ବଳଙ୍ଗା ଘଟଣାର ରହସ୍ୟ ଖୋଲିବ ରୁପା ମୁଦି: ସବୁ ଖୋଲି କହିଦେଲେ ପୀଡ଼ିତା
ବଳଙ୍ଗା/ଭୁବନେଶ୍ୱର,୨୬ା୭ (କେଦାରେଶ୍ୱର ନନ୍ଦ/ ରବିନାରାୟଣ ଜେନା):ପୁରୀ ଜିଲାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏହି ଘଟଣାରେ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ତଦନ୍ତ ଜାରି ରହିଥିବାବେଳେ ଘଟଣାସ୍ଥଳରୁ ପୋଲିସକୁ ମିଳିଥିବା ଏକ ରୁପାମୁଦି ଅନେକ ରହସ୍ୟ ଉନ୍ମୋଚନ କରିପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଭିଡିଓ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି। ବୟାନ […] The post ବଳଙ୍ଗା ଘଟଣାର ରହସ୍ୟ ଖୋଲିବ ରୁପା ମୁଦି: ସବୁ ଖୋଲି କହିଦେଲେ ପୀଡ଼ିତା appeared first on Dharitri Odia News.
ବଳଙ୍ଗା/ଭୁବନେଶ୍ୱର,୨୬ା୭ (କେଦାରେଶ୍ୱର ନନ୍ଦ/ ରବିନାରାୟଣ ଜେନା):ପୁରୀ ଜିଲାର ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୭ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ହାତ ଖାଲି। ଏହି ଘଟଣାରେ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ତଦନ୍ତ ଜାରି ରହିଥିବାବେଳେ ଘଟଣାସ୍ଥଳରୁ ପୋଲିସକୁ ମିଳିଥିବା ଏକ ରୁପାମୁଦି ଅନେକ ରହସ୍ୟ ଉନ୍ମୋଚନ କରିପାରେ ବୋଲି ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଶୁକ୍ରବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଭିଡିଓ ମାଧ୍ୟମରେ ବୟାନ ରେକର୍ଡ କରାଯାଇଛି। ବୟାନ ରେକର୍ଡ ସମୟରେ ଡାକ୍ତର, ଜଣେ ମାଜିଷ୍ଟ୍ରେଟ୍, ବଳଙ୍ଗା ଥାନା ପୋଲିସ, ଓଡ଼ିଶା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ ଏବଂ ପୀଡ଼ିତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। କ୍ରାଇମବ୍ରାଞ୍ଚକୁ ଏହି ବୟାନରୁ ଅଧିକ ତଥ୍ୟ ମିଳିଥିବାବେଳେ ତଦନ୍ତ ତ୍ୱରାନ୍ବିତରେ ବେଶ୍ ସହାୟକ ହେବ ବୋଲି କୁହାଯାଉଛି। ଗୁରୁବାର ପୀଡ଼ିତାଙ୍କର ସ୍କିନ୍ ଗ୍ରାଫ୍ଟିଂ ସର୍ଜରି କରାଯାଇଥିବା ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଘଟଣା ଘଟିବା ପରଠାରୁ ଓଡ଼ିଶା ପୋଲିସ, କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚ ବିଭିନ୍ନ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଘଟଣାସ୍ଥଳରୁ ଏକ ରୁପାମୁଦି ଜବତ କରାଯାଇଛି। ଗୁରୁବାର ରାତିରେ ଜଣେ ସୁନା ଦୋକାନୀଙ୍କୁ ପୋଲିସ ଏହି ରୁପାମୁଦି ବିଷୟରେ ଅଧିକ ପଚରାଉଚରା କରିଛି। ବଳଙ୍ଗା ବଜାରସ୍ଥିତ କ୍ରିଷ୍ଣା ଜୁଏଲାରିରୁ ପ୍ରାୟ ଦୁଇରୁ ଅଢେଇ ମାସ ତଳେ ପୀଡ଼ିତାଙ୍କ ଘର ନିକଟରେ ଥିବା ଜଣେ ନାବାଳିକା ସାଙ୍ଗ ଏହି ମୁଦିଟି କିଣିଥିବା ସୂଚନା ମିଳିଛି। କିଛିଦିନ ତଳେ ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ପଚରଉଚରା କରିଥିଲା। ତେବେ ଘଟଣାସ୍ଥଳକୁ ମୁଦିଟି କିପରି ଗଲା, ଆଗକୁ ତଦନ୍ତ ପରେ ତାହା ଜଣାପଡ଼ିବ। ପୋଲିସ ସମ୍ପୃକ୍ତ ନାବାଳିକାଙ୍କୁ ପୁଣି ପଚରାଉଚରା କରିଥିବା ଜଣାପଡ଼ିଛି। ଚଳିତମାସ ୨୦ ତାରିଖରେ ବଳଙ୍ଗା ପୀଡ଼ିତାଙ୍କୁ ଉତ୍ତମ ଚିକିତ୍ସା ଲାଗି ନୂଆଦିଲ୍ଲୀସ୍ଥିତ ଏମ୍ସକୁ ଏୟାର ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ପୀଡ଼ିତାଙ୍କ ଶରୀରର ୭୫ ଭାଗ ପୋଡ଼ି ଯାଇଥିବାବେଳେ ତାଙ୍କୁ ବର୍ନ ଓ ପ୍ଲାଷ୍ଟିକ ୟୁନିଟ୍ରେ ରଖାଯାଇ ଚିକିତ୍ସା କରାଯାଉଛି।
The post ବଳଙ୍ଗା ଘଟଣାର ରହସ୍ୟ ଖୋଲିବ ରୁପା ମୁଦି: ସବୁ ଖୋଲି କହିଦେଲେ ପୀଡ଼ିତା appeared first on Dharitri Odia News.