ଏଣିକି ସରକାରୀ କର୍ମଚାରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ମିଳିବନି ଦରମା

ଭୁବନେଶ୍ୱର,୨୮।୬: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବା ଦୁର୍ଘଟଣା ରୋକିବାକୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି । ଅମାନିଆଙ୍କୁ ସାବାଡ କରିବାକୁ ଏଥିରେ ସଂସ୍କାର ମଧ୍ୟ ଆସିଛି । ଯେଉଁମାନେ ଟ୍ରାଫିକ ନିୟମ ଅବମାନନା କରୁଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ବି ଆଦାୟ ହେଉଛି । ତେବେ କିଛି ସ୍ଥାନରେ ଦେଖାଯାଉଛି ଅଧିକାଂଶ ସରକାରୀ କର୍ମଚାରୀ ଏହି ନିୟମରେ ଖିଲାପ କରୁଛନ୍ତି। ଏଥିପାଇଁ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏଥର ନିୟମ ଖିଲାପ କଲେ […] The post ଏଣିକି ସରକାରୀ କର୍ମଚାରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ମିଳିବନି ଦରମା appeared first on Dharitri Odia News.

ଏଣିକି ସରକାରୀ କର୍ମଚାରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ମିଳିବନି ଦରମା

ଭୁବନେଶ୍ୱର,୨୮।୬: ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ବା ଦୁର୍ଘଟଣା ରୋକିବାକୁ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି । ଅମାନିଆଙ୍କୁ ସାବାଡ କରିବାକୁ ଏଥିରେ ସଂସ୍କାର ମଧ୍ୟ ଆସିଛି । ଯେଉଁମାନେ ଟ୍ରାଫିକ ନିୟମ ଅବମାନନା କରୁଛନ୍ତି ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ବି ଆଦାୟ ହେଉଛି । ତେବେ କିଛି ସ୍ଥାନରେ ଦେଖାଯାଉଛି ଅଧିକାଂଶ ସରକାରୀ କର୍ମଚାରୀ ଏହି ନିୟମରେ ଖିଲାପ କରୁଛନ୍ତି। ଏଥିପାଇଁ କଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏଥର ନିୟମ ଖିଲାପ କଲେ ଜରିମାନା ଆକାରରେ ବନ୍ଦ ହୋଇପାରେ ଦରମା।

ଏହି ନିୟମ ଆରମ୍ଭ ଗଜପତି ଜିଲାରୁ ଆରମ୍ଭ ହୋଇଛି । ଏଠାରେ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ଏହାକୁ ନେଇ ସ୍ବତନ୍ତ୍ର ଭାବରେ ଚିଠି କରିଛନ୍ତି ଗଜପତି ବ୍ଲକ ଶିକ୍ଷା ଅଧିକାରୀ । ବ୍ଲକ ଶିକ୍ଷା ଅଧିକାରୀ ଯେଉଁ ଚିଠି କରିଛନ୍ତି, ସେଥିରେ ଲେଖା ଅଛି ଯେ, ବ୍ଲକରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଜୀବନକୁ ସୁରକ୍ଷିତ ରଖିବାକୁ ହେଲେ ବାଇକ ଚଳାଇବାବେଳେ ହେଲମେଟ ପିନ୍ଧିବା ଜରୁରୀ । ଏଣିକି ଯେ କେହି ଶିକ୍ଷକ ବିନା ହେଲମେଟ ବାଇକ ଚଳାଉଥିବା ଦେଖିବାକୁ ମିଳିବ ସେମାନଙ୍କୁ ଦଣ୍ଡ ଆକାରରେ ସେମାନଙ୍କ ଦରମା କଟାଯିବ ।

The post ଏଣିକି ସରକାରୀ କର୍ମଚାରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ, ନହେଲେ ମିଳିବନି ଦରମା appeared first on Dharitri Odia News.