ଋଷି ସୁନକ୍‌ଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୨୬ା୫:ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଜୁଲାଇ ୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିବାର ୨ ଦିନ ପରେ ଶାସକ କଞ୍ଜରଭେଟିଭ୍‌ ପାର୍ଟିର ୭୮ ଏମ୍‌ପି ସମୂହ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ୪୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁନକ୍‌ଙ୍କ ପାଇଁ ଏହାକୁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ […] The post ଋଷି ସୁନକ୍‌ଙ୍କ ଅଡ଼ୁଆ ବଢ଼ିଲା appeared first on Dharitri Odia News.

ଋଷି ସୁନକ୍‌ଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ,୨୬ା୫:ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଜୁଲାଇ ୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିବାର ୨ ଦିନ ପରେ ଶାସକ କଞ୍ଜରଭେଟିଭ୍‌ ପାର୍ଟିର ୭୮ ଏମ୍‌ପି ସମୂହ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ୪୪ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ସୁନକ୍‌ଙ୍କ ପାଇଁ ଏହାକୁ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସେ ଗତ ୨୩ ତାରିଖରେ ଆଗୁଆ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଏହା ପରେ ସୁନକ୍‌ ଶନିବାର ପ୍ରଚାରରେ ବାହାରିବା ପରିବର୍ତ୍ତେ ଘରେ ରହି ନିଜ ପରିବାର ଓ ଘନିଷ୍ଠ ପରାମର୍ଶଦାତାମାନଙ୍କ ସହ ସମୟ ବିତାଇଛନ୍ତି। ଇତିମଧ୍ୟରେ ତାଙ୍କ କ୍ୟାବିନେଟ ମନ୍ତ୍ରୀ ମାଇକେଲ ଗୋଭ୍‌ ଏବଂ ଆଣ୍ଡ୍ରିଆ ଲିଡ୍‌ସମ୍‌ଙ୍କ ସମେତ ଅନେକ ସହଯୋଗୀ ଇସ୍ତଫା ଦେବା ସହ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଇସ୍ତଫା ପ୍ରଦାନକାରୀ କଞ୍ଜରଭେଟିଭ୍‌ ପାର୍ଟି ଏମ୍‌ପିଙ୍କ ସଂଖ୍ୟା ୭୮ରେ ପହଞ୍ଚତ୍ଛି।
ଗୋଭ୍‌ ସୋସିଆଲ ମିଡିଆରେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ତାଙ୍କ ଇସ୍ତଫା ବ୍ରିଟେନର ସମସ୍ତ ସଂସଦୀୟ ଆସନରେ ସୁନକ୍‌ଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ମନେକରାଯାଉଛି। ସେହିପରି ଲିଡ୍‌ସମ୍‌ ମଧ୍ୟ ପୁନଃ ପ୍ରତିଦ୍ୱନ୍ଦ୍ୱିତା ନ କରିବା ବିଷୟ ସୁନକ୍‌ଙ୍କ ପାଖକୁ ପଠାଇଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ଏବଂ ପ୍ରାକ୍ତନ ପ୍ରତିରକ୍ଷା ମନ୍ତ୍ରୀ ବେନ୍‌ ଓ୍ବାଲେସ୍‌ ମଧ୍ୟ ସକ୍ରିୟ ରାଜନୀତି ଛାଡ଼ିବା ବିଷୟ ସୁନକ୍‌ଙ୍କୁ ଜଣାଇସାରିଛନ୍ତି।

The post ଋଷି ସୁନକ୍‌ଙ୍କ ଅଡ଼ୁଆ ବଢ଼ିଲା appeared first on Dharitri Odia News.