ଏମ୍ପି ଟିକେଟକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱରେ ଭାଜପା:ଏଥର ବସନ୍ତ ନା ବିକଳ୍ପ
ଭବାନୀପାଟଣା,୧୨ା୩(ଉତ୍ତମ କୁମାର ଦାଶ):ବିଜେଡିି-ଭାଜପା ମେଣ୍ଟ ହେବାକୁ ନେଇ ସମଗ୍ର ରାଜ୍ୟରେ ହଟଚମଟ ଦେଖାଦେଇଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭାଜପାରେ ଦେଖାଦେଇଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଭାଜପା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗତ ବୁଧବାର ଭବାନୀପାଟଣା ଦଳୀୟ କାର୍ଯ୍ୟାଳୟ ଓ ସର୍କିଟ ହାଉସ୍ଠାରେ କଳାହାଣ୍ଡି ଲୋକ ସଭା ଓ ବିଧାନସଭା ଆସନକୁ ନେଇ ଦଳୀୟ ମତ ସଂଗ୍ରହ […] The post ଏମ୍ପି ଟିକେଟକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱରେ ଭାଜପା:ଏଥର ବସନ୍ତ ନା ବିକଳ୍ପ appeared first on Dharitri Odia News.
ଭବାନୀପାଟଣା,୧୨ା୩(ଉତ୍ତମ କୁମାର ଦାଶ):ବିଜେଡିି-ଭାଜପା ମେଣ୍ଟ ହେବାକୁ ନେଇ ସମଗ୍ର ରାଜ୍ୟରେ ହଟଚମଟ ଦେଖାଦେଇଛି। ଏପରିସ୍ଥଳେ କଳାହାଣ୍ଡି ଜିଲା ଭାଜପାରେ ଦେଖାଦେଇଛି ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ। କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଭାଜପା ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଗତ ବୁଧବାର ଭବାନୀପାଟଣା ଦଳୀୟ କାର୍ଯ୍ୟାଳୟ ଓ ସର୍କିଟ ହାଉସ୍ଠାରେ କଳାହାଣ୍ଡି ଲୋକ ସଭା ଓ ବିଧାନସଭା ଆସନକୁ ନେଇ ଦଳୀୟ ମତ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ କଳାହାଣ୍ଡି ପର୍ଯ୍ୟବେକ୍ଷକ ବଲାଙ୍ଗୀର ଜିଲାର ଶିବାଜୀ ମହାନ୍ତି ଓ ନବରଙ୍ଗପୁରର ପୂର୍ବତନ ଏମ୍ପି ବଳଭଦ୍ର ମାଝି ଯୋଗଦେଇ ଜିଲା କାର୍ଯ୍ୟକାରିଣୀ, ଜିଲାର ପଦାଧିକାରୀ ଓ ରାଜ୍ୟ ପଦାଧିକାରୀମାନଙ୍କୁ ୱାନ୍-ଟୁ-ୱାନ୍ ଡକାଯାଇ ଗ୍ରୀନ୍ ରୁମ୍ରେ ବ୍ୟକ୍ତିଗତ ମତ ସଂଗ୍ରହ କରିଥିଲେ। ଚିଟ୍ରେ ସେମାନେ ମତପ୍ରଦାନ କରିଥିଲେ। ଭାଜପା ଦଳୀୟ ସୂତ୍ରରୁ ଯାହା ସାମ୍ନାକୁ ଆସିଛି ବର୍ତ୍ତମାନର ଏମ୍ପି ବସନ୍ତ ପଣ୍ଡାଙ୍କ ବିପକ୍ଷରେ ଜିଲାର ପଦାଧିକାରୀମାନେ ମତ ଦେଇଥିବା ଜଣାପଡ଼ିଛି। କେବଳ ସେତିକି ନୁହଁ, ଏହି କାର୍ଯ୍ୟକ୍ରମରେ ଖୋଲାଖୋଲି ଭାବେ ସଭିଏଁ ଏମ୍ପି ପଣ୍ଡାଙ୍କ ବିରୋଧରେ ମତପ୍ରକାଶ କରିବା ଚର୍ଚ୍ଚାର ବିଷୟ ହୋଇଛି। ବିଗତ ୫ ବର୍ଷରେ ଲୋକ ସଭା ଏମ୍ପି ପଣ୍ଡା କଳାହାଣ୍ଡିରେ ତାଙ୍କ କାର୍ଯ୍ୟାଳୟଟିଏ କଲେ ନାହିଁ। ଦଳୀୟ ନେତା କର୍ମୀଙ୍କୁ ଉପେକ୍ଷା କରିଆସିଛନ୍ତି। ତାଙ୍କ ପରିବର୍ତ୍ତେ ଦଳ ଲୋକ ସଭା ଆସନ ଟିକେଟ ଆଶାୟୀ ଥିବା ଅନ୍ୟ ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରୁ ଯାହାକୁ ଦେଲେ ବି ଗ୍ରହଣ କରାଯିବ ବୋଲି ଆଲୋଚନା ହେଉଛି। ମାତ୍ର ଏମ୍ପି ପଣ୍ଡାଙ୍କୁ ଟିକେଟ ଦେଲେ ଅସହଯୋଗ କରାଯିବ ବୋଲି ଜିଲାର ଅନେକ ନେତା ଓ କର୍ମୀ ମତପୋଷଣ କରୁଛନ୍ତି। ଏହା ପୂର୍ବରୁ ଗତ ୫ ତାରିଖ ନର୍ଲାଠାରେ ଆୟୋଜିତ ଇଏଲ୍ପିଓ ୱାର୍କଶପ୍ ଶିଳାନ୍ୟାସ କାର୍ଯ୍ୟକ୍ରମ ଅବସରରେ ଏମ୍ପି ପଣ୍ଡା ଯୋଗଦେବାକୁ ଯାଇଥିବା ବେଳେ ସେଠାରେ ମଧ୍ୟ ତାଙ୍କୁ ସ୍ଥାନୀୟ ନେତା ଓ କର୍ମୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ପୂର୍ବରୁ କଳାହାଣ୍ଡିରେ ଏଭଳି ଏକାଧିକ କାର୍ଯ୍ୟକ୍ରମରେ ଏମ୍ପି ପଣ୍ଡାଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ଯୋଗୁ ହଟହଟା ହେବାକୁ ପଡ଼ିଛି।
ବର୍ତ୍ତମାନ ସ୍ଥିତିରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକ, ପୂର୍ବତନ ଏମ୍ପି ଅର୍କ କେଶରୀ ଦେଓ ଓ ତାଙ୍କ ସ୍ତ୍ରୀ ମାଳବିକା ଦେଓ, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁନୀତ ମୁଣ୍ଡ୍ ଏବଂ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପଜ୍ୟୋତି ମୁଣ୍ଡ୍ କଳାହାଣ୍ଡି ଲୋକ ସଭା ଆସନ ସକାଶେ ଆଶାୟୀ ଅଛନ୍ତି। ତେଣୁ ଏମାନେ ବସନ୍ତଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଏଭଳି ସ୍ଥଳେ ଭାଜପା ଭିତରେ ଦେଖାଦେଇଥିବା ଅନ୍ତର୍ଦ୍ୱନ୍ଦ୍ୱ ଦେଖି ଏବେ କଳାହାଣ୍ଡି ଲୋକ ସଭା ଆସନକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ଆଗାମୀ ନିର୍ବାଚନରେ ଭଲ ସୁଯୋଗ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।
The post ଏମ୍ପି ଟିକେଟକୁ ନେଇ ଅନ୍ତର୍ଦ୍ୱନ୍ଦ୍ୱରେ ଭାଜପା:ଏଥର ବସନ୍ତ ନା ବିକଳ୍ପ appeared first on Dharitri Odia News.