IPL 2024 : କମେଣ୍ଟ୍ରିର ‘ସରଦାର’ ନବଜୋତ୍ ସିଂ ସିଦ୍ଧୁଙ୍କ କମବ୍ୟାକ୍
ମୁମ୍ଵାଇ ୧୯।୦୩: IPL ୨୦୨୪ ଆରମ୍ଭ ହେବା ପାଇଁ ବହୁତ କମ୍ ସମୟ ବାକି ଅଛି । ମାର୍ଚ୍ଚ ୨୨ରେ ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ବର୍ତ୍ତମାନ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ନବଜୋତ ସିଂ ସିଦ୍ଧୁ ମଧ୍ୟ ଆଇପିଏଲ୍ ୨୦୨୪ରେ ପ୍ରବେଶ କରିବାକୁ ଯାଉଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ ।Navjot Singh Sidhu will be doing commentary for Star Sports in IPL 2024.- The good old Sony days are back...!!! ⭐ pic.twitter.com/t1qPS5fVQy— Mufaddal Vohra (@mufaddal_vohra) March 19, 2024ଷ୍ଟାର୍ ସ୍ପୋର୍ଟସ୍ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଇପିଏଲ୍ ୨୦୨୪ ସିଜନ -୧୭ ପାଇଁ କମେଣ୍ଟ୍ରି କରିବା ପାଇଁ ସ୍ୱାକ୍ଷର କରିଛନ୍ତି। କହିବାକୁ ଗଲେ, ୨୦୧୪ ମସିହାରେ, ସିଦ୍ଧୁ କମେଣ୍ଟ୍ରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ କଂଗ୍ରେସ ଦଳର ଏକ ଅଂଶ ହୋଇଥିବାବେଳେ ଆଇପିଏଲ ୨୦୨୪ ପାଇଁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ । View this post on InstagramA post shared by Star Sports India (@starsportsindia)ରାଜନୀତିରେ ଯୋଗଦେବା ପରେ ସିଦ୍ଧୁ କମେଣ୍ଟ୍ରି କରିବା ବନ୍ଦ କରି ଦେଇଥିଲେ। ପ୍ରଶଂସକମାନେ ଆଶା କରୁଥିଲେ ଯେ ସିଦ୍ଧୁ
ମୁମ୍ଵାଇ ୧୯।୦୩: IPL ୨୦୨୪ ଆରମ୍ଭ ହେବା ପାଇଁ ବହୁତ କମ୍ ସମୟ ବାକି ଅଛି । ମାର୍ଚ୍ଚ ୨୨ରେ ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ବର୍ତ୍ତମାନ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ନବଜୋତ ସିଂ ସିଦ୍ଧୁ ମଧ୍ୟ ଆଇପିଏଲ୍ ୨୦୨୪ରେ ପ୍ରବେଶ କରିବାକୁ ଯାଉଛନ୍ତି। ନବଜୋତ ସିଂ ସିଦ୍ଧୁଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ ।
Navjot Singh Sidhu will be doing commentary for Star Sports in IPL 2024.
- The good old Sony days are back...!!! ⭐ pic.twitter.com/t1qPS5fVQy— Mufaddal Vohra (@mufaddal_vohra) March 19, 2024
ଷ୍ଟାର୍ ସ୍ପୋର୍ଟସ୍ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆଇପିଏଲ୍ ୨୦୨୪ ସିଜନ -୧୭ ପାଇଁ କମେଣ୍ଟ୍ରି କରିବା ପାଇଁ ସ୍ୱାକ୍ଷର କରିଛନ୍ତି। କହିବାକୁ ଗଲେ, ୨୦୧୪ ମସିହାରେ, ସିଦ୍ଧୁ କମେଣ୍ଟ୍ରି ଛାଡି ରାଜନୀତିରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ କଂଗ୍ରେସ ଦଳର ଏକ ଅଂଶ ହୋଇଥିବାବେଳେ ଆଇପିଏଲ ୨୦୨୪ ପାଇଁ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ ।
ରାଜନୀତିରେ ଯୋଗଦେବା ପରେ ସିଦ୍ଧୁ କମେଣ୍ଟ୍ରି କରିବା ବନ୍ଦ କରି ଦେଇଥିଲେ। ପ୍ରଶଂସକମାନେ ଆଶା କରୁଥିଲେ ଯେ ସିଦ୍ଧୁ ଭବିଷ୍ୟତରେ କିଛି ସମୟ ପରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିବ । ଯାହା ବର୍ତ୍ତମାନ ଘଟିବାକୁ ଯାଉଛି । ସିଦ୍ଧୁ ବର୍ତ୍ତମାନ ଆଇପିଏଲ୍ ୨୦୨୪ ପାଇଁ କମେଣ୍ଟାରୀ ଟିମ୍ ସହିତ ଯୋଗ ଦେଇଛନ୍ତି।