ଗାଡ଼ିରୁ ଜବତ ହେଲା ମଦ ସହ ୧୮ ହଜାର ଟଙ୍କା, ଚେକିଂ ବେଳେ ଜବତ କଲା ସ୍ବତନ୍ତ୍ର ସ୍କ୍ବାଡ

ଆଠଗଡ଼: ନିର୍ବାଚନ ପାଇଁ ଗଠନ ହୋଇଥିବା ସ୍ଵତନ୍ତ୍ର ସ୍କ୍ବାଡଙ୍କ ଚେକିଂ ବେଳେ ଏକ କାର୍‌ରୁ ଜବତ ହେଲେ ୩ ପେଟି ମଦ ସହ ୧୮ ହଜାର ଟଙ୍କା । ତେବେ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଲେ ସ୍କ୍ବାଡର ଟିମ।ଏମିତି ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡିଝାଟିଆ ଛକଠାରେ। ନିର୍ବାଚନ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଓ ପୋଲିସର ମିଳିତ ଯାଞ୍ଚବେଳେ ଗାଡ଼ିରୁ ମିଳିଥିଲା ଏହି ମଦ ସହିତ ୧୮ ହଜାର ଟଙ୍କା । ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଗୁରୁଡ଼ିଝାଟିଆ ପୋଲିସ ।

ଗାଡ଼ିରୁ ଜବତ ହେଲା ମଦ ସହ ୧୮ ହଜାର ଟଙ୍କା,  ଚେକିଂ ବେଳେ ଜବତ କଲା ସ୍ବତନ୍ତ୍ର ସ୍କ୍ବାଡ

ଆଠଗଡ଼: ନିର୍ବାଚନ ପାଇଁ ଗଠନ ହୋଇଥିବା ସ୍ଵତନ୍ତ୍ର ସ୍କ୍ବାଡଙ୍କ ଚେକିଂ ବେଳେ ଏକ କାର୍‌ରୁ ଜବତ ହେଲେ ୩ ପେଟି ମଦ ସହ ୧୮ ହଜାର ଟଙ୍କା । ତେବେ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଲେ ସ୍କ୍ବାଡର ଟିମ।

ଏମିତି ଘଟଣା ଘଟିଛି କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୁରୁଡିଝାଟିଆ ଛକଠାରେ। ନିର୍ବାଚନ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଓ ପୋଲିସର ମିଳିତ ଯାଞ୍ଚବେଳେ ଗାଡ଼ିରୁ ମିଳିଥିଲା ଏହି ମଦ ସହିତ ୧୮ ହଜାର ଟଙ୍କା । ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ଗୁରୁଡ଼ିଝାଟିଆ ପୋଲିସ ।