ରେସ ବେଳେ ଛିନଛତ୍ର ହୋଇଗଲା କୁଶ ମୈନିଙ୍କ କାର, ଦେଖନ୍ତୁ ଭୟଙ୍କର ଭିଡିଓ

୫ ଗ୍ରୀଡ଼ରେ ଥିବା କୁଶ ରେସ୍‌ ଆରମ୍ଭ ହୋଇଥିଲେ ହେଁ ନିଜ ଗାଡ଼ି ଷ୍ଟାର୍ଟ କରିପାରି ନଥିଲେ।

ରେସ ବେଳେ ଛିନଛତ୍ର ହୋଇଗଲା କୁଶ ମୈନିଙ୍କ କାର, ଦେଖନ୍ତୁ ଭୟଙ୍କର ଭିଡିଓ

ଭାରତର ଫର୍ମୁଲା ଡ୍ରାଇଭର କୁଶ ମୈନି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଆଜେରବୈଜାନ ଗ୍ରାଣ୍ଡ ପ୍ରିକ୍ସ ଏଫ ୨ରେ ଭାଗ ନେଇଥିବା କୁଶ ରେସ ଆରମ୍ଭ ସମୟରେ ଏପରି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

୫ ଗ୍ରୀଡ଼ରେ ଥିବା କୁଶ ରେସ୍‌ ଆରମ୍ଭ ହୋଇଥିଲେ ହେଁ ନିଜ ଗାଡ଼ି ଷ୍ଟାର୍ଟ କରିପାରି ନଥିଲେ। ଲାଇନ ଉପରେ ତାଙ୍କ କାର ରହିଥିବା ବେଳେ ଏକାଧିକ କାର ତାଙ୍କୁ ଅତିକ୍ରମ କରି ଆଗକୁ ବଢ଼ିଥିଲେ। ତେବେ ଗୋଟିଏ କାର ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ପଛ ପଟୁ ଭୟଙ୍କର ଢଙ୍ଗରେ ଧକ୍କା ଦେଇଥିଲା।

ଦୁର୍ଘଟଣା ଯୋଗୁ କୁଶଙ୍କ ସମେତ ଆଉ ୨ଟି କାର ପୂରା ଛିନଛତ୍ର ହୋଇଯାଇଛି। ହେଲେ ଏହା ମଧ୍ୟରେ ଥିବା ଡ୍ରାଇଭରମାନେ ଅଳ୍ପକେ ବର୍ତ୍ତ ଯାଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଦୁର୍ଘଟଣା ଯୋଗୁ କୁଶଙ୍କ ସମେତ ସ୍ପେନର ପେପେ ମାରତି ଓ ଜର୍ମାନୀର ଓଲିଭର ଗୋଇଥେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ତେବେ କୁଶଙ୍କ ଭଳି ସେମାନେ ମଧ୍ୟ ଦୁର୍ଘଟଣାରେ ବଡ଼ଧରଣର ଆଘାତ ପାଇ ନାହାନ୍ତି। ଫର୍ମୁଲା ୨ ରେସରେ ଏହା କୁଶଙ୍କ ଦ୍ୱିତୀୟ ସଂସ୍କରଣ। ସେ ଅଲପାଇନ ଏଫ ୧ ଟିମର ମଧ୍ୟ ସଦସ୍ୟ।