ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ
ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ପ୍ରଥମେ ପୂଜା ମଣ୍ଡପରେ ଶାଳା ସଂସ୍କାର, ଅଙ୍କୁରାରୋପଣ, ମଣ୍ଡଳ କରଣ, କଳସ ସ୍ଥାପନ ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇ କଳସ ପୂଜା, ଷୋଡ଼ଶ ସ୍ତମ୍ଭ ପୂଜନ, ମଣ୍ଡପ ଦେବତା ପୂଜନ, ସୂର୍ଯ୍ୟ ପୂଜା, ପାର୍ଶ୍ୱ ଦେବତା ପୂଜନ, ଯୁପସ୍ନାନ, ହନୁମାନ ଓ କରମସାନି ବିଗ୍ରହଙ୍କ ଧାନ୍ୟାଧିବାସ, ଅଗ୍ନି ସ୍ଥାପନ, […] The post ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ appeared first on Dharitri Odia News.
ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ପ୍ରଥମେ ପୂଜା ମଣ୍ଡପରେ ଶାଳା ସଂସ୍କାର, ଅଙ୍କୁରାରୋପଣ, ମଣ୍ଡଳ କରଣ, କଳସ ସ୍ଥାପନ ପରେ ପୂଜାକାର୍ଯ୍ୟ ଆରମ୍ଭ ହୋଇ କଳସ ପୂଜା, ଷୋଡ଼ଶ ସ୍ତମ୍ଭ ପୂଜନ, ମଣ୍ଡପ ଦେବତା ପୂଜନ, ସୂର୍ଯ୍ୟ ପୂଜା, ପାର୍ଶ୍ୱ ଦେବତା ପୂଜନ, ଯୁପସ୍ନାନ, ହନୁମାନ ଓ କରମସାନି ବିଗ୍ରହଙ୍କ ଧାନ୍ୟାଧିବାସ, ଅଗ୍ନି ସ୍ଥାପନ, ଆରତ୍ରିକ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା। ଉସତରାମ ଷଡ଼ଙ୍ଗୀ, କାର ଡନସନା, ପ୍ରହଲ୍ଲାଦ ସାହୁ, ଗଜପତି ବାରିକ, ନରେନ୍ଦ୍ର ଡନସନା, ଡୋଳାମଣି ସାହୁ, ଉଗ୍ରସେନ ସାହୁ, ନରେନ୍ଦ୍ର ଖୁଣ୍ଟିଆ, ଅଧିକାରୀ ମେହେର, ଲଲିତ ବୁଧିଆ, ବିଶ୍ୱଜିତ ସାହୁ, କୃଷ୍ଣ ପସାୟତ ସ୍ତ୍ରୀର କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ପଣ୍ଡିତ ରୁପେଶ୍ବର ମହାପାତ୍ର, ପଣ୍ଡିତ ପଞ୍ଚମ, ପଣ୍ଡିତ ରାଜେଶ କୁମାର ମିଶ୍ର, ପଣ୍ଡିତ ବୁଲୁ ତ୍ରିପାଠୀ, ପଣ୍ଡିତ ଜେକି ସୁଶାରିଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ସମସ୍ତ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସମସ୍ତ ଅଞ୍ଚଳବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା।
The post ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ appeared first on Dharitri Odia News.