ସମସ୍ତ ସେବାୟତ ସୁସ୍ଥ ଅଛନ୍ତି, ମହାପ୍ରଭୁ ଜନ୍ମବେଦିରେ ପହଞ୍ଚି ଗଲେଣି: ଜିଲାପାଳ
ପୁରୀ: ପହଣ୍ଡିବେଳେ ଖସି ପଡ଼ିଲେ ବଡ଼ ଠାକୁର। ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ସେବାୟତମାନଙ୍କ ହାତରୁ ଖସି ଚାରମାଳ ଆଗକୁ ପଡ଼ିଲେ ମହାପ୍ରଭୁ। ଆହତ ସେବାୟତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସେବାୟତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଜଣେ ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପହଣ୍ଡିବେଳେ ଚାଳମାଳ ଆଗକୁ ମହାପ୍ରଭୁ ଖସିପଡ଼ିଥିଲେ। ଏହି […]

ପୁରୀ: ପହଣ୍ଡିବେଳେ ଖସି ପଡ଼ିଲେ ବଡ଼ ଠାକୁର। ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ସେବାୟତମାନଙ୍କ ହାତରୁ ଖସି ଚାରମାଳ ଆଗକୁ ପଡ଼ିଲେ ମହାପ୍ରଭୁ। ଆହତ ସେବାୟତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସେବାୟତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଜଣେ ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପହଣ୍ଡିବେଳେ ଚାଳମାଳ ଆଗକୁ ମହାପ୍ରଭୁ ଖସିପଡ଼ିଥିଲେ। ଏହି ଅଘଟଣରେ ୮ଜଣ ସେବାୟତ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ସେବାୟତ ସୁସ୍ଥ ଅଛନ୍ତି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜନ୍ମବେଦିରେ ପହଞ୍ଚି ଗଲେଣି ବୋଲି ଜିଲାପାଳ କହିଛନ୍ତି।