ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉପରାଷ୍ଟ୍ରପତି କମଲା ହାରିସ ଦେଶ ଶାସନ କରିବାକୁ ଯୋଗ୍ୟ ନୁହଁନ୍ତି। ଯଦି ସେ କେବେ କ୍ଷମତାକୁ ଆସନ୍ତି, ତେବେ ସେ […] The post ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ appeared first on Dharitri Odia News.

ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ

ଓ୍ବାଶିଂଟନ୍‌,୨୫।୭: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଉପରାଷ୍ଟ୍ରପତି କମଲା ହାରିସ ଦେଶ ଶାସନ କରିବାକୁ ଯୋଗ୍ୟ ନୁହଁନ୍ତି। ଯଦି ସେ କେବେ କ୍ଷମତାକୁ ଆସନ୍ତି, ତେବେ ସେ ଏହି ଦେଶକୁ ଅତି ଶୀଘ୍ର ଧ୍ୱଂସ କରିବେ। ଆମେ ଏହା କରିବାକୁ ଦେବୁ ନାହିଁ।
ରାଷ୍ଟ୍ରପତି ଜୋ ବାଇଡେନ ଗତ ସପ୍ତାହରେ ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ତା’ପରେ ସେ କମଲା ହାରିସଙ୍କ ନାମକୁ ଅନୁମୋଦନ କରିଥିଲେ। ହାରିସ (୫୯) ବର୍ତ୍ତମାନ ଡେମୋକ୍ରାଟିକ ପ୍ରାର୍ଥୀ ହୋଇଛନ୍ତି। ଅଗଷ୍ଟ ମାସରେ ‘ଡେମୋକ୍ରାଟିକ ନ୍ୟାଶନାଲ କନଭେନସନ’ରେ ଆନୁଷ୍ଠାନିକ ଭାବେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯିବ।

The post ରାଷ୍ଟ୍ରପତି ପାଇଁ ଯୋଗ୍ୟ ନୁହଁନ୍ତି କମଲା ହାରିସ: ଟ୍ରମ୍ପ appeared first on Dharitri Odia News.