ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ହେବ। ତେଣୁ ରବିବାର ଭଞ୍ଜନଗର ଥାନାରେ ଆମ ପୋଲିସ ସମିତିର ଏକ ବୈଠକ ହୋଇଥିଲା। ବୈଠକରେ ଆମ ପୋଲିସ ସମିତି କର୍ମକର୍ତ୍ତା ଏବଂ ଦଣ୍ଡନାଚ କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର ଏସ ଡିପିଓ ସୁଜିତ୍‌ କୁମାର ନାୟକ ଯୋଗଦେଇ କହିଥିଲେ ଯେ, ଚଳିତ […] The post ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.

ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ  ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଆସନ୍ତା ଏପ୍ରିଲ ପହିଲାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ପ୍ରସିଦ୍ଧ ଦଣ୍ଡନାଚ ପରିବେଷଣ ହେବ। ଏହିଭଳି ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ହେବ। ତେଣୁ ରବିବାର ଭଞ୍ଜନଗର ଥାନାରେ ଆମ ପୋଲିସ ସମିତିର ଏକ ବୈଠକ ହୋଇଥିଲା। ବୈଠକରେ ଆମ ପୋଲିସ ସମିତି କର୍ମକର୍ତ୍ତା ଏବଂ ଦଣ୍ଡନାଚ କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ ହୋଇଥିଲା। ଏଥିରେ ଭଞ୍ଜନଗର ଏସ ଡିପିଓ ସୁଜିତ୍‌ କୁମାର ନାୟକ ଯୋଗଦେଇ କହିଥିଲେ ଯେ, ଚଳିତ ଦଣ୍ଡନାଚରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏଥିରେ ଯଦି କୌଣସି ଯାତ୍ରା କମିଟି ଅବମାନନା କରନ୍ତି ତେବେ ସଂପୃକ୍ତ କମିଟି ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଏସଡିପିଓ କହିଥିଲେ।
ଥାନା ଅଧିକାରୀ ଜିବନାନନ୍ଦ ଜେନା କହିଥିଲେ ଯେ, ଦଣ୍ଡନାଚରେ ରାଜନୀତି କରଣ କରିବା ନାହିଁ। ନିୟମ ଅନୁସାରେ ଯାତ୍ରା କରିବା। ବିଶୃଙ୍ଖଳା ଯେଭଳି ନ ହେବ ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବା। ପୋଲିସ ଏବଂ ସଧାରଣ ଜନତା ମିଶି ଦଣ୍ଡନାଚ କିଭଳି ଶାନ୍ତି ଶୃଙ୍ଖଳାର ସହ ହେବ ସେଥିପାଇଁ ପଦକ୍ଷେପ ନିଆଯିବ। ବୈଠକରେ
ସମିତିର ସଭ୍ୟ ଡ .ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ବାଳ, ଅନ୍ତର୍ଯ୍ୟାମୀ ତ୍ରିଆଠୀ , ଜଗଦୀଶ ପାଣିଗ୍ରାହୀ, ଲୋକନାଥ କର, ମୁରଲୀ ପଣ୍ଡା, ସନ୍ତୋଷ ଜେନା, ସୁଶାନ୍ତ ମହାପାତ୍ର, ବାସନ୍ତୀ ପାଣିଗ୍ରାହୀ, ବିଷ୍ଠୁ ସେନାପତି, ଏସ ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀ ମହାନ୍ତି, ଲିପିନା ବିଶ୍ବାଳ, ଏଏସଆଇ ବିଦେଶୀ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଅନୁପମ ବାନାର୍ଜୀ ସଭାକୁ ସଂଯୋଜନା କରିଥିଲେ। ଜଗବନ୍ଧୁ ଜେନା ଧନ୍ୟବାଦ ଦେଇଥିଲେ।

The post ଦଣ୍ଡନାଚରେ ଅଶ୍ଲୀଳ ନୃତ୍ୟ ହେବନାହିଁ ପରିବେଷଣ : ଆଇନ ଶୃଙ୍ଖଳା ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ appeared first on Dharitri Odia News.