‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…
ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍ ପ୍ରଥମ ମ୍ୟାଚ୍ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍ ପୂର୍ବରୁ ଭାରତୀୟ ଟି୨୦ ଟିମ୍ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ସେ ମଇଦାନରେ ଅଧିନାୟକ ଦାୟିତ୍ୱ ତୁଲାଇବାର ମଜା ନେଇଛନ୍ତି । ଏହାଛଡ଼ା ଅନେକ ବର୍ଷ ଧରି ଭିନ୍ନ ଭିନ୍ନ ଅଧିନାୟକଙ୍କ ନେତୃତ୍ୱରେ ଖେଳି ବହୁତ କିଛି ଶିଖିଥିବା ସେ କହିଛନ୍ତି। ଭାରତୀୟ ଟିମ୍ ବିଶ୍ୱ ଚାମ୍ପିୟନ ହେବା ପରେ ରୋହିତ ଶର୍ମା ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ। […] The post ‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍ ପ୍ରଥମ ମ୍ୟାଚ୍ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍ ପୂର୍ବରୁ ଭାରତୀୟ ଟି୨୦ ଟିମ୍ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ ସେ ମଇଦାନରେ ଅଧିନାୟକ ଦାୟିତ୍ୱ ତୁଲାଇବାର ମଜା ନେଇଛନ୍ତି । ଏହାଛଡ଼ା ଅନେକ ବର୍ଷ ଧରି ଭିନ୍ନ ଭିନ୍ନ ଅଧିନାୟକଙ୍କ ନେତୃତ୍ୱରେ ଖେଳି ବହୁତ କିଛି ଶିଖିଥିବା ସେ କହିଛନ୍ତି।
ଭାରତୀୟ ଟିମ୍ ବିଶ୍ୱ ଚାମ୍ପିୟନ ହେବା ପରେ ରୋହିତ ଶର୍ମା ଟି୨୦ ଫର୍ମାଟରୁ ସନ୍ନ୍ୟାସ ନେଇଥିଲେ। ଏହାପରେ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯାଇଥିଲା। ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଅଧିକ ପ୍ରାଥମିକତା ଦିଆଯାଇଥିଲା, ଯାହାଙ୍କୁ ପ୍ରଥମ ଟି୨୦ ଟିମ୍ର ଅଧିନାୟକ ହେବାର ଦାବିଦାର କୁହାଯାଉଥିଲା।
ବିସିସିଆଇ ଟିଭିକୁ ସୂର୍ଯ୍ୟକୁମାର କହିଛନ୍ତି, ଅଧିନାୟକ ନ ଥିଲେ ବି ମୁଁ ସର୍ବଦା ମଇଦାନରେ ନେତୃତ୍ୱ ନେଉଥିବା ଲୋକଙ୍କଠାରୁ ବହୁତ କିଛି ଶିଖିଛି। ଏହା ଭଲ ଅନୁଭବ ଏବଂ ବଡ଼ ଦାୟିତ୍ୱ । ଏହାଛଡ଼ା କୋଚ୍ ଗମ୍ଭୀରଙ୍କ ସହ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ, ଏହା ବେଶ ଖାସ୍ କାରଣ ମୁଁ ୨୦୧୪ରେ କେକେଆର୍ ପକ୍ଷରୁ ତାଙ୍କ ନେତୃତ୍ୱରେ ଖେଳିସାରିଛି। ସେବେ ମୋତେ ସୁଯୋଗ ମିଳିଥିବାରୁ ଆମର ସମ୍ପର୍କ ଏବେ ବି ମଜଭୂତ ଅଛି। ସେ ମୋତେ ଭଲ ଭାବେ ବୁଝନ୍ତି। ମୁଁ କିଭଳି କାମ କରେ, ଅଭ୍ୟାସ ସମୟରେ ମୋର ମାନସିକତା କ’ଣ ସବୁକିଛି ସେ ଜାଣିନିଅନ୍ତି। ତାଙ୍କ ପରାମର୍ଶରେ ଦଳର ନେତୃତ୍ୱ ନେବାର ଅନୁଭବ ପାଇଁ ମୁଁ ଉତ୍ସାହିତ ରହିଛି ବୋଲି ସୂର୍ଯ୍ୟକୁମାର କହିଛନ୍ତି।
ଏହାଛଡ଼ା କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ ବୋଲି ସୂର୍ଯ୍ୟକୁମାର କହିଛନ୍ତି। ଏଣୁ ବିନମ୍ରତା ଶିଖିବା ଉଚିତ। ଆପଣ କିଛି ବି ହାସଲ କରନ୍ତୁ , ଭଲ ପ୍ରଦର୍ଶନ କରନ୍ତୁ, ବିନମ୍ରତା ଶିଖିବାକୁ ହେବ। ମଇଦାନରେ ଯାହା ବି କର ସେଠାରେ ଛାଡ଼ି ଆସିବା ଉଚିତ। ଏହା କ୍ରିକେଟରର ଜୀବନ ନୁହେଁ, କେବଳ ଏକ ଅଂଶ। ଜୀବନରେ ସନ୍ତୁଳନ ରଖିବା ଜରୁରୀ। ଯଦି ଆପଣ ଜଣେ ଭଲ ମଣିଷ, ତେବେ ସବୁକିଛି ଭଲ ହେବ ବୋଲି ସେ କହିଛନ୍ତି।
???????????????????????????????????????? ???????????????????? ???????????????????? ???????????????????? ???????? #????????????????????????????????????‘???? ???????????????? ????????????????????????????!
#SLvIND | @surya_14kumar pic.twitter.com/KmWz84jZnP
— BCCI (@BCCI) July 26, 2024
The post ‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ… appeared first on Dharitri Odia News.
