ୱିମ୍ବଲଡନ ପୁରସ୍କାର ରାଶିରେ ରେକର୍ଡ ବୃଦ୍ଧି, ଜାଣନ୍ତୁ ଏବେ ଚାମ୍ପିୟନଙ୍କୁ ମିଳିବ କେତେ?
ଲଣ୍ଡନ ୧୩।୬: ଅଲ ଇଂଲଣ୍ଡ କ୍ଲବର ଅଧିକାରୀମାନେ ଗୁରୁବାର ୱିମ୍ବଲଡନ ପୁରସ୍କାର ରାଶି ବୃଦ୍ଧି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁସାରେ ୱିମ୍ବଲଡନର ମୋଟ ପୁରସ୍କାର ରାଶି ବଢି ରେକର୍ଡ ୫ କୋଟି ପାଉଣ୍ଡ (ପାଖାପାଖି ୫ ବିଲିୟନ ୩୩ କୋଟି ଟଙ୍କା) ହୋଇଯିବ। ଯେଉଁଥିରେ ପ୍ରତ୍ୟେକ ସିଙ୍ଗଲ ଚାମ୍ପିୟନଙ୍କୁ ୨୭ ଲକ୍ଷ ପାଉଣ୍ଡ ଅର୍ଥାତ ପାଖାପାଖି ୨୮.୮୧ କୋଟି ଟଙ୍କା ପୁରସ୍କାର ମିଳିବ। ମୋଟ ପୁରସ୍କାର ରାଶି ଗତବର୍ଷ ତୁଳନାରେ ୫୩ଲକ୍ଷ ପାଉଣ୍ଡ (ପାଖାପାଖି ୫୬.୬ କୋଟି ଟଙ୍କା)କୁ ବୃଦ୍ଧି ହୋଇଛି। ପ୍ରାୟ ୧୦ ବର୍ଷ ପୂର୍ବେ ଏହି ଗ୍ରାସ୍କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗୀଙ୍କୁ ଦିଆଯାଇଥିବା ୨କୋଟି ୫୦ଲକ୍ଷ ପାଉଣ୍ଡରୁ ଏବେ ଦୁଇଗୁଣାରୁ ବି ଅଧିକ ପୁରସ୍କାର ମିଳିବ। ଅଲ ଇଂଲଣ୍ଡ କ୍ଲବର ନୂଆ ଅଧ୍ୟକ୍ଷ ଡେବୋରା ଜେଭାଂସ କହିଛନ୍ତି ଯେ ଏହି ବର୍ଷର ଟିକେଟ୍ ଚାହିଦା ଆଗରୁ କେବେ ଦେଖାଯାଇ ନାହିଁ। ଏଣୁ ଚଳିତବର୍ଷ ବିଜେତାମାନଙ୍କୁ ମିଳିବାକୁ ଥିବା ରାଶି ପ୍ରତ୍ୟେକ ବର୍ଗରେ ୩,୫୦,୦୦୦ ପାଉଣ୍ଡ (୩କୋଟି ୭୩ଲକ୍ଷ ଟଙ୍କା) ବୃଦ୍ଧି ହୋଇଛି, ଯାହା ପୁରସ୍କାର ରାଶିରେ ୧୪.୯ ପ୍ରତିଶତ ବୃଦ୍ଧି ବୋଲି ସେ କହିଛନ୍ତି। ସିଙ୍ଗଲସ୍ ପ୍ରଥମ ରାଉଣ୍ଡରେ ହାରିଥିବା ପ୍ରତିଯୋଗୀଙ୍କୁ ୨୦୨୩ ମସିହାରେ ୫୫,୦୦୦ ପାଉଣ୍ଡ(୫୮ଲକ୍ଷ ଟଙ୍କା) ଦିଆଯାଇଥିଲା। ତେବେ ଚଳିତବର୍ଷ ଏହାକୁ ବଢାଇ ୬୦,୦୦୦ ପାଉଣ୍ଡ (୬୪ଲକ୍ଷ ଟଙ୍କା) କରି ଦିଆଯାଇଛି। ସେହିପର
ଲଣ୍ଡନ ୧୩।୬: ଅଲ ଇଂଲଣ୍ଡ କ୍ଲବର ଅଧିକାରୀମାନେ ଗୁରୁବାର ୱିମ୍ବଲଡନ ପୁରସ୍କାର ରାଶି ବୃଦ୍ଧି ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁସାରେ ୱିମ୍ବଲଡନର ମୋଟ ପୁରସ୍କାର ରାଶି ବଢି ରେକର୍ଡ ୫ କୋଟି ପାଉଣ୍ଡ (ପାଖାପାଖି ୫ ବିଲିୟନ ୩୩ କୋଟି ଟଙ୍କା) ହୋଇଯିବ। ଯେଉଁଥିରେ ପ୍ରତ୍ୟେକ ସିଙ୍ଗଲ ଚାମ୍ପିୟନଙ୍କୁ ୨୭ ଲକ୍ଷ ପାଉଣ୍ଡ ଅର୍ଥାତ ପାଖାପାଖି ୨୮.୮୧ କୋଟି ଟଙ୍କା ପୁରସ୍କାର ମିଳିବ। ମୋଟ ପୁରସ୍କାର ରାଶି ଗତବର୍ଷ ତୁଳନାରେ ୫୩ଲକ୍ଷ ପାଉଣ୍ଡ (ପାଖାପାଖି ୫୬.୬ କୋଟି ଟଙ୍କା)କୁ ବୃଦ୍ଧି ହୋଇଛି।

ପ୍ରାୟ ୧୦ ବର୍ଷ ପୂର୍ବେ ଏହି ଗ୍ରାସ୍କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ପ୍ରତିଯୋଗୀଙ୍କୁ ଦିଆଯାଇଥିବା ୨କୋଟି ୫୦ଲକ୍ଷ ପାଉଣ୍ଡରୁ ଏବେ ଦୁଇଗୁଣାରୁ ବି ଅଧିକ ପୁରସ୍କାର ମିଳିବ। ଅଲ ଇଂଲଣ୍ଡ କ୍ଲବର ନୂଆ ଅଧ୍ୟକ୍ଷ ଡେବୋରା ଜେଭାଂସ କହିଛନ୍ତି ଯେ ଏହି ବର୍ଷର ଟିକେଟ୍ ଚାହିଦା ଆଗରୁ କେବେ ଦେଖାଯାଇ ନାହିଁ। ଏଣୁ ଚଳିତବର୍ଷ ବିଜେତାମାନଙ୍କୁ ମିଳିବାକୁ ଥିବା ରାଶି ପ୍ରତ୍ୟେକ ବର୍ଗରେ ୩,୫୦,୦୦୦ ପାଉଣ୍ଡ (୩କୋଟି ୭୩ଲକ୍ଷ ଟଙ୍କା) ବୃଦ୍ଧି ହୋଇଛି, ଯାହା ପୁରସ୍କାର ରାଶିରେ ୧୪.୯ ପ୍ରତିଶତ ବୃଦ୍ଧି ବୋଲି ସେ କହିଛନ୍ତି।

ସିଙ୍ଗଲସ୍ ପ୍ରଥମ ରାଉଣ୍ଡରେ ହାରିଥିବା ପ୍ରତିଯୋଗୀଙ୍କୁ ୨୦୨୩ ମସିହାରେ ୫୫,୦୦୦ ପାଉଣ୍ଡ(୫୮ଲକ୍ଷ ଟଙ୍କା) ଦିଆଯାଇଥିଲା। ତେବେ ଚଳିତବର୍ଷ ଏହାକୁ ବଢାଇ ୬୦,୦୦୦ ପାଉଣ୍ଡ (୬୪ଲକ୍ଷ ଟଙ୍କା) କରି ଦିଆଯାଇଛି। ସେହିପରି କ୍ୱାଲିଫାଇଙ୍ଗ ପ୍ରତିଯୋଗୀତା ଲାଗି ପୁରସ୍କାର ରାଶିରେ ୧୪.୯ ପ୍ରତିଶତ ବୃଦ୍ଧି ହୋଇ ଏହା ୪୮ଲକ୍ଷ ପାଉଣ୍ଡ (୫୧.୨କୋଟି ଟଙ୍କା) ହୋଇଯିବ ବୋଲି ଜେଭାଂସ କହିଛନ୍ତି।