IND vs ENG: ଆଜି ବାରବାଟୀ ଲଢ଼େଇ

ଭୁବନେଶ୍ୱର, ୯।୨ (ତପନ ସ୍ବାଇଁ): ବାରବାଟୀ ପ୍ରସ୍ତୁତ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ହେବ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌। ଚଳିତ ସିରିଜର ଏହା ହେବ ଦ୍ୱିତୀୟ ଏକଦିବସୀୟ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିବାରୁ ଏଠାରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। କାରଣ ଯଦି ଭାରତ ମ୍ୟାଚ୍‌ ଜିତେ ତେବେ ସିରିଜ ବିଜୟୀ ହୋଇଯିବ। ତେଣୁ ଇଂଲଣ୍ଡ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ […] The post IND vs ENG: ଆଜି ବାରବାଟୀ ଲଢ଼େଇ appeared first on Dharitri Odia News.

IND vs ENG: ଆଜି ବାରବାଟୀ ଲଢ଼େଇ

ଭୁବନେଶ୍ୱର, ୯।୨ (ତପନ ସ୍ବାଇଁ): ବାରବାଟୀ ପ୍ରସ୍ତୁତ। ଏହି ଐତିହାସିକ ଷ୍ଟାଡିୟମରେ ରବିବାର ହେବ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌। ଚଳିତ ସିରିଜର ଏହା ହେବ ଦ୍ୱିତୀୟ ଏକଦିବସୀୟ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ନାଗପୁରରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଭାରତ ବିଜୟୀ ହୋଇଥିବାରୁ ଏଠାରେ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। କାରଣ ଯଦି ଭାରତ ମ୍ୟାଚ୍‌ ଜିତେ ତେବେ ସିରିଜ ବିଜୟୀ ହୋଇଯିବ। ତେଣୁ ଇଂଲଣ୍ଡ ବିଜୟ ସହ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ ନିଶ୍ଚିତ। ଏହି ମ୍ୟାଚ୍‌ ଇଂଲଣ୍ଡ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି। ଖେଳ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ। ମ୍ୟାଚ୍‌କୁ ନେଇ ଓଡ଼ିଶା କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ଅନ୍‌ଲାଇନ୍‌ଠାରୁ ଆରମ୍ଭ କରି ବକ୍ସ ଅଫିସ ଟିକେଟ ବିକ୍ରିରେ ପ୍ରତିଫଳିତ ହୋଇସାରିଛି। ଏବେ କେବଳ ପ୍ରତୀକ୍ଷିତ ମୁହୂର୍ତ୍ତକୁ ଅପେକ୍ଷା।

ବାରବାଟୀରେ ମ୍ୟାଚ୍‌ ଖେଳିବା ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ଦଳର ସଦସ୍ୟ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଶନିବାର ଅଭ୍ୟାସ ନ କରି ଇଂଲଣ୍ଡ ଦଳ ମେ ଫେୟାର ହୋଟେଲ ମଧ୍ୟରେ ବିଶ୍ରାମ ନେବାକୁ ପସନ୍ଦ କରିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ଅପରାହ୍ନ ୫ଟା ୩୦ରେ ବାରବାଟୀରେ ପହଞ୍ଚତ୍ ନେଟ୍‌ ପ୍ରାକ୍ଟିସ କରିଛି। ନେଟ୍ସ ସମୟରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ତାରକା ବ୍ୟାଟର ବିରାଟ କୋହଲି। ଆଣ୍ଠୁରେ ଆଘାତଜନିତ ସମସ୍ୟା ଯୋଗୁ ବିରାଟ ନାଗପୁର ମ୍ୟାଚ୍‌ରେ ଖେଳିପାରି ନ ଥିଲେ। ମ୍ୟାଚ୍‌ ଆରମ୍ଭର ଅଳ୍ପ କିଛି କ୍ଷଣ ପୂର୍ବରୁ ଅର୍ଥାତ୍‌ ଟସ୍‌ ପରେ ଅଧିନାୟକ ରୋହିତ ଶର୍ମା ଏହା ପ୍ରକାଶ କରିବାପରେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନିରାଶା ଛାଇ ଯାଇଥିଲା। ମାତ୍ର ବିରାଟ ଏବେ ଫିଟ୍‌ ଅଛନ୍ତି ଏବଂ ବାରବାଟୀରେ ଆଗାମୀ ମ୍ୟାଚ୍‌ ଖେଳିବେ ବୋଲି ଶନିବାର ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପ୍ରେସ୍‌ କନ୍‌ଫରେନ୍ସ ହଲ୍‌ରେ ଖବରଦାତାଙ୍କ ସହ ଆଲୋଚନା ଅବସରରେ ସ୍ପଷ୍ଟ କରିଛନ୍ତି ବ୍ୟାଟିଂ କୋଚ୍‌ ସୀତାଂଶୁ କୋଟାକ୍‌। ଏହା ଶୁଣିବାପରେ ଓଡ଼ିଶା କ୍ରିକେଟପ୍ରେମୀଙ୍କ ମଧ୍ୟରେ ଖୁସି ଦ୍ୱିଗୁଣିତ ହୋଇଯାଇଛି। ତେବେ କୋହଲିଙ୍କ ପାଇଁ କେଉଁ ଖେଳାଳିଙ୍କୁ ବାଦ୍‌ ଦିଆଯିବ ତାହା ସେ ସ୍ପଷ୍ଟ କରି ନାହାନ୍ତି। ଏହା ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ଗୌତମ ଗମ୍ଭୀରଙ୍କ କାର୍ଯ୍ୟ ବୋଲି ସେ ପ୍ରକାଶ କରିଛନ୍ତି।

The post IND vs ENG: ଆଜି ବାରବାଟୀ ଲଢ଼େଇ appeared first on Dharitri Odia News.