ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା: ମେ’ରେ ସ୍ପେସ୍ଷ୍ଟେଶନ ଯିବେ ଭାରତୀୟ ମହାକାଶଚାରୀ
ନୂଆଦିଲ୍ଲୀ,୧୯।୪:ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା। ଗଗନୟାତ୍ରୀ ବା ଅଷ୍ଟ୍ରୋନଟ୍-ଡେଜିଗ୍ନେଟ୍ ଗ୍ରୁପ୍ କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳା ଆସନ୍ତା ମାସରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ମହାକାଶ ଯାତ୍ରାରେ ଭାରତ ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଥିବା କେନ୍ଦ୍ର ମହାକାଶ ଓ ପ୍ରଯୁକ୍ତି […] The post ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା: ମେ’ରେ ସ୍ପେସ୍ଷ୍ଟେଶନ ଯିବେ ଭାରତୀୟ ମହାକାଶଚାରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୪:ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା। ଗଗନୟାତ୍ରୀ ବା ଅଷ୍ଟ୍ରୋନଟ୍-ଡେଜିଗ୍ନେଟ୍ ଗ୍ରୁପ୍ କ୍ୟାପ୍ଟେନ ଶୁଭ୍ରାଂଶୁ ଶୁକ୍ଳା ଆସନ୍ତା ମାସରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି। ମହାକାଶ ଯାତ୍ରାରେ ଭାରତ ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଥିବା କେନ୍ଦ୍ର ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ଗତ ୮ ମାସ ହେଲା ନାସା ଏବଂ ଘରୋଇ କମ୍ପାନୀ ଆକ୍ସିଅମ୍ ସ୍ପେସ୍ରେ ପ୍ରଶିକ୍ଷଣ ନେଉଥିଲେ। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସ କ୍ରିଉ ଡ୍ରାଗନ୍ କ୍ୟାପ୍ସୁଲ୍ରେ ବ୍ୟବସାୟିକ ମିଶନରେ ଶୁକ୍ଳା ଯିବା ପାଇଁ ଭାରତ ୬୦ ନିୟୁତ ଡଲାର ପୈଠ କରିଛି।
The post ଭାରତର ମହାକାଶ ଯାତ୍ରାରେ ଏକ ବଡ଼ ସଫଳତା: ମେ’ରେ ସ୍ପେସ୍ଷ୍ଟେଶନ ଯିବେ ଭାରତୀୟ ମହାକାଶଚାରୀ appeared first on Dharitri Odia News.