ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ
ପଟ୍ଟାଙ୍ଗି,୨୬।୧୧(ଶରତ ଧଳ): ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଓଡ଼ିଶାର ଲୋକେ ବର୍ତ୍ତମାନ ହରଡ଼ଘଣାରେ ପଡିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡିରହିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏହିପରି ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ସୋମବାର କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ବ୍ଲକ ସଦର ମହକୁମାରୁ ସଂଯୋଗ କରୁଥିବା ବ୍ରିଟିଶ ରାସ୍ତାର ଏକ ଘାଟି ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣା ହୋଇ ଶତାଧିକ […] The post ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ appeared first on Dharitri Odia News.
ପଟ୍ଟାଙ୍ଗି,୨୬।୧୧(ଶରତ ଧଳ): ଓଡିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ହୋଇଥିବା ଦୁର୍ଘଟଣାକୁ ନେଇ ଓଡ଼ିଶାର ଲୋକେ ବର୍ତ୍ତମାନ ହରଡ଼ଘଣାରେ ପଡିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ନ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡିରହିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏହିପରି ଘଟଣା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ସୋମବାର କୋଟିଆ ପଞ୍ଚାୟତର ନେରିଡିବାଲସା ଗ୍ରାମକୁ ବ୍ଲକ ସଦର ମହକୁମାରୁ ସଂଯୋଗ କରୁଥିବା ବ୍ରିଟିଶ ରାସ୍ତାର ଏକ ଘାଟି ରାସ୍ତାରେ ପିକଅପ ଭ୍ୟାନ ଦୁର୍ଘଟଣା ହୋଇ ଶତାଧିକ ଶ୍ରମିକ ଆହତ ହୋଇ ଚିକିତ୍ସାଧିନ ରହିଥିବା ବଳେ ଜଣେ ମୃତ୍ୟୁବରଣ
କରିଥିଲେ। ଏପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ନ ହୋଇ ଓଡ଼ିଶାର ପଟ୍ଟାଙ୍ଗି ସ୍ବାସ୍ଥ୍ୟ କେନ୍ଦ୍ରରେ ପଡି ରହିଥିବା ବେଳେ ଦୁର୍ଘଟଣା ସ୍ଥାନଟି ଓଡ଼ିଶାର କୋଟିଆ ପୋଲିସ ଅଧିନରେ ଯାଉଥିଲେ ମଧ୍ୟ ଉକ୍ତ ପୋଲିସ ଏହା ଆମର ନୁହେଁ ପଟ୍ଟାଙ୍ଗି ପୋଲିସର କହି ନିଜ ମୁଣ୍ଡରୁ ଦାୟିତ୍ୱ ହଟାଇ ଦେଉଛି ।ସେପଟେ ଦୁର୍ଘଟଣା ସ୍ଥାନଟି ସୀମାନ୍ତ ବିବାଦୀୟ ଅଞ୍ଚଳର ହୋଇଥିବା ନେଇ ପଟ୍ଟାଙ୍ଗି ପୋଲିସ ଏହା ଆମର ନୁହେଁ ଆନ୍ଧ୍ର ରାଜ୍ୟର ସାଲୁର ପୋଲିସ ଅଧିନରେ ଯାଉଥିବା କହି ନିଜେ ଦ୍ୱନ୍ଦ୍ୱରେ ପଡିଛି।
ଏହିପରି ବୁଝାମଣା ଅଭାବ ଯୋଗୁ ମୃତଦେହ ବ୍ୟବଚ୍ଛେଦ ନ ହୋଇପାରି ଉପରୋକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ପଡି ରହିଥିବାବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ ପରିବାର ବର୍ଗଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ଏଠାରେ ସୂଚନା ଥାଉକି, ଗତକାଲି ଉକ୍ତ ଘାଟି ରାସ୍ତାର କୁମ୍ବିମାଡା ଗ୍ରାମ ନିକଟରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ବେଳେ ୨୫ ଶ୍ରମିକ ଆହତ ହୋଇଥିବା ବେଳେ ସବିତା ଖିଲ ନାମକ ଜଣେ ଯୁବତୀଙ୍କ ମୃତ ଘଟିଥିଲା।
ଏନେଇ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କୁ ଯୋଗାଯୋଗ କରାଯିବାରୁ ପୋଲିସ ପକ୍ଷରୁ ମୃତଦେହ ଚାଲାଣ ରିପୋର୍ଟ ପହଞ୍ଚି ନ ଥିବାରୁ ବ୍ୟବଚ୍ଛେଦରେ ବିଳମ୍ବ ହେଉଥିବା ନେଇ ପ୍ରକାଶ କରିଥିଲେ।
ସେପଟେ ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗୀ, ଜିଲା ପରିଷଦ ସଭ୍ୟ ଲଇଚନ ଖରା , ନୁଆଁଗା ସରପଞ୍ଚ ସୁବାଷ ଖରା ପ୍ରମୁଖ ନିଜେ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରି ପଟ୍ଟାଙ୍ଗି ପୋଲିସକୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
The post ଦୁର୍ଘଟଣାରେ ମୃତ୍ୟୁକୁ ନେଇ ହରଡ଼ଘଣାରେ ପରିବାର: ବ୍ୟବଚ୍ଛେଦରେ ହେଉଛି ବିଳମ୍ବ appeared first on Dharitri Odia News.