୧୨.୧୨.୨୦୨୪ : କଣ ଗୁରୁତ୍ବ ରହିଛି ଏହି ଦିନର ? ଜାଣନ୍ତୁ କଣ କୁହନ୍ତି ନ୍ୟୁମରୋଲୋଜିଷ୍ଟ
ଆଜି ଦିନଟି କଥା ଶୁଣିଲେ ହୁଏତ ଶୁଣିବାକୁ ଭଲ ଲାଗି ପାରେ ହେଲେ ଏହା ପଛରେ କିଛି ଗୁରୁତ୍ବ ଅଛି କି ସେକଥା ଜାଣିବାକୁ ବି ଅନେକ ଲୋକ ଭାରି ଉତ୍ସୁକ । ଦିନଟି ଅବଶ୍ୟ ସରି ଆସିଲାଣି । ହେଲେ ସାରା ବିଶ୍ବ ହେଉ କି ଆମ ଦେଶରେ ଏଭଳି କିଛି ଘଟି ନାହିଁ ଯାହାକୁ ଆଜିର ଦିନ ଓ ଏଭଳି ତାରିଖ ସହ ଯୋଡ଼ି ହେବ । ସଂଖ୍ୟା ହିସାବରେ ଆଜି ତାରିଖ ୧୨, […] The post ୧୨.୧୨.୨୦୨୪ : କଣ ଗୁରୁତ୍ବ ରହିଛି ଏହି ଦିନର ? ଜାଣନ୍ତୁ କଣ କୁହନ୍ତି ନ୍ୟୁମରୋଲୋଜିଷ୍ଟ appeared first on KNews Odisha.

ଆଜି ଦିନଟି କଥା ଶୁଣିଲେ ହୁଏତ ଶୁଣିବାକୁ ଭଲ ଲାଗି ପାରେ ହେଲେ ଏହା ପଛରେ କିଛି ଗୁରୁତ୍ବ ଅଛି କି ସେକଥା ଜାଣିବାକୁ ବି ଅନେକ ଲୋକ ଭାରି ଉତ୍ସୁକ । ଦିନଟି ଅବଶ୍ୟ ସରି ଆସିଲାଣି । ହେଲେ ସାରା ବିଶ୍ବ ହେଉ କି ଆମ ଦେଶରେ ଏଭଳି କିଛି ଘଟି ନାହିଁ ଯାହାକୁ ଆଜିର ଦିନ ଓ ଏଭଳି ତାରିଖ ସହ ଯୋଡ଼ି ହେବ । ସଂଖ୍ୟା ହିସାବରେ ଆଜି ତାରିଖ ୧୨, ମାସ ବି ୧୨ । ଏହାକୁ ମିଶାଇଲେ ହେଉଛି ୨୪ । ଆହୁରି ମଧ୍ୟ ଏହା ହେଉଛି ୨୦୨୪ ମସିହା । ଯାହା ସରି ସରି ଆସୁଛି । ତଥାପି ୧୨.୧୨.୨୦୨୪କୁ ନେଇ କିଛି ଜାଣିବାର ଉତ୍କଣ୍ଠା ରହୁଛି ସମସ୍ତଙ୍କର । ଆସନ୍ତୁ ନଜର ପକାଇବା ନ୍ୟୁମରୋଲୋଜିରେ ଏହି ସଂଖ୍ୟାର କଣ ରହିଛି ମହତ୍ତ୍ବ ।
ଜ୍ୟୋତିର୍ବିଦଙ୍କ ଅନୁସାରେ ଦୁଇଟି ୧୨ ରହିଲେ ତାହା ଆଗାମୀ ସମୟରେ ଭଲ ଦିନ ଆସୁଛି ବୋଲି ସୂଚନା ଦିଏ । ୧୨କୁ ମାଷ୍ଟର ନମ୍ବର ବୋଲି କୁହାଯାଏ । ଯାହା ବ୍ୟକ୍ତିଗତ ଶୃଙ୍ଖଳା, ମାନସିକ ଦୃଢ଼ତା, ନିଷ୍ଠାକୁ ବଢ଼ାଇଥାଏ । ନିଜ ଭିତରେ ଲୁଚି ରହିଥିବା ଇଚ୍ଛାକୁ ସାକାର କରିବାର ଆଗ୍ରହ ବଢ଼ାଇଥାଏ । ୧ ଓ ୨ ସଂଖ୍ୟା ଯଥାକ୍ରମେ ଧୈର୍ଯ୍ୟ ଏବଂ ନୂଆ ଆରମ୍ଭର ସୂଚନା ଦେଇଥାଏ ।
The post ୧୨.୧୨.୨୦୨୪ : କଣ ଗୁରୁତ୍ବ ରହିଛି ଏହି ଦିନର ? ଜାଣନ୍ତୁ କଣ କୁହନ୍ତି ନ୍ୟୁମରୋଲୋଜିଷ୍ଟ appeared first on KNews Odisha.