ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟାକୁ ନେଇ କଙ୍ଗନା କହିଲେ…

ନୂଆଦିଲ୍ଲୀ, ୧୩।୦୮: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ନେତ୍ରୀ କଙ୍ଗନା ରାଣାୱତ୍‌ କୋଲକତାର ଆର୍‌ଜି କର ହସ୍ପିଟାଲ୍‌ରେ ଘଟିଥିବା ଲୋମହର୍ଷଣକାରୀ ମହିଳା ଟ୍ରେନି ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ ଏନେଇ ସୋସିଆଲ୍‌ ମିଡିଆରେ ଏକ ବଡ଼ ନୋଟ୍‌ଲେଖି ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ରାଜ୍ୟ ସରକାର ଚଳାଉଥିବା ଆର୍‌ଡି କର ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା ହୃଦୟ […] The post ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟାକୁ ନେଇ କଙ୍ଗନା କହିଲେ… appeared first on Dharitri Odia News.

ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟାକୁ ନେଇ କଙ୍ଗନା କହିଲେ…

ନୂଆଦିଲ୍ଲୀ, ୧୩।୦୮: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ନେତ୍ରୀ କଙ୍ଗନା ରାଣାୱତ୍‌ କୋଲକତାର ଆର୍‌ଜି କର ହସ୍ପିଟାଲ୍‌ରେ ଘଟିଥିବା ଲୋମହର୍ଷଣକାରୀ ମହିଳା ଟ୍ରେନି ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ସେ ଏନେଇ ସୋସିଆଲ୍‌ ମିଡିଆରେ ଏକ ବଡ଼ ନୋଟ୍‌ଲେଖି ସେୟାର କରିଛନ୍ତି। ସେ ଏଥିରେ ଲେଖିଛନ୍ତି ଯେ, ରାଜ୍ୟ ସରକାର ଚଳାଉଥିବା ଆର୍‌ଡି କର ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ୍‌ରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା ହୃଦୟ ବିଦାରକ ଏବଂ ଅତି ନୃଶଂସନୀୟ। ଶୁକ୍ରବାର ସକାଳୁ ଏହି ଡାକ୍ତରଙ୍କ ଅର୍ଦ୍ଧନଗ୍ନ ମୃତଦେହ ହସ୍ପିଟାଲ୍‌ର ସେମିନାର ଗୃହରୁ ମିଳିଥିଲା । ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ହତ୍ୟା ପୂର୍ବରୁ ଅଭିଯୁକ୍ତ ତାଙ୍କୁ ବଳତ୍କାର କରିବା ସହିତ ଅକଥନୀୟ ନିର୍ଯ୍ୟାତନା ଦେଇଛି । ମୁଁ ଆଶାକରୁଛି ଯେ ଏହି ମାମଲାର ସମ୍ପୂର୍ଣ୍ଣ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯିବ ଏବଂ ଅଭିଯୁକ୍ତକୁ କଠୋର ଶାସ୍ତି ମିଳିବ ।

ସୂଚନା ଥାଉକି ଅଭିଯୁକ୍ତକୁ ଶନିବାର ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ୍‌ । ଅଭିଯୁକ୍ତର ନାମ ସଞ୍ଜୟ ରୟ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ ପୋଲିସ୍‌ରେ ଭଲ୍ୟୁଣ୍ଟିୟର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ସିସିଟିଭି ଆଧାରରେ ଅଭିଯୁକ୍ତକୁ ଗିରଫ ପରେ ପୋଲିସ୍‌ ଆଗରେ ସେ ତାର ଦୋଷ ସ଼୍ବୀକାର କରିଛି । ଶନିବାର ପଚରାଉଚରା ବେଳେ ସେ ମୋତେ ଫାଶୀ ଦେଇ ଦିଅ ବୋଲି ପୋଲିସ୍‌ ଆଗରେ କହିଥିବା ଜଣାପଡ଼ିଛି ।

The post ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟାକୁ ନେଇ କଙ୍ଗନା କହିଲେ… appeared first on Dharitri Odia News.