସିହୋର ଜିଲାର ଗୁରାଡ଼ିଆ ରୂପଚନ୍ଦ ଗ୍ରାମରୁ ଏକ ଲୋମଟାଙ୍କୁରା ଘଟଣା ସାମ୍‌ନାକୁ ଆସିଛି। ମୋଟନ ବାଈ ନାମ୍ନୀ ୭୫ ବର୍ଷୀୟା ମହିଳା ପିନ୍ଧିଥିବା ରୁପା ପାଉଁଜିକୁ ଚୋରି କରିବା ପାଇଁ ଜଣେ ଚୋର ଶନିବାର ରାତିରେ ତାଙ୍କର ୨ ଗୋଡ଼ କାଟି ଦେଇଥିଲେ। ଏହାପରେ ସେ ବୃଦ୍ଧାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିକଟସ୍ଥ ନାଳରେ ଫିଙ୍ଗିଦେଇଥିଲେ। ରାତି ସାରା ଗୋଡ଼ରୁ ରକ୍ତସ୍ରାବ ହୋଇ ମହିଳାଙ୍କ ମୃତ୍ୟୁ ଘଟିଥିଲା। ରବିିବାର ତାଙ୍କ ମୃତଦେହକୁ ପୋଲିସ […] The post ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ appeared first on Dharitri Odia News.

ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ

ଭୋପାଳ, ୧୧।୧୧: ମଧ୍ୟପ୍ରଦେଶ ସିହୋର ଜିଲାର ଗୁରାଡ଼ିଆ ରୂପଚନ୍ଦ ଗ୍ରାମରୁ ଏକ ଲୋମଟାଙ୍କୁରା ଘଟଣା ସାମ୍‌ନାକୁ ଆସିଛି। ମୋଟନ ବାଈ ନାମ୍ନୀ ୭୫ ବର୍ଷୀୟା ମହିଳା ପିନ୍ଧିଥିବା ରୁପା ପାଉଁଜିକୁ ଚୋରି କରିବା ପାଇଁ ଜଣେ ଚୋର ଶନିବାର ରାତିରେ ତାଙ୍କର ୨ ଗୋଡ଼ କାଟି ଦେଇଥିଲେ। ଏହାପରେ ସେ ବୃଦ୍ଧାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନିକଟସ୍ଥ ନାଳରେ ଫିଙ୍ଗିଦେଇଥିଲେ। ରାତି ସାରା ଗୋଡ଼ରୁ ରକ୍ତସ୍ରାବ ହୋଇ ମହିଳାଙ୍କ ମୃତ୍ୟୁ ଘଟିଥିଲା। ରବିିବାର ତାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୃତଦେହ ନିକଟରେ ମହିଳାଙ୍କ ଉଭୟ କଟା ଗୋଡ଼ ପଡ଼ିଥିଲା। କଟାଗୋଡ଼ରୁ ରୁପା ପାଉଁଜି ଉଭାନ ହୋଇଯାଇଥିଲା ବୋଲି ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହି ହତ୍ୟାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ପୋଲିସ ସନ୍ଦେହ କରୁଛି। ଘଟଣାର ତଦନ୍ତ ଜାରି ରହିଛି। ମଧ୍ୟପ୍ରଦେଶରେ ପୂର୍ବରୁ ମଧ୍ୟ ମହିଳାଙ୍କ ସୁନା ଗହଣା, ଆଭୂଷଣ ଆଦିକୁ ଚୋରାଇବା ପାଇଁ ସେମାନଙ୍କୁ ଆକ୍ରମଣ କରାଯାଇ ଅଙ୍ଗପ୍ରତ୍ୟଙ୍ଗ କଟାଯିବାର ନଜିର ରହିଛି।

The post ପାଉଁଜି ପାଇଁ ୨ ଗୋଡ଼ କାଟିଦେଲେ, ମହିଳାଙ୍କ ମୃତ୍ୟୁ appeared first on Dharitri Odia News.