କ୍ୟାନସର ସହ ଲଢୁଛନ୍ତି ସୁଶୀଲ ମୋଦି, ଲଢ଼ିବେନି ନିର୍ବାଚନ

ନୂଆଦିଲ୍ଲୀ,୩।୪: ଭାଜପା ନେତା ତଥା ବିହାରର ପୂର୍ବତନ ଡେପୁଟି ସିଏମ ସୁଶୀଲ କୁମାର ମୋଦି କ୍ୟାନସରରେ ପୀଡିତ ଅଛନ୍ତି। ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଗତ ୬ ମାସ ଧରି କ୍ୟାନସର ସହ ସଂଘର୍ଷ କରୁଛି। ଲୋକ ସଭା ନିର୍ବାଚନରେ ମୁଁ କିଛି କରିପାରିବି ନାହିଁ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛି। ଦେଶ, ବିହାର ଏବଂ ନିଜ ଦଳ ପ୍ରତି ସବୁବେଳେ ମୁଁ କୃତଜ୍ଞ ସର୍ମପିତ ରହିବି। पिछले 6 माह […] The post କ୍ୟାନସର ସହ ଲଢୁଛନ୍ତି ସୁଶୀଲ ମୋଦି, ଲଢ଼ିବେନି ନିର୍ବାଚନ appeared first on Dharitri Odia News.

କ୍ୟାନସର ସହ ଲଢୁଛନ୍ତି ସୁଶୀଲ ମୋଦି, ଲଢ଼ିବେନି ନିର୍ବାଚନ

ନୂଆଦିଲ୍ଲୀ,୩।୪: ଭାଜପା ନେତା ତଥା ବିହାରର ପୂର୍ବତନ ଡେପୁଟି ସିଏମ ସୁଶୀଲ କୁମାର ମୋଦି କ୍ୟାନସରରେ ପୀଡିତ ଅଛନ୍ତି। ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଗତ ୬ ମାସ ଧରି କ୍ୟାନସର ସହ ସଂଘର୍ଷ କରୁଛି। ଲୋକ ସଭା ନିର୍ବାଚନରେ ମୁଁ କିଛି କରିପାରିବି ନାହିଁ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଛି। ଦେଶ, ବିହାର ଏବଂ ନିଜ ଦଳ ପ୍ରତି ସବୁବେଳେ ମୁଁ କୃତଜ୍ଞ ସର୍ମପିତ ରହିବି।

କହିରଖୁଛୁ କି, ସୁଶୀଲ ମୋଦି ଦୀର୍ଘ ଦିନ ଧରି ବିହାରର ଉପମୁଖ୍ୟମନ୍ତ୍ରୀ ରହିଆସିଛନ୍ତି। ବିହାର ରାଜନୀତିରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଅସୁସ୍ଥତା ଦର୍ଶାଇ ସେ କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିଥିଲେ। ସେ ଏହି ରୋଗକୁ ଦୀର୍ଘ ସମୟ ଧରି ଲୁଚାଇ ରଖିଥିଲେ। ତେବେ ଏହା ଭାଜପା ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି। ଦଳରେ ସେ ସବୁବେଳେ ସକ୍ରିୟ ରହୁଥିଲେ। ବିହାରର ଡେପୁଟି ସିଏମ ହେବା ବ୍ୟତୀତ ସୁଶୀଲ ରାଜ୍ୟ ସଭା ଏମପି ଅଛନ୍ତି। ତାଙ୍କର ତିନି ଦଶନ୍ଧିର ରାଜନୀତିରେ ସେ ରାଜ୍ୟ ସଭା, ଲୋକ ସଭା, ବିଧାନ ପରିଷଦ ଏବଂ ବିଧାନସଭା ସମେତ ଚାରିଟି ଗୃହର ସଦସ୍ୟ ରହିଆସିଛନ୍ତି।

The post କ୍ୟାନସର ସହ ଲଢୁଛନ୍ତି ସୁଶୀଲ ମୋଦି, ଲଢ଼ିବେନି ନିର୍ବାଚନ appeared first on Dharitri Odia News.