୮ଜଣଙ୍କୁ ହୋଇଥିଲା ନିର୍ଦ୍ଦେଶ: ୭ ବନ୍ଧୁକ ଦେଲେ ଜିମା
ବୈଶିଙ୍ଗା,୩୧ା୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ସାଧାରଣ ନିର୍ବାଚନରେ ଆଇନ ଶୃଙ୍ଖଳା କଡ଼ାକଡ଼ି କରିବା ଲକ୍ଷ୍ୟରେ ତନାଘନା ଆରମ୍ଭ କରିଦେଇଛି। ଥାନା ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ୮ ଜଣ ବନ୍ଧୁକଧାରୀଙ୍କୁ ନିର୍ବାଚନ ପ୍ରକ୍ରିୟା ଶେଷହେବା ପର୍ଯ୍ୟନ୍ତ ପୋଲିସ ନିକଟରେ ବନ୍ଧୁକ ଜିମା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୭ଜଣ ବନ୍ଧୁକ ଜିମା ଦେଇ ସାରିଛନ୍ତି। ଅନ୍ୟ ଜଣେ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ଯୋଗୁ ଏବଂ ତାଙ୍କୁ ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଥାନା ଅଧିକାରୀ ତପନ […] The post ୮ଜଣଙ୍କୁ ହୋଇଥିଲା ନିର୍ଦ୍ଦେଶ: ୭ ବନ୍ଧୁକ ଦେଲେ ଜିମା appeared first on Dharitri Odia News.
ବୈଶିଙ୍ଗା,୩୧ା୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ପୋଲିସ ସାଧାରଣ ନିର୍ବାଚନରେ ଆଇନ ଶୃଙ୍ଖଳା କଡ଼ାକଡ଼ି କରିବା ଲକ୍ଷ୍ୟରେ ତନାଘନା ଆରମ୍ଭ କରିଦେଇଛି। ଥାନା ଅଞ୍ଚଳରେ ଲାଇସେନ୍ସ ପ୍ରାପ୍ତ ୮ ଜଣ ବନ୍ଧୁକଧାରୀଙ୍କୁ ନିର୍ବାଚନ ପ୍ରକ୍ରିୟା ଶେଷହେବା ପର୍ଯ୍ୟନ୍ତ ପୋଲିସ ନିକଟରେ ବନ୍ଧୁକ ଜିମା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୭ଜଣ ବନ୍ଧୁକ ଜିମା ଦେଇ ସାରିଛନ୍ତି। ଅନ୍ୟ ଜଣେ ପ୍ରତିରକ୍ଷା ବାହିନୀରେ କାର୍ଯ୍ୟରତ ଥିବା ଯୋଗୁ ଏବଂ ତାଙ୍କୁ ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଥାନା ଅଧିକାରୀ ତପନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।
ଅନ୍ୟ ପକ୍ଷରେ ସମସ୍ତ ସମ୍ବେଦନଶୀଳ ବୁଥ ଗୁଡ଼ିକ ଉପରେ କଡାକଡି ନଜର ରଖିବା ସହ ରାତ୍ରକାଳୀନ ପାଟ୍ରୋଲିଂ, ଯାନବାହାନ ଯାଞ୍ଚ, ଅସାମାଜିକ ଓ ନିଶା ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟରେ ୩ ପୋଲିସ ଚେକପୋଷ୍ଟ ସ୍ଥାପନ କରିବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ଥିବା ଜଣାଯାଇଛି।
The post ୮ଜଣଙ୍କୁ ହୋଇଥିଲା ନିର୍ଦ୍ଦେଶ: ୭ ବନ୍ଧୁକ ଦେଲେ ଜିମା appeared first on Dharitri Odia News.