ଡିସେମ୍ବର ୨୦୨୫ ସୁଦ୍ଧା ରାଜ୍ୟରେ ୩ଲକ୍ଷ ଲୋକଙ୍କ ଘରେ ଲାଗିବ ରୁପଟଫ ସୋଲାର
ଭୁବନେଶ୍ୱର:ନିର୍ବାଚନୀ ଇସ୍ତାହାର ପୂରଣ ଦିଗରେ ଅଗ୍ରସର ହେଉଛନ୍ତି ସରକାର। ଏହା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। କହିଛନ୍ତି, ପିଏମ୍ ସୁର୍ଯ୍ୟଘର ଯୋଜନା ପାଇଁ ଆରମ୍ଭ ହୋଇଛି ବ୍ୟାପକ କ୍ୟାମ୍ପେନିଂ। ଡିସେମ୍ବର ୨୦୨୫ ସୁଦ୍ଧା ରାଜ୍ୟରେ ୩ଲକ୍ଷ ଲୋକଙ୍କ ଘରେ ଲାଗିବ ରୁପଟଫ ସୋଲାର। ଏବେ ସୁଦ୍ଧା ଏକ ଲକ୍ଷ ପଚାଷ ହଜାର ଆବେଦନ ଆସିଲାଣି। ବିଜେପି ନିର୍ବାଚନ ଇସ୍ତାହାରରେ ପିଏମ୍ ସୂର୍ଯ୍ୟ ଘର ଯୋଜନା ରଖିଥିଲା।ଏହି ଯୋଜନାରେ ବିଜୁଳି ବିଲ୍ କମ୍ ଆସିବା ସହ […]

ଭୁବନେଶ୍ୱର:ନିର୍ବାଚନୀ ଇସ୍ତାହାର ପୂରଣ ଦିଗରେ ଅଗ୍ରସର ହେଉଛନ୍ତି ସରକାର। ଏହା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। କହିଛନ୍ତି, ପିଏମ୍ ସୁର୍ଯ୍ୟଘର ଯୋଜନା ପାଇଁ ଆରମ୍ଭ ହୋଇଛି ବ୍ୟାପକ କ୍ୟାମ୍ପେନିଂ। ଡିସେମ୍ବର ୨୦୨୫ ସୁଦ୍ଧା ରାଜ୍ୟରେ ୩ଲକ୍ଷ ଲୋକଙ୍କ ଘରେ ଲାଗିବ ରୁପଟଫ ସୋଲାର। ଏବେ ସୁଦ୍ଧା ଏକ ଲକ୍ଷ ପଚାଷ ହଜାର ଆବେଦନ ଆସିଲାଣି। ବିଜେପି ନିର୍ବାଚନ ଇସ୍ତାହାରରେ ପିଏମ୍ ସୂର୍ଯ୍ୟ ଘର ଯୋଜନା ରଖିଥିଲା।ଏହି ଯୋଜନାରେ ବିଜୁଳି ବିଲ୍ କମ୍ ଆସିବା ସହ ଲୋକଙ୍କୁ ବିଜୁଳି ଦର କମ ଦେବାକୁ ପଡିବ।୭.୫ ଜିଗାୱଟ ସୋଲାର ଏନର୍ଜି ଉତ୍ପାଦନ ଲକ୍ଷ ନେଇ କାମ ଆରମ୍ଭ ହୋଇଛି।
ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ଉତ୍କର୍ଷ ଓଡ଼ିଶା ପୂର୍ବରୁ ଏହି କନକ୍ଲେଭ ବହୁ ଗୁରୁତ୍ୱପୁର୍ଣ୍ଣ। ଏହି କନକ୍ଲେଭ ବୟାନ କରୁଛି ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶା । ସୋଲାର ଏବଂ ରିନାବେବୁଲ ଏନର୍ଜି କ୍ଷେତ୍ରରେ ଓଡ଼ିଶା ରେ ଅଧିକ ନିବେଶ ଆସୁଛି। ଉତ୍କର୍ଷ ଓଡ଼ିଶା ମାଧ୍ୟମରେ ଏମ୍ ଓ ୟୁ ହେବ। ସୋଲାର ଏନର୍ଜି,ୱଣ୍ଡ ଏନର୍ଜି ଦ୍ବାରା ଲୋକ ଲାଭବାନ ହୋଇପାରିବେ ଏବଂ ନିଯୁକ୍ତି ସୃଷ୍ଟି ହୋଇପାରିବ ସେ ଦିଗରେ ସରକାର ଚିନ୍ତା କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ କହିଛନ୍ତି।