ମାଛ ମାରିବାକୁ ଯାଇ ସମୁଦ୍ରରେ ଫସିଲା ୨ ବୋଟ, ଫସିଛନ୍ତି ୧୪ ମତ୍ସ୍ୟଜୀବୀ

କୋଣାର୍କ: ସମୁଦ୍ରକୁ ମାଛ ମାରିବାକୁ ଯାଇ ସମୁଦ୍ରରେ ଫସିଲା ୨ ବୋଟ। ମଝି ସମୁଦ୍ରରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ। ଏହି ୨ ବୋଟ ରବିବାର ନୂଆଗଡ଼ ଜେଠି ନିକଟରୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ବୋଟ ଦୁଇଟିଯାକ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ମୁହାଣ ମଧ୍ୟରେ ଫସିରହିଛି ବୋଟ । ବୋଟରେ ପ୍ରାୟ ୧୪ ଜଣରୁ ଉର୍ଦ୍ଧ ମତ୍ସ୍ୟଜୀବୀ ଅଛନ୍ତି ।ତେବେ ସ୍ପିଡ ବୋଟ କାପାସିଟି ନଥିବାରୁ ପାରାଦୀପ କୋଷ୍ଟ ଗାର୍ଡକୁ ସୂଚନା ଦିଆଯାଇଛି । ପାରାଦୀପ କୋଷ୍ଟ ଗାର୍ଡ ଆସିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।  ସୂଚନାଥାଉକି, ତେବେ ବଙ୍ଗୋପସାଗର ଲଘୁଚାପ ଫଳରେ ଅଶାନ୍ତ ରହିଛି ସମୁଦ୍ର । ସମୁଦ୍ରକୁ ମାଛ ମାରିବାକୁ ନଯିବାକୁ ଜାରି ହୋଇଛି ନିର୍ଦ୍ଦେଶ। ତେଣୁ ସରକାରଙ୍କ ବାରଣ ସତ୍ୱେ ମଧ୍ୟ ବୋଟ ନେଇ କିଭଳି ମତ୍ସ୍ୟଜୀବୀ ମାଛ ମାରିବାକୁ ଗଲେ ଏବଂ ଏକଥା ନୂଆଗଡ଼ ସାମୁଦ୍ରିକ ପୋଲିସ ଜାଣି ପାରିଲେ ନାହିଁ  କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମାଛ ମାରିବାକୁ ଯାଇ ସମୁଦ୍ରରେ ଫସିଲା ୨ ବୋଟ, ଫସିଛନ୍ତି ୧୪ ମତ୍ସ୍ୟଜୀବୀ

କୋଣାର୍କ: ସମୁଦ୍ରକୁ ମାଛ ମାରିବାକୁ ଯାଇ ସମୁଦ୍ରରେ ଫସିଲା ୨ ବୋଟ। ମଝି ସମୁଦ୍ରରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ। ଏହି ୨ ବୋଟ ରବିବାର ନୂଆଗଡ଼ ଜେଠି ନିକଟରୁ ମାଛ ଧରିବାକୁ ଯାଇଥିଲେ । କିନ୍ତୁ ଦେବୀ ମୁହାଣ ନିକଟରୁ ୩ କିଲୋମିଟର ଦୂରରେ ମାଛ ଧରୁଥିବା ବେଳେ ବୋଟ ଦୁଇଟିଯାକ ବୋଟର ଇଞ୍ଜିନ ଖରାପ ହୋଇଯାଇଥିଲା। ଫଳରେ ମୁହାଣ ମଧ୍ୟରେ ଫସିରହିଛି ବୋଟ । ବୋଟରେ ପ୍ରାୟ ୧୪ ଜଣରୁ ଉର୍ଦ୍ଧ ମତ୍ସ୍ୟଜୀବୀ ଅଛନ୍ତି ।

ତେବେ ସ୍ପିଡ ବୋଟ କାପାସିଟି ନଥିବାରୁ ପାରାଦୀପ କୋଷ୍ଟ ଗାର୍ଡକୁ ସୂଚନା ଦିଆଯାଇଛି । ପାରାଦୀପ କୋଷ୍ଟ ଗାର୍ଡ ଆସିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।  

ସୂଚନାଥାଉକି, ତେବେ ବଙ୍ଗୋପସାଗର ଲଘୁଚାପ ଫଳରେ ଅଶାନ୍ତ ରହିଛି ସମୁଦ୍ର । ସମୁଦ୍ରକୁ ମାଛ ମାରିବାକୁ ନଯିବାକୁ ଜାରି ହୋଇଛି ନିର୍ଦ୍ଦେଶ। ତେଣୁ ସରକାରଙ୍କ ବାରଣ ସତ୍ୱେ ମଧ୍ୟ ବୋଟ ନେଇ କିଭଳି ମତ୍ସ୍ୟଜୀବୀ ମାଛ ମାରିବାକୁ ଗଲେ ଏବଂ ଏକଥା ନୂଆଗଡ଼ ସାମୁଦ୍ରିକ ପୋଲିସ ଜାଣି ପାରିଲେ ନାହିଁ  କେମିତି ? ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।