ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ
ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା ଦ୍ବାରା ଲୋକଙ୍କୁ ଯାବତୀୟ ରୋଗ ହେବା ସହ ସେମାନଙ୍କ ଜୀବନକାଳ କମୁଛି। ନିକଟରେ ଉତ୍ତର ପ୍ରଦେଶରେ ଏକ ମସଲା କଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣର ବିଷାକ୍ତ ରଙ୍ଗମିଶ୍ରିତ ହଳଦୀ ଏବଂ ଲଙ୍କାଗୁଣ୍ଡ ଜବତ ହୋଇଥିବା ଜଣାପଡ଼ିଛି। ହଳଦୀ ଏବଂ ଲଙ୍କାଗୁଣ୍ଡ ଯେପରି ଅଧିକ ଗାଢ ଦେଖାଯିବ, ସେଥିପାଇଁ ଏଥିରେ […] The post ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ appeared first on Dharitri Odia News.
ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା ଦ୍ବାରା ଲୋକଙ୍କୁ ଯାବତୀୟ ରୋଗ ହେବା ସହ ସେମାନଙ୍କ ଜୀବନକାଳ କମୁଛି। ନିକଟରେ ଉତ୍ତର ପ୍ରଦେଶରେ ଏକ ମସଲା କଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣର ବିଷାକ୍ତ ରଙ୍ଗମିଶ୍ରିତ ହଳଦୀ ଏବଂ ଲଙ୍କାଗୁଣ୍ଡ ଜବତ ହୋଇଥିବା ଜଣାପଡ଼ିଛି।
ହଳଦୀ ଏବଂ ଲଙ୍କାଗୁଣ୍ଡ ଯେପରି ଅଧିକ ଗାଢ ଦେଖାଯିବ, ସେଥିପାଇଁ ଏଥିରେ ମିଶାଯାଉଛି ପୋଷାକ ରଙ୍ଗ। ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀମାନଙ୍କ କହିବାନୁସାରେ, ସେମାନେ ଅଶୋକ ଗର୍ଗ ଅନୁପୂଣ୍ଡା ମିଲରେ ଚଢ଼ଉ କରି ପ୍ରଚୁର ମାତ୍ରାରେ ସିନ୍ଥେଟିକ୍ କଲର ପାଇଛନ୍ତି। ଏହି ପ୍ୟାକେଟ୍ଗୁଡ଼ିକରେ ସ୍ପଷ୍ଟ ଭାବେ ଲେଖାହୋଇଛି ଯେ, ଏସବୁ କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏବଂ ବିଷାକ୍ତ। ତେବେ ଏହି ରଙ୍ଗ ମିଶ୍ରିତ ପ୍ରାୟ ୨୦୦ କିଲୋ ହଳଦୀ ଏବଂ ୧୫୦ କିଲୋ ନାଲି ଲଙ୍କା ପାଉଡର ଉକ୍ତ ଅଟାକଳରୁ ଜବତ କରାଯାଇଥିବା ଜଣାପଡ଼ିଛି।
ଖାଦ୍ୟ ନିରାପତ୍ତା ଅଧିକାରୀ ମୀରା ସିଂହ କହିଛନ୍ତି ଯେ, ଯେତେବେଳେ ନମୂନାଗୁଡ଼ିକୁ ହାତରେ ଧରିଲୁ ଏଥିରେ ରଙ୍ଗ ମିଶାଯାଇଥିବା ସ୍ପଷ୍ଟ ଅନୁଭବ କରିପାରିଲୁ। ମସଲାରେ ଖାଦ୍ୟ ରଙ୍ଗ ବ୍ୟବହାରକୁ ବି ଅନୁମତି ଦିଆଯାଇ ନ ଥାଏ । କାରଣ ମସଲାର ନିଜ ରଙ୍ଗ ରହିଛି । ଏଭଳି କ୍ଷେତ୍ରରେ ଶିଳ୍ପରେ ବ୍ୟବହାର ପାଇଁ ଉଦ୍ଧିଷ୍ଟ ସିନ୍ଥେଟିକ ରଙ୍ଗକୁ ମସଲାରେ ମିଶାଯିବା ଏକ ଗୁରୁତର ଅପରାଧ। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରକାଶଯୋଗ୍ୟ, ନିମ୍ନମାନର ଖାଦ୍ୟ ପଦାର୍ଥ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜରିମାନା ବ୍ୟବସ୍ଥା ରହିଛି।
ଅନ୍ନପୂଣ୍ଡାରେ ଉତ୍ପାଦନ ହେଉଥିବା ମସଲା କୌଣସି ବ୍ରାଣ୍ଡ୍ନେମ୍ରେ ବିକ୍ରି ହେଉ ନ ଥିଲା। କିନ୍ତୁ ବଲ୍କରେ ପାଇକାରୀ ବଜାର ଏବଂ ମଣ୍ଡିରେ ବିକ୍ରି ହେଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଭଳି ମସଲାକୁ ଛୋଟ ଛୋଟ ଢ଼ାବା ଏବଂ ସଡ଼କ ପାର୍ଶ୍ଵ ହୋଟେଲଗୁଡ଼ିକ କିଣିଥାନ୍ତି।
The post ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ appeared first on Dharitri Odia News.