ଧର୍ମଶାଳାରେ ହିଙ୍ଗୁଳା ଯାତ୍ରା ଆରମ୍ଭ : ୫ ଦିନ ମଦ କିଣାବିକା ଉପରେ ରୋକ୍, ବିକିଲେ-ପିଇଲେ ଗଣିବେ ତଣ୍ଡ

ଚଣ୍ଡିଖୋଲ ୩୧।୩: ପାଞ୍ଚ ଦିନ ଧରି ମହା ଆଡ଼ମ୍ବରରେ ଚାଲିଛି ମହାମାୟା ଜଗତ ଜନନୀ ମା’ଙ୍କ ହିଙ୍ଗୁଳା ଯାତ୍ରା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କମାଗଡ ଓ ଅଣ୍ଟିଆ ଗ୍ରାମ ପଞ୍ଚାୟତର କମାଗଡ଼ ହିଙ୍ଗୁଳା ପଡିଆ ଠାରେ ଚଳିତ ବର୍ଷ ୪୯ତମ ହିଙ୍ଗୁଳା ଯାତ୍ରାର ଆରମ୍ଭ ହୋଇଛି । ବିଧି ଅନୁଯାୟୀ ପାଆନ୍ତା ପ୍ରହରରେ ବ୍ରାହ୍ମଣୀ ନଦୀରେ ସ୍ନାନ କରି କଳସ ସ୍ଥାପନ ପାଇଁ ଘଣ୍ଟ ଘଣ୍ଟା, ଭଜନ କୀର୍ତ୍ତନ, ବାଡିଖେଳ ଆଦି ବିଭିନ୍ନ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ମା’ଙ୍କୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିରରେ ଘଟ ପ୍ରତିଷ୍ଠା କରାଯାଇଛି । ୫ ଦିନ ଯାତ୍ରାରେ ଶିବାନୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବାକୁ ରହିଛି । ଆଖପାଖ ୨୦ ଖଣ୍ଡ ଗାଁରେ ଆଜିଠାରୁ ଆମିଷ ଭୋଜନ ନିଷେଧ କରାଯାଇଥିବା ବେଳେ ଦୁଇ ପଞ୍ଚାୟତରେ ମଦ ବିକ୍ରି ଉପରେ ରୋକ୍ ଲଗାଯାଇଛି । ବିକ୍ରି କରୁଥିବା ଲୋକ ଓ ମଦ ପିଇଥିବା ଲୋକ ଉଭୟଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଆଇନ ଅନୁଯାୟୀ କରିବାକୁ କମିଟିରେ ନିଷ୍ପତ୍ତି ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।You Can Read:ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା : ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହାଜର କିଲୋମିଟର ରାସ୍ତା 

ଧର୍ମଶାଳାରେ ହିଙ୍ଗୁଳା ଯାତ୍ରା ଆରମ୍ଭ : ୫ ଦିନ ମଦ କିଣାବିକା ଉପରେ ରୋକ୍, ବିକିଲେ-ପିଇଲେ ଗଣିବେ ତଣ୍ଡ

ଚଣ୍ଡିଖୋଲ ୩୧୩: ପାଞ୍ଚ ଦିନ ଧରି ମହା ଆଡ଼ମ୍ବରରେ ଚାଲିଛି ମହାମାୟା ଜଗତ ଜନନୀ ମା’ଙ୍କ ହିଙ୍ଗୁଳା ଯାତ୍ରା । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ କମାଗଡ ଓ ଅଣ୍ଟିଆ ଗ୍ରାମ ପଞ୍ଚାୟତର କମାଗଡ଼ ହିଙ୍ଗୁଳା ପଡିଆ ଠାରେ ଚଳିତ ବର୍ଷ ୪୯ତମ ହିଙ୍ଗୁଳା ଯାତ୍ରାର ଆରମ୍ଭ ହୋଇଛି । 

ବିଧି ଅନୁଯାୟୀ ପାଆନ୍ତା ପ୍ରହରରେ ବ୍ରାହ୍ମଣୀ ନଦୀରେ ସ୍ନାନ କରି କଳସ ସ୍ଥାପନ ପାଇଁ ଘଣ୍ଟ ଘଣ୍ଟା, ଭଜନ କୀର୍ତ୍ତନ, ବାଡିଖେଳ ଆଦି ବିଭିନ୍ନ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ମା’ଙ୍କୁ ଶୋଭାଯାତ୍ରାରେ ଅଣାଯାଇ ମନ୍ଦିରରେ ଘଟ ପ୍ରତିଷ୍ଠା କରାଯାଇଛି । ୫ ଦିନ ଯାତ୍ରାରେ ଶିବାନୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବାକୁ ରହିଛି । 

ଆଖପାଖ ୨୦ ଖଣ୍ଡ ଗାଁରେ ଆଜିଠାରୁ ଆମିଷ ଭୋଜନ ନିଷେଧ କରାଯାଇଥିବା ବେଳେ ଦୁଇ ପଞ୍ଚାୟତରେ ମଦ ବିକ୍ରି ଉପରେ ରୋକ୍ ଲଗାଯାଇଛି । ବିକ୍ରି କରୁଥିବା ଲୋକ ଓ ମଦ ପିଇଥିବା ଲୋକ ଉଭୟଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଆଇନ ଅନୁଯାୟୀ କରିବାକୁ କମିଟିରେ ନିଷ୍ପତ୍ତି ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

You Can Read:

ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା : ଆସନ୍ତା ୩ ବର୍ଷରେ ତିଆରି ହେବ ୧୫ ହାଜର କିଲୋମିଟର ରାସ୍ତା