ପୁଣି ଆଣବିକ ଅସ୍ତ୍ର ଧମକ ଦେଲେ ପୁଟିନ୍
ମସ୍କୋ,୧୩ା୩:ରୁଷିଆର ସାର୍ବଭୌମତ୍ୱ କିମ୍ବା ସ୍ବାଧୀନତା ଉପରେ ବିପଦ ଦେଖାଦେଲେ ମସ୍କୋ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ଏଥିସହ ଆମେରିକାକୁ ଆଣବିକ ସଂଘର୍ଷରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ରୁଷୀୟ ସରକାରୀ ଟିଭି ଚ୍ୟାନେଲକୁ ପୁଟିନ୍ ସାକ୍ଷାତ୍କାର ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଜଣେ ବର୍ଷିଆନ ରାଜନେତା ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ବାଇଡେନ୍ ସମ୍ଭାବ୍ୟ ଉତ୍ତେଜନାର ବିପଦକୁ ସମ୍ପୂର୍ଣ୍ଣ ଭାବେ ବୁଝନ୍ତି। ବିଶ୍ୱ ଏକ […] The post ପୁଣି ଆଣବିକ ଅସ୍ତ୍ର ଧମକ ଦେଲେ ପୁଟିନ୍ appeared first on Dharitri Odia News.
ମସ୍କୋ,୧୩ା୩:ରୁଷିଆର ସାର୍ବଭୌମତ୍ୱ କିମ୍ବା ସ୍ବାଧୀନତା ଉପରେ ବିପଦ ଦେଖାଦେଲେ ମସ୍କୋ ଆଣବିକ ଅସ୍ତ୍ର ବ୍ୟବହାର କରିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ଏଥିସହ ଆମେରିକାକୁ ଆଣବିକ ସଂଘର୍ଷରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ରୁଷୀୟ ସରକାରୀ ଟିଭି ଚ୍ୟାନେଲକୁ ପୁଟିନ୍ ସାକ୍ଷାତ୍କାର ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଜଣେ ବର୍ଷିଆନ ରାଜନେତା ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି, ବାଇଡେନ୍ ସମ୍ଭାବ୍ୟ ଉତ୍ତେଜନାର ବିପଦକୁ ସମ୍ପୂର୍ଣ୍ଣ ଭାବେ ବୁଝନ୍ତି। ବିଶ୍ୱ ଏକ ଆଣବିକ ଯୁଦ୍ଧ ଆଡ଼କୁ ମୁହାଁଉଛି ବୋଲି ସେ ମନେକରୁ ନ ଥିବା ପୁଟିନ୍ କହିଛନ୍ତି। ପୁଟିନ୍ ଆହୁରି କହିଛନ୍ତି, ରୁଷିଆର ଆଣବିକ ବଳ ସାମରିକ ଏବଂ ବୈଷୟିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି। ଦେଶର ସୁରକ୍ଷା ସିଦ୍ଧାନ୍ତ ଅନୁସାରେ ମସ୍କୋ ରୁଷୀୟ ରାଷ୍ଟ୍ରର ଅସ୍ଥିତ୍ୱ ଓ ସାର୍ବଭୌମତ୍ୱ ପ୍ରତି ବିପଦ ଦେଖାଦେଲେ ଆମେ ଏହାକୁ ବ୍ୟବହାର କରିବୁ। ତେବେ ୟୁକ୍ରେନ୍ ବିରୋଧରେ ଚାଲିଥିବା ଯୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ କି ବୋଲି ପ୍ରଶ୍ନ କରାଯିବାରୁ ଏହାର ଆବଶ୍ୟକତା ନାହିଁ ବୋଲି ପୁଟିନ୍ କହିଛନ୍ତି। ପ୍ରକାଶ ଯେ, ୨୦୨୨ ଫେବୃୟାରୀରେ ୟୁକେନ୍ ଉପରେ ଆକ୍ରମଣ କରିବା ପରଠାରୁ ପୁଟିନ୍ ଆଣବିକ ଅସ୍ତ୍ର ପ୍ରୟୋଗ ନେଇ ବାରମ୍ବାର ଧମକ ଦେଇଆସୁଛନ୍ତି।
The post ପୁଣି ଆଣବିକ ଅସ୍ତ୍ର ଧମକ ଦେଲେ ପୁଟିନ୍ appeared first on Dharitri Odia News.