‘ଘୋଷଣା ପୂର୍ବରୁ ଭାଜପା ନେତାଙ୍କ ପାଖରେ ଖବର,EC ଏବେ କାଠକଣ୍ଡେଇ’
ରାଞ୍ଚି,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ମଙ୍ଗଳବାର କାର୍ଯ୍ୟକ୍ରମର ଘୋଷଣା କରିବେ। ଏନେଇ କମିଶନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି। ଏସବୁ ମଧ୍ୟରେ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ଭାଜପାକୁ କଟାକ୍ଷ କରିଛି। ଘୋଷଣାର ଦିନକ ପୂର୍ବରୁ ଭାଜପା ଏନେଇ ଜଣାଇଥିବା ଦଳ ଅଭିଯୋଗ କରିଛି। ଜେଏମ୍ଏମ୍ ନେତା ମନୋଜ ପାଣ୍ଡେ କହିଛନ୍ତି, ଆମେ ନିର୍ବାଚନ ଲାଗି ସର୍ବଦା ପ୍ରସ୍ତୁତ। ହେଲେ […] The post ‘ଘୋଷଣା ପୂର୍ବରୁ ଭାଜପା ନେତାଙ୍କ ପାଖରେ ଖବର,EC ଏବେ କାଠକଣ୍ଡେଇ’ appeared first on Dharitri Odia News.
ରାଞ୍ଚି,୧୫।୧୦: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ କମିଶନ ମଙ୍ଗଳବାର କାର୍ଯ୍ୟକ୍ରମର ଘୋଷଣା କରିବେ। ଏନେଇ କମିଶନଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇ ସୂଚନା ଦିଆଯାଇଛି। ଏସବୁ ମଧ୍ୟରେ ଝାଡ଼ଖଣ୍ଡ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ଭାଜପାକୁ କଟାକ୍ଷ କରିଛି। ଘୋଷଣାର ଦିନକ ପୂର୍ବରୁ ଭାଜପା ଏନେଇ ଜଣାଇଥିବା ଦଳ ଅଭିଯୋଗ କରିଛି।
ଜେଏମ୍ଏମ୍ ନେତା ମନୋଜ ପାଣ୍ଡେ କହିଛନ୍ତି, ଆମେ ନିର୍ବାଚନ ଲାଗି ସର୍ବଦା ପ୍ରସ୍ତୁତ। ହେଲେ ଆଜି ନିର୍ବାଚନ ତାରିଖ ଘୋଷଣା ହେବାକୁ ଯାଉଛି। ଏନେଇ ଭାଜପା ନେତାଙ୍କୁ କାଲିଠାରୁ ସୂଚନା ମିଳିସାରିଛି। ଏହା ବହୁତ ଗମ୍ଭୀର ବିଷୟ। କ’ଣ ଭାଜପା ନେତାଙ୍କ ଇଙ୍ଗିତରେ ନିର୍ବାଚନ କମିଶନ କାମ କରୁଛନ୍ତି? ହିମନ୍ତ ବିଶ୍ୱ ସରମା କାଲି ନିଜର ଏକ ବୟାନରେ ଆଜି ନିିର୍ବାଚନ ନେଇ ଘୋଷଣା ହେବ ବୋଲି କହିଥିଲେ। କୌଣସି କମିଶନକୁ ଏଭଳି ଭାବେ କଣ୍ଡେଇ ଭଳି ରଖିବା ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି।
ଏହାଛଡ଼ା ଦଳ ଆହୁରି ମଧ୍ୟ କହିଛି ଯେ, ଝାଡ଼ଖଣ୍ଡ ନିର୍ବାଚନ ସମୟର ଗୋଟିଏ ମାସ ପୂର୍ବରୁ ହେଉଛି। କାଲି ଭାଜପା ପ୍ରଭାରୀ ଘୋଷଣା କରିଥିଲେ। ତାହା ହିଁ ହୋଇଛି। ମାଲିକ ସବୁକିଛି ଠିକ୍ କରିଦେଇଛନ୍ତି। କିଭଳି କଥା ଏସବୁ। ଏନେଇ କ’ଣ କମିଶନ କିଛି କହିବେ ବୋଲି ଦଳ ପ୍ରଶ୍ନ କରିଛି।
#WATCH | Ranchi, Jharkhand: On ECI to announce Jharkhand Assembly elections today, JMM Leader Manoj Pandey says, “The election is to be announced today but BJP leaders got information about it yesterday itself. This is a very serious matter. Does the commission work at the behest… pic.twitter.com/2nTOuHmRg0
— ANI (@ANI) October 15, 2024
The post ‘ଘୋଷଣା ପୂର୍ବରୁ ଭାଜପା ନେତାଙ୍କ ପାଖରେ ଖବର,EC ଏବେ କାଠକଣ୍ଡେଇ’ appeared first on Dharitri Odia News.