୨୩ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର ୧୮।୦୩ :  ଏବେ କମ୍‌ ରହିବ ଗରମ । ତାତି ପ୍ରକୋପ ବଢ଼ିବନି ସପ୍ତାହେ ପର୍ଯ୍ୟନ୍ତ । ବରଂ ଖସିବ ଦିନ ତାପମାତ୍ରା । ଆସନ୍ତା ୩ ଦିନ ବଡ଼ ଧରଣର କାଳବୈଶାଖୀ   ଆଶଙ୍କା ରହିଛି । ଯଦିଓ ବର୍ଷା ସମ୍ଭାବନା ୨୩ ଯାଏ ରହିଛି । ଆସନ୍ତା ୧୯ ଓ ୨୦ ତାରିଖ ବେଳକୁ ବର୍ତ୍ତମାନ ତୁଳନାରେ ଦିନ ତାପମାତ୍ରା ଅନେକ ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ ।  ପାଣିପାଗ ବିଭାଗର ଆକଳନ ହେଲା, ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ କାଳବୈଶାଖୀ ଆଶଙ୍କା ରହିଛି । ବିଶେଷ କରି ୧୮, ୧୯ ଓ  ୨୦ ତାରିଖରେ କାଳବୈଶାଖୀଜନିତ  ବର୍ଷା, ପବନ ଆଶଙ୍କା ଅଛି । ୧୮ ତାରିଖରେ ଉତ୍ତର ଓଡ଼ିଶା,  ଦକ୍ଷିଣ ଉପକୂଳ ଅଞ୍ଚଳ ଏବଂ   କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧର  ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ  ବର୍ଷା ସହ ବଜ୍ରପାତ ହୋଇପାରେ ।  ଏହାବାଦ୍‌ ଆଉ କିଛି ଜାଗାରେ କାଁ  ଭାଁ ବର୍ଷା ହୋଇପାରେ । ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର,  ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ଅନୁଗୁଳ,  ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ  କାଳବୈଶାଖୀ ଓ ବଜ୍ରପାତ ନେଇ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ୧୯ ତାରିଖରେ ରାଜ୍ୟର  ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ  ବର୍ଷା ହୋଇପାରେ । ବୌଦ୍ଧ, କନ୍ଧମାଳ,  କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା,  ନବରଙ୍ଗପୁର, ଅନୁଗୁଳ, ନୟାଗଡ଼  ଓ ଢେଙ୍କାନାଳରେ କାଳବୈଶାଖୀ

୨୩ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର ୧୮।୦୩ :  ଏବେ କମ୍‌ ରହିବ ଗରମ । ତାତି ପ୍ରକୋପ ବଢ଼ିବନି ସପ୍ତାହେ ପର୍ଯ୍ୟନ୍ତ । ବରଂ ଖସିବ ଦିନ ତାପମାତ୍ରା । ଆସନ୍ତା ୩ ଦିନ ବଡ଼ ଧରଣର କାଳବୈଶାଖୀ   ଆଶଙ୍କା ରହିଛି । ଯଦିଓ ବର୍ଷା ସମ୍ଭାବନା ୨୩ ଯାଏ ରହିଛି । ଆସନ୍ତା ୧୯ ଓ ୨୦ ତାରିଖ ବେଳକୁ ବର୍ତ୍ତମାନ ତୁଳନାରେ ଦିନ ତାପମାତ୍ରା ଅନେକ ସ୍ଥାନରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ ।  

ପାଣିପାଗ ବିଭାଗର ଆକଳନ ହେଲା, ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ କାଳବୈଶାଖୀ ଆଶଙ୍କା ରହିଛି । ବିଶେଷ କରି ୧୮, ୧୯ ଓ  ୨୦ ତାରିଖରେ କାଳବୈଶାଖୀଜନିତ  ବର୍ଷା, ପବନ ଆଶଙ୍କା ଅଛି । ୧୮ ତାରିଖରେ ଉତ୍ତର ଓଡ଼ିଶା,  ଦକ୍ଷିଣ ଉପକୂଳ ଅଞ୍ଚଳ ଏବଂ   କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧର  ଅଳ୍ପ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ  ବର୍ଷା ସହ ବଜ୍ରପାତ ହୋଇପାରେ ।  ଏହାବାଦ୍‌ ଆଉ କିଛି ଜାଗାରେ କାଁ  ଭାଁ ବର୍ଷା ହୋଇପାରେ । ସୁନ୍ଦରଗଡ଼,  ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର,  ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ,  ଜଗତସିଂହପୁର, ଅନୁଗୁଳ,  ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାରେ  କାଳବୈଶାଖୀ ଓ ବଜ୍ରପାତ ନେଇ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  

୧୯ ତାରିଖରେ ରାଜ୍ୟର  ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ  ବର୍ଷା ହୋଇପାରେ । ବୌଦ୍ଧ, କନ୍ଧମାଳ,  କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା,  ନବରଙ୍ଗପୁର, ଅନୁଗୁଳ, ନୟାଗଡ଼  ଓ ଢେଙ୍କାନାଳରେ କାଳବୈଶାଖୀ  ଆଶଙ୍କା ଅଛି । ଘଣ୍ଟା ପ୍ରତି ୪୦ରୁ ୫୦  କିଲୋମିଟର ବେଗରେ ପବନ ସହ  ବଜ୍ରପାତ ହୋଇପାରେ । ଢେଙ୍କାନାଳ,  କଟକ, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଓ  ଖୋର୍ଦ୍ଧାରେ ଘଡ଼ଘଡ଼ି ସହସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି ।   ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର,  ପୁରୀ, ଗଜପତି, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ,  କୋରାପୁଟ, ମାଲକାନଗିରି, ସୋନପୁର, ସମ୍ବଲପୁର ଜିଲ୍ଲାରେ  ଧୂଳି ଝଡ଼ ସହ ୩୦-୪୦ କିମି ବେଗରେ ପବନ ହୋଇପାରେ ।  

୨୦ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସହ   କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ଦକ୍ଷିଣ ଓଡ଼ିଶାର  ଅନେକ ଅଞ୍ଚଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ  କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳରେ ସ୍ଥାନେ ସ୍ଥାନେ  ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ । କୋରାପୁଟ,  ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ୩୦ରୁ ୪୦  କିମି ବେଗରେ ପବନ ସହ ବଜ୍ରପାତ ଆଶଙ୍କା ଅଛି । ଆସନ୍ତା ୨୧, ୨୨ ଓ ୨୩ ତାରିଖରେ ବର୍ଷାର ବଡ଼ ବର୍ଷା ଆଶଙ୍କା କମ୍‌ । ତଥାପି ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ସମ୍ଭାବ୍ୟ ବର୍ଷା, ପବନ ଓ ବଜ୍ରପାତ ନେଇ ଜିଲ୍ଲା ପ୍ରଶାସନକୁ  ସତର୍କତା ସୂଚନା ଜାରି ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ  କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଓ ଘଡ଼ଘଡ଼ିବେଳେ  ଖୋଲା ଆକାଶ ତଳେ କିମ୍ବା ଗଛ ତଳେ ନ ରହିବା ପାଇଁ  କୁହାଯାଇଛି । ବିଶେଷ କରି ଚାଷୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।