ପ୍ରଥମେ ଦେଶ ପରେ ବିବାହ…

ଶିମଲା,୨୦।୭: ପ୍ରଥମେ ଦେଶ, ତା’ପରେ ଭାଇଙ୍କ ବିବାହ, ତେଣୁ ମ୍ୟାଚ ହେତୁ ମୁଁ ଏହି ବିବାହରେ ଯୋଗ ଦେଇ ପାରିବି ନାହିଁ। ଭାରତୀୟ ମହିଳା କ୍ରିକେଟ ଦଳର ତାରକା ବୋଲର ରେଣୁକା ସିଂ ଏସିଆ କପ -୨୦୨୪ରେ ଭାରତ-ପାକିସ୍ଥାନ ମ୍ୟାଚ ପାଇଁ ତାଙ୍କ ଭାଇଙ୍କ ବିବାହ ଛାଡିଛନ୍ତି। ସେ ତାଙ୍କ ମାଆଙ୍କ ସହ ଫୋନରେ କଥା ହେବାବେଳେ ଉପରୋକ୍ତ କଥା କହିଥିଲେ। ମହିଳା କ୍ରିକେଟର ରେଣୁକା ସିଂଙ୍କ ଭାଇଙ୍କ ବିବାହ ୧୯ ଜୁଲାଇ ସାରେ ହିମାଚଳ ପ୍ରଦେଶରେ […] The post ପ୍ରଥମେ ଦେଶ ପରେ ବିବାହ… appeared first on Dharitri Odia News.

ପ୍ରଥମେ ଦେଶ ପରେ ବିବାହ…

ଶିମଲା,୨୦।୭: ପ୍ରଥମେ ଦେଶ, ତା’ପରେ ଭାଇଙ୍କ ବିବାହ, ତେଣୁ ମ୍ୟାଚ ହେତୁ ମୁଁ ଏହି ବିବାହରେ ଯୋଗ ଦେଇ ପାରିବି ନାହିଁ। ଭାରତୀୟ ମହିଳା କ୍ରିକେଟ ଦଳର ତାରକା ବୋଲର ରେଣୁକା ସିଂ ଏସିଆ କପ -୨୦୨୪ରେ ଭାରତ-ପାକିସ୍ଥାନ ମ୍ୟାଚ ପାଇଁ ତାଙ୍କ ଭାଇଙ୍କ ବିବାହ ଛାଡିଛନ୍ତି। ସେ ତାଙ୍କ ମାଆଙ୍କ ସହ ଫୋନରେ କଥା ହେବାବେଳେ ଉପରୋକ୍ତ କଥା କହିଥିଲେ। ମହିଳା କ୍ରିକେଟର ରେଣୁକା ସିଂଙ୍କ ଭାଇଙ୍କ ବିବାହ ୧୯ ଜୁଲାଇ ସାରେ ହିମାଚଳ ପ୍ରଦେଶରେ ହୋଇଥିଲା। କିନ୍ତୁ, ଏହି ସମୟରେ, ପାକିସ୍ତାନ ବିପକ୍ଷ ମ୍ୟାଚ ହେତୁ ରେଣୁକା ସିଂ ବିବାହ ଉତ୍ସବରେ ଯୋଗ ଦେଇପାରିନଥିଲେ ଏବଂ ଭିଡିଓ କଲରେ ବିବାହ ରୀତିନୀତି ଦେଖିଥିଲେ।

ସୂଚନା ଅନୁଯାୟୀ, ଭାଇଙ୍କ ବିବାହ ସମୟରେ ରେଣୁକା ସିଂ ପରିବାର ଲୋକଙ୍କ ସହ ଭିଡିଓ କଲରେ କଥା ହୋଇଥିଲେ ଏବଂ ପରେ ବିବାହ ରୀତିନୀତି ଦେଖିଥିଲେ। ରେଣୁକା ସିଂ ହିମାଚଳ ପ୍ରଦେଶର ଶିମଲା ଜିଲାର ରୋହଡର ବାସିନ୍ଦା ଏବଂ ସେ ଭାରତୀୟ ଦଳର ଷ୍ଟାର ବୋଲର ଅଟନ୍ତି।

The post ପ୍ରଥମେ ଦେଶ ପରେ ବିବାହ… appeared first on Dharitri Odia News.