ମିଛର ଝଡ଼ ସୃଷ୍ଟି କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୦ା୧୦:ମୋଦି ସରକାରଙ୍କ ଗତ ୧୦ ବର୍ଷର ଶାସନରେ ଗରିବ, କୃଷକ, ଯୁବ ଓ ମହିଳାମାନେ ବିଶେଷ ଉପକୃତ ହୋଇଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ ନୀତିକୁ ଦେଖି ହରିୟାଣା ଭୋଟର ଭାଜପାକୁ କ୍ରମାଗତ ତୃତୀୟ ଥର କ୍ଷମତାସୀନ କରାଇଛନ୍ତି। କିନ୍ତୁ ବିରୋଧୀ କଂଗ୍ରେସ ନିଜ ଦୁର୍ବଳତା ଲୁଚାଇବା ପାଇଁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)କୁ ନେଇ ମିଛର ଝଡ଼ ସୃଷ୍ଟି କରୁଛି ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ସମାଲୋଚନା କରିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି […] The post ମିଛର ଝଡ଼ ସୃଷ୍ଟି କରୁଛି କଂଗ୍ରେସ appeared first on Dharitri Odia News.

ମିଛର ଝଡ଼ ସୃଷ୍ଟି କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୦ା୧୦:ମୋଦି ସରକାରଙ୍କ ଗତ ୧୦ ବର୍ଷର ଶାସନରେ ଗରିବ, କୃଷକ, ଯୁବ ଓ ମହିଳାମାନେ ବିଶେଷ ଉପକୃତ ହୋଇଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ ନୀତିକୁ ଦେଖି ହରିୟାଣା ଭୋଟର ଭାଜପାକୁ କ୍ରମାଗତ ତୃତୀୟ ଥର କ୍ଷମତାସୀନ କରାଇଛନ୍ତି। କିନ୍ତୁ ବିରୋଧୀ କଂଗ୍ରେସ ନିଜ ଦୁର୍ବଳତା ଲୁଚାଇବା ପାଇଁ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌)କୁ ନେଇ ମିଛର ଝଡ଼ ସୃଷ୍ଟି କରୁଛି ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ସମାଲୋଚନା କରିଛନ୍ତି।
ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ବୁଧବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋଦି ସାଇନିଙ୍କୁ ନିର୍ବାଚନରେ ବିଜୟକୁ ନେଇ ଅଭିନନ୍ଦନ ଜଣାଇଛନ୍ତି। ‘ବିକଶିତ ଭାରତ’ ଗଠନରେ ହରିୟାଣାର ଭୂମିକା ଆଗକୁ ଆହୁରି ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସାକ୍ଷାତ ପରେ ମୋଦି ଏକ୍ସ’ରେ ପୋଷ୍ଟ କରିଛନ୍ତି। ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାର ବିଜୟ ପରେ ରାଜ୍ୟରେ ନୂଆ ସରକାର ସକାଶେ ସାଇନି ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟରେ ଦଳର ସଫଳତା ପାଇଁ ସାଇନି ପ୍ରଧାନମନ୍ତ୍ରୀଙ୍କ ନୀତିଗୁଡ଼ିକୁ ଶ୍ରେୟ ଦେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ନିଜ ପରାଜୟ ପାଇଁ ଇଭିଏମ୍‌କୁ ନେଇ ସନ୍ଦେହ ବ୍ୟକ୍ତ କରୁଥିବାରୁ ଏହା ଉପରେ ପ୍ରଶ୍ନ କରାଯିବାରୁ ସାଇନି କହିଛନ୍ତି, ବିରୋଧୀ ଦଳ ମିଛର ଝଡ଼ ସୃଷ୍ଟି କରୁଛି।

The post ମିଛର ଝଡ଼ ସୃଷ୍ଟି କରୁଛି କଂଗ୍ରେସ appeared first on Dharitri Odia News.