ଋଷିୟ ବୋମାବର୍ଷିକୁ ଖସାଇଥିବା ଦାବି କରୁଛି ୟୁକ୍ରେନ, ଜାଣନ୍ତୁ କ’ଣ କହୁଛି ଋଷିଆ
କିଭ/ମସ୍କୋ ୧୯।୪: ୟୁକ୍ରେନ ଶୁକ୍ରବାର ଦାବି କରିଛି ଯେ ସେ ଏକ ଋଷିୟ ବୋମାବର୍ଷି ବିମାନକୁ ଆକାଶରୁ ଖସେଇ ଦେଇଛି। ତେବେ ଋଷିଆ ଏହି ଦାବିକୁ ଅସ୍ୱୀକାର କରିଛି। ମସ୍କୋ ଅଧିକାରୀମାନେ କହିଛନ୍ତି ଯେ ବିମାନଟି ଏକ ମିସନ ପରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏକ କମ ଜନସଂଖ୍ୟା ଅଞ୍ଚଳରେ ଖସିପଡିଛି। ତେବେ ଗତ ୨ ବର୍ଷ ହେଲା ୟୁକ୍ରେନ ସହ ଜାରି ଯୁଦ୍ଧରେ ୟୁକ୍ରେନର ଦାବିକୁ ଋଷିଆ ଖଣ୍ଡନ କରିଛି ଅଥବା ନିରବ ରହିଛି। ଋଷିଆ ବାୟୁସେନା ୟୁକ୍ରେନ ତୁଳନାରେ ଢେର ଶକ୍ତିଶାଳୀ। ତେବେ କିଭକୁ ପାଶ୍ଚାତ୍ୟ ଦେଶରୁ ମିଳୁଥିବା ମିସାଇଲ ସିଷ୍ଟମ ଏବେ ଋଷିଆ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। ୟୁକ୍ରେନ ରିପୋର୍ଟରେ କୁହାଯାଇଛି ଯେ ବାୟୁସେନା ଓ ସୈନ୍ୟ ଗୁଇନ୍ଦା ବିମାନ ଭେଦି କ୍ଷେପଣାସ୍ତ୍ରରେ ଟିୟୁ-୨୨ଏମ୩ ବିମାନକୁ ଖସାଇବାରେ ସହଯୋଗ କରିଛନ୍ତି। ଋଷିଆ ସାଧାରଣତଃ ନିଜ କ୍ଷେତ୍ରରୁ କେଏଚ୍-୨୨କ୍ଷେପଣାସ୍ତ୍ର ଆକ୍ରମଣ ନିମନ୍ତେ ବୋମାବର୍ଷିର ଉପଯୋଗ କରୁଛି। ଏହି ବିମାନ ପରମାଣୁ ଅସ୍ତ୍ର ମଧ୍ୟ ନେଇଯାଇ ପାରେ। This morning, a Russian Tu-22M3 bomber crashed outside of Stavropol.Footage of the Russian bomber falling, burning and in a flatspin: pic.twitter.com/QJ5yg1vtSU— OSINTtechnical (@Osinttechnical) April 19, 2024ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଯୁଦ୍ଧ ବିମାନଟି ଦକ୍ଷିଣ ଋଷିଆର ଷ୍ଟାଭ
କିଭ/ମସ୍କୋ ୧୯।୪: ୟୁକ୍ରେନ ଶୁକ୍ରବାର ଦାବି କରିଛି ଯେ ସେ ଏକ ଋଷିୟ ବୋମାବର୍ଷି ବିମାନକୁ ଆକାଶରୁ ଖସେଇ ଦେଇଛି। ତେବେ ଋଷିଆ ଏହି ଦାବିକୁ ଅସ୍ୱୀକାର କରିଛି। ମସ୍କୋ ଅଧିକାରୀମାନେ କହିଛନ୍ତି ଯେ ବିମାନଟି ଏକ ମିସନ ପରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏକ କମ ଜନସଂଖ୍ୟା ଅଞ୍ଚଳରେ ଖସିପଡିଛି। ତେବେ ଗତ ୨ ବର୍ଷ ହେଲା ୟୁକ୍ରେନ ସହ ଜାରି ଯୁଦ୍ଧରେ ୟୁକ୍ରେନର ଦାବିକୁ ଋଷିଆ ଖଣ୍ଡନ କରିଛି ଅଥବା ନିରବ ରହିଛି।
ଋଷିଆ ବାୟୁସେନା ୟୁକ୍ରେନ ତୁଳନାରେ ଢେର ଶକ୍ତିଶାଳୀ। ତେବେ କିଭକୁ ପାଶ୍ଚାତ୍ୟ ଦେଶରୁ ମିଳୁଥିବା ମିସାଇଲ ସିଷ୍ଟମ ଏବେ ଋଷିଆ ଲାଗି ମୁଣ୍ଡବିନ୍ଧାର କାରଣ ପାଲଟିଛି। ୟୁକ୍ରେନ ରିପୋର୍ଟରେ କୁହାଯାଇଛି ଯେ ବାୟୁସେନା ଓ ସୈନ୍ୟ ଗୁଇନ୍ଦା ବିମାନ ଭେଦି କ୍ଷେପଣାସ୍ତ୍ରରେ ଟିୟୁ-୨୨ଏମ୩ ବିମାନକୁ ଖସାଇବାରେ ସହଯୋଗ କରିଛନ୍ତି। ଋଷିଆ ସାଧାରଣତଃ ନିଜ କ୍ଷେତ୍ରରୁ କେଏଚ୍-୨୨କ୍ଷେପଣାସ୍ତ୍ର ଆକ୍ରମଣ ନିମନ୍ତେ ବୋମାବର୍ଷିର ଉପଯୋଗ କରୁଛି। ଏହି ବିମାନ ପରମାଣୁ ଅସ୍ତ୍ର ମଧ୍ୟ ନେଇଯାଇ ପାରେ।
This morning, a Russian Tu-22M3 bomber crashed outside of Stavropol.
Footage of the Russian bomber falling, burning and in a flatspin: pic.twitter.com/QJ5yg1vtSU— OSINTtechnical (@Osinttechnical) April 19, 2024
ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଯୁଦ୍ଧ ବିମାନଟି ଦକ୍ଷିଣ ଋଷିଆର ଷ୍ଟାଭରୋପୋଲର ଏକ ଶୁନଶାନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମନ୍ତ୍ରାଳୟ ଅନୁସାରେ ଚାଳକ ଦଳର ୩ ସଦସ୍ୟଙ୍କୁ ବିମାନରୁ ବାହାର କରିବା ପରେ ଉଦ୍ଧାର କରାଯାଇଛି। ତେବେ ଚତୁର୍ଥ ଜଣକର ସନ୍ଧାନ ଜାରି ରହିଛି। ହେଲେ ଷ୍ଟାଭରୋପୋଲ ଗଭର୍ଣ୍ଣର କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ବିମାନରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି।
ତେବେ ଋଷିୟ ଯୁଦ୍ଧବିମନକୁ ୟୁକ୍ରେନ ଆକାଶରୁ ଖସାଇବା କିଛି ନୂଆ କଥା ନୁହେଁ। ଗତ କ୍ରିସମାସ ପୂର୍ବ ସନ୍ଧ୍ୟାରେ ୟୁକ୍ରେନ ଦୁଇଟି ଋଷିୟ ଯୁଦ୍ଧବିମାନକୁ ଖସାଇ ଦେଇଥିଲା। ଏଥିରେ ଗୋଟିଏ ଇୟର୍ଲି ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲିଂ ଏୟାରକ୍ରାଫ୍ଟକୁ ଥିଲା। ଯାହା ଋଷିଆ ନିମନ୍ତେ ଏକ ଝଟକା ଥିଲା। ଏହି ଯୁଦ୍ଧବିମାନ ମାଟିରେ ଥିବା ସୈନିକଙ୍କ ସୂଚନା ଦେଇଥାଏ। ୟୁକ୍ରେନ ଏହିପରି ଦୁଇଟି ଯୁଦ୍ଧ ବିମାନକୁ ଖସାଇଥିବାର ଦାବି କରୁଛି।