ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ
ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ୟ ଖେମୁଣ୍ଡି ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ହାଇଦ୍ରାବାଦର ଚନ୍ଦ୍ରକାନ୍ତ ଓ ବିଘ୍ନେଶ ଯୋଡି ଚାମ୍ପିୟନ ହୋଇଥିବାବେଳେ ଛତିଶଗଡ଼ର ଭେଙ୍କଟ ଓ ହନି ଯୋଡି ପ୍ରଥମ ଉପବିଜେତା ଏବଂ ବିଶାଖାପାଟଣାର କିରଣ ଓ ହେମଚନ୍ଦ୍ର ଯୋଡି ଦ୍ୱିତୀୟ ଉପବିଜେତା ହୋଇଥିଲେ। ଉତ୍ତରାଖଣ୍ଡର ରାଓ୍ବତ କୁମାରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା। […] The post ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ appeared first on Dharitri Odia News.
ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ୟ ଖେମୁଣ୍ଡି ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ଏଥିରେ ହାଇଦ୍ରାବାଦର ଚନ୍ଦ୍ରକାନ୍ତ ଓ ବିଘ୍ନେଶ ଯୋଡି ଚାମ୍ପିୟନ ହୋଇଥିବାବେଳେ ଛତିଶଗଡ଼ର ଭେଙ୍କଟ ଓ ହନି ଯୋଡି ପ୍ରଥମ ଉପବିଜେତା ଏବଂ ବିଶାଖାପାଟଣାର କିରଣ ଓ ହେମଚନ୍ଦ୍ର ଯୋଡି ଦ୍ୱିତୀୟ ଉପବିଜେତା ହୋଇଥିଲେ। ଉତ୍ତରାଖଣ୍ଡର ରାଓ୍ବତ କୁମାରଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା।
ଆୟୋଜକ କମିଟିର କାର୍ଯ୍ୟକର୍ତ୍ତା ଦେବାଶିଷ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସମାରୋହରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ବେହେରା, ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଅବସରପ୍ରାପ୍ତ ସେନା ଅଧିକାରୀ ସୁରେଶ କୁମାର ବକ୍ସି, ସାମାଜିକ କର୍ମୀ ଗୋପାଳକୃଷ୍ଣ ମେକାପ, ରାଜକିରଣ ଦାସ, ଶୁଭେନ୍ଦୁ କୁମାର ପାଢ଼ୀ, କ୍ରିଷ୍ଣାନନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଜେତା, ଉପବିଜେତା ଓ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ମ୍ୟାଚଗୁଡିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବା ବରିଷ୍ଠ ରେଫେରୀ ଅଚ୍ୟୁତ ଆଚାର୍ଯ୍ୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଖେମୁଣ୍ଡି ବ୍ୟାଡମିଣ୍ଟନ କ୍ଲବର କାର୍ଯ୍ୟକର୍ତ୍ତା ସୁଧୀର କୁମାର ପଣ୍ଡା, ନୀଳମାଧବ ପଣ୍ଡା, ସନ୍ଦୀପ ପାଣିଗ୍ରାହୀ, ସୁଧୀର ସାହୁ, ଜି. ସନ୍ତୋଷ କୁମାର, ସଞ୍ଜୀବ କୁମାର ଗୌଡ, ଶଙ୍କର ମହାନ୍ତି, ସନ୍ତୋଷ ପାତ୍ର, ସୁମନ ମହାରଣା, ତନୁଜ ଦୋରା, ଏ. ରୁଦ୍ର ଓ ଅନ୍ୟ ସଦସ୍ୟ ବୃନ୍ଦ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।
The post ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ appeared first on Dharitri Odia News.