ବିଧାନସଭାରେ ଲକ୍ଷ୍ମଣ ବାଗ୍ଙ୍କୁ ଦେଖି ଏମିତି କହିଦେଲେ ନବୀନ
ଭୁବନେଶ୍ୱର,୧୮।୬: ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ତେବେ ବିଧାନସଭାର ପ୍ରଥମ ଦିନରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବିଧାନସଭା ଗୃହ ଭିତରେ ନବୀନ ପଟ୍ଟନାୟକ ଏବଂ ଲକ୍ଷ୍ମଣ ବାଗ୍ କଥାବାର୍ତ୍ତା ହୋଇଛନ୍ତି। ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଯାଇଥିଲେ ଲକ୍ଷ୍ମଣ। ଆଉ ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ । ପରିଚୟ ପାଇ ନବୀନ ଲକ୍ଷ୍ମଣ […] The post ବିଧାନସଭାରେ ଲକ୍ଷ୍ମଣ ବାଗ୍ଙ୍କୁ ଦେଖି ଏମିତି କହିଦେଲେ ନବୀନ appeared first on Dharitri Odia News.
ଭୁବନେଶ୍ୱର,୧୮।୬: ଓଡ଼ିଶା ବିଧାନସଭାର ୩ ଦିନିଆ ସ୍ବତନ୍ତ୍ର ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ଆଜି ଶପଥ ଗ୍ରହଣ କରିଛନ୍ତି। ତେବେ ବିଧାନସଭାର ପ୍ରଥମ ଦିନରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବିଧାନସଭା ଗୃହ ଭିତରେ ନବୀନ ପଟ୍ଟନାୟକ ଏବଂ ଲକ୍ଷ୍ମଣ ବାଗ୍ କଥାବାର୍ତ୍ତା ହୋଇଛନ୍ତି।
ନବୀନ ଚାଲି ଯାଉଥିବା ଦେଖି ଛିଡ଼ା ହୋଇଯାଇଥିଲେ ଲକ୍ଷ୍ମଣ। ଆଉ ଛିଡ଼ା ହୋଇ ନିଜ ପରିଚୟ ଦେଇଥିଲେ । ପରିଚୟ ପାଇ ନବୀନ ଲକ୍ଷ୍ମଣ ବାଗ୍ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ନବୀନ ଲକ୍ଷ୍ମଣଙ୍କୁ କହିଛନ୍ତି, ଓଃ ୟୁ ଡିଫିଟେଡ ମି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ନବୀନ ଲକ୍ଷ୍ମଣ ବାଗ୍ଙ୍କଠୁ ହାରିଯାଇଛନ୍ତି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିଲେ। ଉଭୟ ଆସନରେ ବିଜୟୀ ହେବେ ବୋଲି ଆଶା କରାଯାଉଥିଲା। ହେଲେ କଣ୍ଟାବାଞ୍ଜିରୁ ଭାଜପା ପ୍ରାର୍ଥୀ ତାଙ୍କୁ କଡା ଟକ୍କର ଦେଇଥିଲେ। ବାଗ୍ ୧୬,୩୨୧ ଖଣ୍ଡ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିଛନ୍ତି। ଲକ୍ଷ୍ମଣ ବାଗ୍ ୯୦,୫୯୦୪ ଖଣ୍ଡ ଭୋଟ ପାଇଥିବା ବେଳେ ମୁଖ୍ୟମନ୍ତ୍ରୀ ୭୪,୨୭୩ ଖଣ୍ଡ ଭୋଟ ପାଇଥିଲେ।
The post ବିଧାନସଭାରେ ଲକ୍ଷ୍ମଣ ବାଗ୍ଙ୍କୁ ଦେଖି ଏମିତି କହିଦେଲେ ନବୀନ appeared first on Dharitri Odia News.