ଦିନକରେ ଭୁବନେଶ୍ୱର ତାପମାତ୍ରା ୮.୬ ଡିଗ୍ରୀ ଖସିଲା

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଦିନକରେ ଭୁବନେଶ୍ୱରର ଦିନ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇଛି। ଗୁରୁବାର ଅପରାହ୍ନ ୨ଟା ୩୦ରେ ସହରର ତାପମାତ୍ରା ୨୬.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ଶୁକ୍ରବାର ସକାଳୁ ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଅପରାହ୍ନର ଠିକ୍‌ ସେହି ସମୟରେ ତାପମାତ୍ରା ୧୮.୨ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା। ଏହା ପୂର୍ବରୁ ଅର୍ଥାତ୍‌ ୧୮ ତାରିଖ ଦିନ ସମାନ ସମୟରେ ସହରରେ ତାପମାତ୍ରା ୨୮ […] The post ଦିନକରେ ଭୁବନେଶ୍ୱର ତାପମାତ୍ରା ୮.୬ ଡିଗ୍ରୀ ଖସିଲା appeared first on Dharitri Odia News.

ଦିନକରେ ଭୁବନେଶ୍ୱର ତାପମାତ୍ରା ୮.୬ ଡିଗ୍ରୀ ଖସିଲା

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଦିନକରେ ଭୁବନେଶ୍ୱରର ଦିନ ତାପମାତ୍ରା ୮.୬ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇଛି। ଗୁରୁବାର ଅପରାହ୍ନ ୨ଟା ୩୦ରେ ସହରର ତାପମାତ୍ରା ୨୬.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ଶୁକ୍ରବାର ସକାଳୁ ତୁହାକୁ ତୁହା ବର୍ଷା ଲାଗି ରହିବାରୁ ଅପରାହ୍ନର ଠିକ୍‌ ସେହି ସମୟରେ ତାପମାତ୍ରା ୧୮.୨ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା। ଏହା ପୂର୍ବରୁ ଅର୍ଥାତ୍‌ ୧୮ ତାରିଖ ଦିନ ସମାନ ସମୟରେ ସହରରେ ତାପମାତ୍ରା ୨୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବାବେଳେ ୧୭ ତାରିଖରେ ଏହା ୨୯.୪ ଡିଗ୍ରୀ ସେଲସିୟସ୍‌ ରହିଥିଲା। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁସାରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏଠାରେ ୧୬.୭ ମିମି ବର୍ଷା ହୋଇଛି। ସକାଳୁ ମେଘୁଆ ପାଗ ରହିଥିବାବେଳେ ଦିନ ୯ଟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା। ତୁହାକୁ ତୁହା ବର୍ଷା ହେବା ସହ ଜନଜୀବନ ପ୍ରଭାବିତ ହୋଇଥିଲା। ଶୀତ ଓ ବର୍ଷାରୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳୁଥିଲା ଓଃ କି ଶୀତ। ବର୍ଷା ପ୍ରଭାବରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶେଷକରି ସନ୍ଧ୍ୟା ସମୟରେ ଶୀତ ଅଧିକ ଜଣାପଡିଥିଲା। ଜାତୀୟ ରାଜପଥରେ ଠାଏ ଠାଏ ପାଣି ଜମିବା ଫଳରେ ଯାନବାହନ ଚଳାଚଳ ମନ୍ଥର ହୋଇଥିଲା। ଏପରିକି ସହରର ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ଯାଏ ଟ୍ରାଫିକ୍‌ ଜାମ୍‌ ରହିଥିଲା। ନୟାପଲ୍ଲୀରୁ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ଗାଡ଼ି ଦୀର୍ଘ ସମୟ ଅଟକି ରହିଥିବା ଦେଖିବାକୁ ମିଳିଥିଲା।

The post ଦିନକରେ ଭୁବନେଶ୍ୱର ତାପମାତ୍ରା ୮.୬ ଡିଗ୍ରୀ ଖସିଲା appeared first on Dharitri Odia News.