ମୁଖ୍ୟମନ୍ତ୍ରୀ ହେବେ କଳ୍ପନା ସୋରେନ ! ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ…
ରାଞ୍ଚି,୩୦।୧ : ଦେଶର ନଜର ଏବେ ଝାଡଖଣ୍ଡର ରାଜନୀତି ଉପରେ ରହିଛି। ଏଠାରେ ସିଏମ ହେମନ୍ତ ସୋରେନଙ୍କ ବିରୋଧରେ ଇଡି ଚଢ଼ାଉ କରାଯାଉଛି। ଜମି ସ୍କାମ ମାମଲାରେ ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ଏଭଳି ପରିସ୍ଥିତିରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ତାଙ୍କ ସ୍ତ୍ରୀ ଝାଡଖଣ୍ଡର ସିଂହାସନରେ ବସିବାକୁ ଯାଉଛନ୍ତି। ଗତ ଦୁଇ ଦିନ ଧରି ସିଏମ ହେମନ୍ତ ସୋରେନ ନିଖୋଜ […] The post ମୁଖ୍ୟମନ୍ତ୍ରୀ ହେବେ କଳ୍ପନା ସୋରେନ ! ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ… appeared first on Dharitri Odia News.
ରାଞ୍ଚି,୩୦।୧ : ଦେଶର ନଜର ଏବେ ଝାଡଖଣ୍ଡର ରାଜନୀତି ଉପରେ ରହିଛି। ଏଠାରେ ସିଏମ ହେମନ୍ତ ସୋରେନଙ୍କ ବିରୋଧରେ ଇଡି ଚଢ଼ାଉ କରାଯାଉଛି। ଜମି ସ୍କାମ ମାମଲାରେ ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ ଚାଲିଛି। ତାଙ୍କୁ ଯେକୌଣସି ସମୟରେ ଗିରଫ କରାଯାଇପାରେ। ଏଭଳି ପରିସ୍ଥିତିରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ତାଙ୍କ ସ୍ତ୍ରୀ ଝାଡଖଣ୍ଡର ସିଂହାସନରେ ବସିବାକୁ ଯାଉଛନ୍ତି। ଗତ ଦୁଇ ଦିନ ଧରି ସିଏମ ହେମନ୍ତ ସୋରେନ ନିଖୋଜ ଥିଲେ। ପ୍ରକାଶ ଥାଉକି, ସିଏମଙ୍କ କାର୍ଯ୍ୟାଳୟ ଦ୍ୱାରା ଇଡି ପଚରାଉଚୁରାର ତାରିଖ ଘୋଷଣା ହେବା ପରେ ସେ ମଙ୍ଗଳବାର ରାଞ୍ଚିିରେ ପହଞ୍ଚିଥିଲେ। ଏହି ସମୟରେ ସେ ସିଏମ ବାସଭବନରେ ବିଧାୟକଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ।
କଳ୍ପନା ସୋରେନଙ୍କର ଏକ ବ୍ୟବସାୟୀ ପରିବାର ସହିତ ସମ୍ପର୍କ ଅଛି। ସେ ଓଡିଶାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଏକ ବ୍ୟବସାୟ ପରିବାରର ଅଟନ୍ତି। ସେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୬ ରେ ଜନ୍ମ ହୋଇଥିବା ବେଳେ ରାଞ୍ଚିରୁ ସ୍ନାତକ ହାସଲ କରିଥିଲେ। ସେ ବର୍ତ୍ତମାନ ଏକ ବିଦ୍ୟାଳୟ ପରିଚାଳନା କରୁଛନ୍ତି ।
୭ ଫେବୃଆରୀ ୨୦୦୬ରେ ସେ ହେମନ୍ତଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି। ତାଙ୍କ ନାମ ପ୍ରଥମ ଥର ପାଇଁ ରାଜ୍ୟ ରାଜନୀତିରେ ଆସିଛି।
ହେମନ୍ତଙ୍କ ଗିରଫଦାରୀ ମଧ୍ୟରେ କଳ୍ପନାଙ୍କୁ ସିଏମ କରିବା ନେଇ ଆଲୋଚନା ତୀବ୍ର ହୋଇଛି। ଗାଣ୍ଡେୟ ଆସନରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ସରଫରାଜ ଅହମ୍ମଦ ବ୍ୟକ୍ତିଗତ କାରଣରୁ ଡିସେମ୍ବର ୩୧ ରେ ହଠାତ ଇସ୍ତଫା ଦେଇଥିଲେ। ସେହି ଦିନଠାରୁ କଳ୍ପନାଙ୍କୁ ଏହି ଆସନରୁ ପ୍ରାର୍ଥୀନୀ କରାଯିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଚର୍ଚ୍ଚା ହେଉଥିଲା କଳ୍ପନାଙ୍କ ପାଇଁ ସରଫରାଜ ଇସ୍ତଫା ଦେଇଛନ୍ତି।
The post ମୁଖ୍ୟମନ୍ତ୍ରୀ ହେବେ କଳ୍ପନା ସୋରେନ ! ରାଜନୈତିକ କଳ୍ପନାଜଳ୍ପନା ଆରମ୍ଭ… appeared first on Dharitri Odia News.