ଅକ୍ଟୋବରରେ ନୂଆ ଏମ୍ପିସି ସଦସ୍ୟ ଚୟନ
ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା) : ଅକ୍ଟୋବର ସୁଦ୍ଧା ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି)ରେ ନୂତନ ବାହ୍ୟ ସଦସ୍ୟ ନିଯୁକ୍ତ କରିବେ। ସୁଧ ହାର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଏହି ନିଯୁକ୍ତି ହେବ ବୋଲ ସୂଚନା ରହିଛି। ସୁଧ ହାର ହ୍ରାସ କରିବାକୁ ଏମ୍ପିସି ଉପରେ ଚାପ ରହିବ ବୋଲି ଆଲୋଚନା ହେଉଥିବାବେଳେ ଆସନ୍ତା ୨ ସପ୍ତାହ ମଧ୍ୟରେ ଚୟନ ପ୍ୟାନେଲ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସୁପାରିସ କରିବ ଏବଂ ସେପ୍ଟେମ୍ବର ଶେଷ କିମ୍ବା […] The post ଅକ୍ଟୋବରରେ ନୂଆ ଏମ୍ପିସି ସଦସ୍ୟ ଚୟନ appeared first on Dharitri Odia News.
ଭୁବନେଶ୍ୱର,୨୪।୮(ଅନୁରାଧା ମହାରଣା) : ଅକ୍ଟୋବର ସୁଦ୍ଧା ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ମୁଦ୍ରାନୀତି କମିଟି (ଏମ୍ପିସି)ରେ ନୂତନ ବାହ୍ୟ ସଦସ୍ୟ ନିଯୁକ୍ତ କରିବେ। ସୁଧ ହାର ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ଏହି ନିଯୁକ୍ତି ହେବ ବୋଲ ସୂଚନା ରହିଛି। ସୁଧ ହାର ହ୍ରାସ କରିବାକୁ ଏମ୍ପିସି ଉପରେ ଚାପ ରହିବ ବୋଲି ଆଲୋଚନା ହେଉଥିବାବେଳେ ଆସନ୍ତା ୨ ସପ୍ତାହ ମଧ୍ୟରେ ଚୟନ ପ୍ୟାନେଲ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ସୁପାରିସ କରିବ ଏବଂ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରାରମ୍ଭରେ ଘୋଷଣା କରାଯାଇପାରେ। ୩ଜଣ ବାହ୍ୟ ସଦସ୍ୟ ଏବଂ ୩ ଜଣ ଆର୍ବିଆଇ ଅଧିକାରୀଙ୍କୁ ନେଇ ଗଠିତ ଏହି ୬ଜଣିଆ ଏମ୍ପିସି ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଗଠନ କରାଯିବ, ଯେଉଁମାନେ ସାଧାରଣତଃ ପ୍ରତିଷ୍ଠିତ ଅର୍ଥନୀତିଜ୍ଞ କିମ୍ବା ଅର୍ଥ ଏବଂ ମାକ୍ରୋକ୍ନୋମିକ ବିଶେଷଜ୍ଞଙ୍କୁ ବାହ୍ୟ ସଦସ୍ୟ ଭାବେ ମନୋନୀତ କରାଯିବ। ସେମାନଙ୍କୁ ୪ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତ କରାଯିବ। ଅକ୍ଟୋବର ୪ରେ ବର୍ତ୍ତମାନର ବାହ୍ୟ ସଦସ୍ୟ ଜୟନ୍ତ ଭର୍ମା, ଅସୀମା ଗୋୟଲ ଏବଂ ଶଶାଙ୍କ ଭୂଦେଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଅନ୍ୟପଟେ ସୁଧ ହାର ଉପରେ ପରବର୍ତ୍ତୀ ନିଷ୍ପତ୍ତି ଅକ୍ଟୋବର ୯ ପାଇଁ ଧାର୍ଯ୍ୟ କରାଯାଇଛି। ନୂତନ ଚୟନ ପ୍ୟାନେଲରେ ଆର୍ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ, କ୍ୟାବିନେଟ୍ ସଚିବ ଟି.ଭି. ସୋମନାଥନ, ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍ ଏବଂ ଅନ୍ୟାନ୍ୟ ଅଧିକାରୀ ଅଛନ୍ତି। ସୂଚନା ଥାଉକି, ୨୦୨୦ ରେ ବାହ୍ୟ ସଦସ୍ୟଙ୍କ ନିଯୁକ୍ତିରେ ବିଳମ୍ବ ହେତୁ ଆର୍ବିଆଇକୁ ଏହାର ବୈଠକ ସ୍ଥଗିତ ରଖିବାକୁ ପଡିଲା। ଏହି କାରଣରୁ ନୀତି ହାରର ଅନିଶ୍ଚିତତା ବୃଦ୍ଧି ପାଇଲା ଏବଂ ବିଶ୍ଳେଷକଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା। ତେଣୁ ଚଳିତ ଥର ଏପରି ସମସ୍ୟା ଏଡ଼ାଇବାକୁ ଆର୍ବିଆଇ ଚେଷ୍ଟା କରିବ ବୋଲି ମତ ପ୍ରକାଶ ପାଇଛି।
The post ଅକ୍ଟୋବରରେ ନୂଆ ଏମ୍ପିସି ସଦସ୍ୟ ଚୟନ appeared first on Dharitri Odia News.