ନବୀନ ଓ ପାଣ୍ଡିଆନଙ୍କୁ ମୋହନଙ୍କ କଡ଼ା ଟାର୍ଗେଟ, କହିଲେ…
ଭୁବନେଶ୍ୱର,୩୧।୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗୋଟି ଗୋଟି କରି କାଉଣ୍ଟର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ ଏଥର ନବୀନଙ୍କୁ କହିବା ସହ ପରୋକ୍ଷରେ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ବିକୃତ ବ୍ୟବସ୍ଥା କରିଥିଲେ। ଖର୍ଚ୍ଚଦାବି ଆଲୋଚନାରେ ବିଧାନସଭାରେ ସରକାରଙ୍କୁ କିଛି ପ୍ରଶ୍ନ ପଚାରି ପଳାଉଛନ୍ତି। ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ବିରୋଧୀ ଦଳ ନେତା ଉପସ୍ଥିତ ଅଧିକ […] The post ନବୀନ ଓ ପାଣ୍ଡିଆନଙ୍କୁ ମୋହନଙ୍କ କଡ଼ା ଟାର୍ଗେଟ, କହିଲେ… appeared first on Dharitri Odia News.
ଭୁବନେଶ୍ୱର,୩୧।୮: ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଗୋଟି ଗୋଟି କରି କାଉଣ୍ଟର କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ତେବେ ଏଥର ନବୀନଙ୍କୁ କହିବା ସହ ପରୋକ୍ଷରେ କାର୍ତ୍ତିକ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି, ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଏକ ବିକୃତ ବ୍ୟବସ୍ଥା କରିଥିଲେ। ଖର୍ଚ୍ଚଦାବି ଆଲୋଚନାରେ ବିଧାନସଭାରେ ସରକାରଙ୍କୁ କିଛି ପ୍ରଶ୍ନ ପଚାରି ପଳାଉଛନ୍ତି। ପ୍ରଶ୍ନର ଉତ୍ତର ଶୁଣିବା ପାଇଁ ବିରୋଧୀ ଦଳ ନେତା ଉପସ୍ଥିତ ଅଧିକ ଭଲ ହୋଇଥାନ୍ତା, ବୋଧହୁଏ ବିଧାନସଭାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତାଙ୍କର ଥାଇପାରେ ବୋଲି କହି କଟାକ୍ଷ କରିବାକୁ ମୁଖ୍ୟମନ୍ତ୍ରୀ ପଛାଇ ନାହାନ୍ତି।
ଆଜି ବିଧାନସଭାରେ ଉଭୟ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ନଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ଦୁର୍ଭାଗ୍ୟଜନକ । ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା। ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ । ନିଜେ କେବେ ଲୋକଙ୍କ ଗୁହାରି ଶୁଣୁନଥିଲେ । ଏଭଳି ଏକ ବିକୃତ ବ୍ୟବସ୍ଥା ପୂର୍ବ ସରକାରରେ ଚାଲିଥିଲା ।
ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣିଥରେ ଚଳଚଞ୍ଚଳ କରିଛନ୍ତି । ସବୁଦିନେ ପ୍ରାୟ ରାତି ସାଢେ ୧୨ଟାରେ ମୁଁ ଲୋକସେବା ଭବନରୁ ଘରକୁ ଯାଉଛି । ରାତି ୩ଟାରେ ଶୋଇ ସକାଳୁ ଉଠିବାରେ ସମସ୍ୟା ହେଉଛି । ମାତ୍ର ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ବାହାର କରିପାରୁଥିବାରୁ ନିଜକୁ ଖୁସି ଲାଗୁଛି । ଏବେସୁଦ୍ଧା ୫୬୦୦ ଅଭିଯୋଗ ଶୁଣାଣି କରିଛି । ଏଥିରୁ ୨୩ପ୍ରତିଶତ ସମାଧାନ ହୋଇଛି ଓ ଏହି ହାରକୁ ୫୦ ପ୍ରତିଶତ କରିବା ପାଇଁ ପ୍ରୟାସ ଚାଲିଛି । ପ୍ରଥମଦିନ ଅଭିଯୋଗ ଶୁଣାଣିବେଳେ ଆମେ ସମସ୍ତେ ମଧ୍ୟାହ୍ନଭୋଜନ ସଂଧ୍ୟା ୫ଟାରେ କରିଥିଲୁ ।
The post ନବୀନ ଓ ପାଣ୍ଡିଆନଙ୍କୁ ମୋହନଙ୍କ କଡ଼ା ଟାର୍ଗେଟ, କହିଲେ… appeared first on Dharitri Odia News.