ବାପାଙ୍କ ପରେ ପୁଅଙ୍କୁ ମିଳିଲା ଆଇନ ବିଭାଗ

ଭୁବନେଶ୍ୱର,୧୬ା୬(ଅନିଲ ଦାସ)ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହୋଇଛି। ମନ୍ତ୍ରିମଣ୍ଡଳରେ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି। ତାଙ୍କୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଦାୟିତ୍ୱ ମିଳିଛି। ତାଙ୍କ ବାପା ତଥା ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ୨୦୦୪ରେ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ଆଇନ, ରାଜସ୍ବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ପୁଅ ପୃଥ୍ବୀରାଜଙ୍କୁ ମଧ୍ୟ କିଛି ବର୍ଷ ପରେ […] The post ବାପାଙ୍କ ପରେ ପୁଅଙ୍କୁ ମିଳିଲା ଆଇନ ବିଭାଗ appeared first on Dharitri Odia News.

ବାପାଙ୍କ ପରେ ପୁଅଙ୍କୁ  ମିଳିଲା ଆଇନ ବିଭାଗ

ଭୁବନେଶ୍ୱର,୧୬ା୬(ଅନିଲ ଦାସ)ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହୋଇଛି। ମନ୍ତ୍ରିମଣ୍ଡଳରେ ଚିଲିକା ବିଧାୟକ ପୃଥ୍ବୀରାଜ ହରିଚନ୍ଦନଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ମିଳିଛି। ତାଙ୍କୁ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଦାୟିତ୍ୱ ମିଳିଛି। ତାଙ୍କ ବାପା ତଥା ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ୨୦୦୪ରେ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ଆଇନ, ରାଜସ୍ବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ପୁଅ ପୃଥ୍ବୀରାଜଙ୍କୁ ମଧ୍ୟ କିଛି ବର୍ଷ ପରେ ମୋହନ ମାଝୀ ସରକାରରେ ଆଇନ ବିଭାଗ ମିଳିଛି।
ପୃ୍‌ଥ୍ବୀରାଜ ପ୍ରଥମ ଥର ଖୋର୍ଦ୍ଧା ଜିଲାର ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ମନ୍ତ୍ରୀ ପଦ ପାଇବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ତାଙ୍କ ବାପା ଓ ଦାଦା ବିଭୂତି ଭୂଷଣ ହରିଚନ୍ଦନ ମଧ୍ୟ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ବାପାଙ୍କ ପରେ ପୁଅଙ୍କୁ ଆଇନ ବିଭାଗ ମିଳିବା ଏକ ସଂଯୋଗ ବୋଲି ରାଜନୈତିକ ବିଶାରଦ କହିଛନ୍ତି।

The post ବାପାଙ୍କ ପରେ ପୁଅଙ୍କୁ ମିଳିଲା ଆଇନ ବିଭାଗ appeared first on Dharitri Odia News.