କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଓହ୍ଲାଇଲେ ବନ କର୍ମଚାରୀ
ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର):ଓଡିଶା ଅଣ ଗେଜେଟଡ ବନ କର୍ମଚାରୀ ସେବା ସଂଘର ଆହ୍ବାନ କ୍ରମେ ୩ ଦଫା ଦାବି ହାସଲ ପାଇଁ ଦିଗପହଣ୍ଡି ବନାଞ୍ଚଳ କର୍ମଚାରୀ କଳାବ୍ୟାଜ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି। ବନ ବିଭାଗରେ ଲାଗି ରହିଥିବା ବିଭିନ୍ନ ଅବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ପାଇଁ ଫରେଷ୍ଟ କମିଶନ ଗଠନ କରିବା, ବନରକ୍ଷୀ ପ୍ରହ୍ଲାଦ ପ୍ରଧାନଙ୍କ ହତ୍ୟା ମାମଲାର ତ୍ବରିତ ବିଚାର ସହ ୧ କୋଟି ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ଏବଂ ବନ […] The post କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଓହ୍ଲାଇଲେ ବନ କର୍ମଚାରୀ appeared first on Dharitri Odia News.
ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର):ଓଡିଶା ଅଣ ଗେଜେଟଡ ବନ କର୍ମଚାରୀ ସେବା ସଂଘର ଆହ୍ବାନ କ୍ରମେ ୩ ଦଫା ଦାବି ହାସଲ ପାଇଁ ଦିଗପହଣ୍ଡି ବନାଞ୍ଚଳ କର୍ମଚାରୀ କଳାବ୍ୟାଜ ପିନ୍ଧି ପ୍ରତୀକାତ୍ମକ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି। ବନ ବିଭାଗରେ ଲାଗି ରହିଥିବା ବିଭିନ୍ନ ଅବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ପାଇଁ ଫରେଷ୍ଟ କମିଶନ ଗଠନ କରିବା, ବନରକ୍ଷୀ ପ୍ରହ୍ଲାଦ ପ୍ରଧାନଙ୍କ ହତ୍ୟା ମାମଲାର ତ୍ବରିତ ବିଚାର ସହ ୧ କୋଟି ଟଙ୍କା ଅନୁକମ୍ପା ସହାୟତା ଯୋଗାଇ ଦେବା ଏବଂ ବନ କ୍ଷେତ୍ରାଧିକାରୀଙ୍କୁ ପୋଲିସ ବିଭାଗ ଭଳି ବୀମା ପ୍ୟାାକେଜ ପ୍ରଦାନ କରିବା ଦାବୀ ଗୁଡିକୁ ରାଜ୍ୟ ସରକାର ତୁରନ୍ତ ପୂରଣ କରିବା ଦିଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ୨୨ ତାରିଖ ଠାରୁ ସାମୁହିକ ଛୁଟିରେ ରହି ବନ କର୍ମଚାରୀ ମାନେ ସେମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଦିଗପହଣ୍ଡି ବନପାଳ ତଥା ବନ ସେବା ସଂଘର ରାଜ୍ୟ ସହ ସମ୍ପାଦକ ସନ୍ତୋଷ କୁମାର ବିଷୋୟୀରତ୍ନ ଜଣାଇଛନ୍ତି।ଏହି ଆନ୍ଦୋଳନରେ ଦିଗପହଣ୍ଡି ବନାଞ୍ଚଳ କାର୍ଯ୍ୟାଳୟ ଅଧିନ ସମସ୍ତ ବନ କର୍ମଚାରୀ ସାମିଲ ଥିବା ଜଣାପଡିଛି।
The post କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଓହ୍ଲାଇଲେ ବନ କର୍ମଚାରୀ appeared first on Dharitri Odia News.