‘ଆପଣଙ୍କର ଦେହ ଠିକ୍‌ ଅଛି ତ… ଆବେଦନକାରୀଙ୍କୁ ଏମିତି କହିଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୩।୭: ଦିଲ୍ଲୀ ହାଇକୋର୍ଟ ବୁଧବାର ଏପରି ଏକ ଯାଚିକାକୁ ଖାରଜ କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଲଢିବାକୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରାଯାଇଛି। ଯାଚିକା ରଦ୍ଦ କରିବା ସହ କୋର୍ଟ କହିଛନ୍ତି, ଯାଚିକାକର୍ତ୍ତା ମାନସିକ ଭାବେ ଅସୁସ୍ଥ ଅଛନ୍ତି। ମୁଖ୍ୟ ବିଚାରପତି ମନମୋହନ ଓ ତୁଷାର ରାବ ଗଡେଲା ଯାଚିକାକର୍ତ୍ତା ଦୀପକ କୁମାରଙ୍କୁ ନିଜ ସ୍ବାସ୍ଥ୍ୟବସ୍ଥା ଧ୍ୟାନ ରଖିବାକୁ କହିଛନ୍ତି। କୋର୍ଟ ତାଙ୍କୁ ମାନସିକ ରୋଗ ଚିକିତ୍ସା ଆକ୍ଟ ଅଧିନରେ ଥିବା ଅଧିକାରକୁ […] The post ‘ଆପଣଙ୍କର ଦେହ ଠିକ୍‌ ଅଛି ତ… ଆବେଦନକାରୀଙ୍କୁ ଏମିତି କହିଦେଲେ ମୁଖ୍ୟ ବିଚାରପତି appeared first on Dharitri Odia News.

‘ଆପଣଙ୍କର ଦେହ ଠିକ୍‌ ଅଛି ତ… ଆବେଦନକାରୀଙ୍କୁ ଏମିତି କହିଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୩।୭: ଦିଲ୍ଲୀ ହାଇକୋର୍ଟ ବୁଧବାର ଏପରି ଏକ ଯାଚିକାକୁ ଖାରଜ କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ଲଢିବାକୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରାଯାଇଛି। ଯାଚିକା ରଦ୍ଦ କରିବା ସହ କୋର୍ଟ କହିଛନ୍ତି, ଯାଚିକାକର୍ତ୍ତା ମାନସିକ ଭାବେ ଅସୁସ୍ଥ ଅଛନ୍ତି। ମୁଖ୍ୟ ବିଚାରପତି ମନମୋହନ ଓ ତୁଷାର ରାବ ଗଡେଲା ଯାଚିକାକର୍ତ୍ତା ଦୀପକ କୁମାରଙ୍କୁ ନିଜ ସ୍ବାସ୍ଥ୍ୟବସ୍ଥା ଧ୍ୟାନ ରଖିବାକୁ କହିଛନ୍ତି। କୋର୍ଟ ତାଙ୍କୁ ମାନସିକ ରୋଗ ଚିକିତ୍ସା ଆକ୍ଟ ଅଧିନରେ ଥିବା ଅଧିକାରକୁ ମଧ୍ୟ ତାଙ୍କ ଉପରେ ପ୍ରୟୋଗ କରିବାକୁ ଚେତାଇ ଦେଇଛନ୍ତି।

କୋର୍ଟ ଏପରି ନିର୍ଦ୍ଦେଶ ଦେବାର କାରଣ, ଦୀପକ ନିଜ ଯାଚିକାରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ପୂର୍ବ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭାରତୀୟ ସମ୍ବିଧାନ ପ୍ରତି ମିଛ ଶପଥ ନେଇଛନ୍ତି। ସେ ତାଙ୍କ ଯାଚିକାରେ ଅଭିଯୋଗ କରିଛନ୍ତି ଯେ, ମୋଦି ସୁପ୍ରିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତିଙ୍କ ସହ ମିଶି ୨୦୧୮ରେ ତାଙ୍କ ହତ୍ୟାର ଷଡଯନ୍ତ୍ର ରଚିଥିଲେ। ସେ ଏୟାର ଇଣ୍ଡିଆର ପାଇଲଟ ଥିଲେ। ଯାହାକୁ ଦୁର୍ଘଟଣା କରିବା ଲାଗି ମୋଦି ଷଡଯନ୍ତ୍ର ରଚିଥିଲେ ବୋଲି ସେ କହିଛନ୍ତି। ଯାହାକୁ ନେଇ କୋର୍ଟ କହିଛନ୍ତି, ଦୀପକଙ୍କ ଯାଚିକା ଅମୂଳକ ଅଟେ। ଏହାକୁ କେହି ବି ବୁଝି ପାରିବେ ନାହିଁ।

The post ‘ଆପଣଙ୍କର ଦେହ ଠିକ୍‌ ଅଛି ତ… ଆବେଦନକାରୀଙ୍କୁ ଏମିତି କହିଦେଲେ ମୁଖ୍ୟ ବିଚାରପତି appeared first on Dharitri Odia News.