ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଭାଜପା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି। ତେବେ ଏଥର ତାଲିକାରେ ଓଡ଼ିଶାରୁ ୧୮ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। ସେହିପରି ବରଗଡ଼ରୁ ପ୍ରଦୀପ ପୁରୋହିତ, […] The post ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ appeared first on Dharitri Odia News.

ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ଭାଜପା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ସେ ମଣ୍ଡିରୁ ନିର୍ବାଚନ ଲଢିବେ। ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି।
ତେବେ ଏଥର ତାଲିକାରେ ଓଡ଼ିଶାରୁ ୧୮ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ଅପରାଜିତା ଷଡଙ୍ଗୀ, ପୁରୀରୁ ସମ୍ବିତ ପାତ୍ର, ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି।
ସେହିପରି ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାୟକ, ମୟୁରଭଞ୍ଜରୁ ନବଚରଣ ମାଝି, ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭଦ୍ରକରୁ ଅଭିମନ୍ୟୁ ସେଠି, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବଲାଙ୍ଗୀରରୁ ସଙ୍ଗିତା କୁମାରୀ ସିଂଦେଓ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝି, କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରୁ ବିଭୁ ପ୍ରସାଦ ତରାଇ, ଆସ୍କା ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ କୋରାପୁଟରୁ କାଲେରାମ ମାଝିଙ୍କ ନାମ ୫ମ ତାଲିକାରେ ପ୍ରକାଶ ପାଇଛି।

The post ଆସିଲା ଭାଜପାର ୫ମ ପ୍ରାର୍ଥୀ ତାଲିକା, ଜାଣନ୍ତୁ ଓଡ଼ିଶାର କେଉଁ ଆସନରୁ କାହାକୁ ମିଳିଲା ଟିକେଟ appeared first on Dharitri Odia News.