ମୋ ଠାରୁ ଭଲ ଅଭିନୟ କରୁଛନ୍ତି, ଅସ୍କାର ମିଳିବା ଦରକାର: ଜୟା ବଚ୍ଚନ
ନୂଆଦିଲ୍ଲୀ,୨୦।୧୨: ସଂସଦରେ ଧସ୍ତାଧସ୍ତିକୁ ନେଇ ପୂରା ରାଜନୀତି ସରଗରମ ରହିଛି। ଏହାରି ଭିତରେ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ସଂସଦ କାଣ୍ଡକୁ ନେଇ ଭାଜପା ଏମପି ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଜୟା ବଚ୍ଚନ କହିଛନ୍ତି, ଏସବୁ କେବଳ ଅଭିନୟ। ଏଥିସହ କ୍ୟାମେରା ଆଗରେ ପ୍ରତାପ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର ବୋଲି […] The post ମୋ ଠାରୁ ଭଲ ଅଭିନୟ କରୁଛନ୍ତି, ଅସ୍କାର ମିଳିବା ଦରକାର: ଜୟା ବଚ୍ଚନ appeared first on Dharitri Odia News.
ନୂଆଦିଲ୍ଲୀ,୨୦।୧୨: ସଂସଦରେ ଧସ୍ତାଧସ୍ତିକୁ ନେଇ ପୂରା ରାଜନୀତି ସରଗରମ ରହିଛି। ଏହାରି ଭିତରେ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ସଂସଦ କାଣ୍ଡକୁ ନେଇ ଭାଜପା ଏମପି ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି।
ଜୟା ବଚ୍ଚନ କହିଛନ୍ତି, ଏସବୁ କେବଳ ଅଭିନୟ। ଏଥିସହ କ୍ୟାମେରା ଆଗରେ ପ୍ରତାପ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର ବୋଲି ସେ କହିଛନ୍ତି। ପ୍ରତାପ କେବଳ ଡ୍ରାମା କରୁଛନ୍ତି। ଆମେ ଗୃହକୁ ଯାଉଥିଲୁ। କିନ୍ତୁ ସେମାନେ ଆମ ବାଟ ପାହାଚ ପାଖରେ ଅଟକାଇଥିଲେ।
ଏପରି ସ୍ଥିତିରେ କାହା ଦେହରେ କିଛି ଧକ୍କା ଲାଗିବା ସ୍ବାଭାବିକ ଘଟଣା। ଦୁଇଜଣ ଭାଜପା ଏମପି ଓ ନାଗାଲ୍ୟାଣ୍ଡର ମହିଳା ଏମପି ଜଣଙ୍କ ଚମତ୍କାର ଅଭିନୟ କରିଛନ୍ତି। ମୁଁ ମୋ କ୍ୟାରିୟରରେ ଯେତିକି ଅଭିନୟ କରି ନାହିଁ, ସେମାନେ ତା’ ଠାରୁ ଭଲ କରିଛନ୍ତି। ସେମାନେ ନିଜର ଅଭିନୟ ପାଇଁ ଅସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ପାଇବାକୁ ଯୋଗ୍ୟ।
The post ମୋ ଠାରୁ ଭଲ ଅଭିନୟ କରୁଛନ୍ତି, ଅସ୍କାର ମିଳିବା ଦରକାର: ଜୟା ବଚ୍ଚନ appeared first on Dharitri Odia News.