କୋହଲା ପାଗକୁ ହାଲୁକା ବର୍ଷା
ଭୁବନେଶ୍ୱର, ୨୨।୧(ଅସମାପିକା ସାହୁ): ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ଲାଗି ରହିଛି। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ମଧ୍ୟ ହୋଇଛି। ରବିବାର ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ, ଚାନ୍ଦବାଲି, ଭଦ୍ରକ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ […] The post କୋହଲା ପାଗକୁ ହାଲୁକା ବର୍ଷା appeared first on Dharitri Odia News.
ଭୁବନେଶ୍ୱର, ୨୨।୧(ଅସମାପିକା ସାହୁ): ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଗୁରୁଚାପ ବଳୟ ପ୍ରଭାବରେ ସାରା ରାଜ୍ୟରେ କୋହଲା ପାଗ ଲାଗି ରହିଛି। ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ମଧ୍ୟ ହୋଇଛି। ରବିବାର ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ, ଚାନ୍ଦବାଲି, ଭଦ୍ରକ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲାରେ ପାଗ ମେଘୁଆ ରହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛ। ରବିବାର ଭଦ୍ରକରେ ସର୍ବାଧିକ ୧୨ମିମି ବର୍ଷା ହୋଇଥିବାବେଳେ ବାଲେଶ୍ୱର ୧୦.୬, ପାରାଦୀପ ୪, ସମ୍ବଲପୁର ୫.୯, ବରଗଡ଼ ୫.୨, ଖୋର୍ଦ୍ଧା ୫, ତାଳଚେରରେ ୪ ମିମି ବର୍ଷା ରେକର୍ଡ କରାଯାଇଛି। ସେପଟେ ବର୍ଷା, କୋହଲା ପାଗ ସହ ଘନକୁହୁଡ଼ି ରାଜ୍ୟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏପରିସ୍ଥିତି ଲାଗି ରହିବ। ଘନ କୁହୁଡି ପାଇଁ ସୋମବାର ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଥିବାବେଳେ ମଙ୍ଗଳବାରରୁ ବୁଧବାର ସକାଳ ପର୍ଯ୍ୟନ୍ତ ୧୦ଜିଲାକୁ ସତର୍କ କରାଯାଇଛି। ସୋମବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଅନୁଗୋଳ, ଢେଙ୍କାନାଳ, କଟକ ଓ ଜଗତସିଂହପୁର ଆଦି ଜିଲାକୁ ଘନ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି। ବାୟୁ ମଣ୍ଡଳରେ ଜଳୀୟବାଷ୍ପ ପରିମାଣ ଅଧିକ ଥିବାରୁ ଘନ କୁହୁଡ଼ି ଅନୁଭୂତ ହେଉଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।
The post କୋହଲା ପାଗକୁ ହାଲୁକା ବର୍ଷା appeared first on Dharitri Odia News.