ଏପ୍ରିଲ୍‌ ୧ରୁ ବଦଳିଲା ୬ଟି ନିୟମ, ଲୋକଙ୍କ ବଜେଟରେ ପଡିବ ପ୍ରଭାବ

ନୂଆଦିଲ୍ଲୀ ୦୧।୦୪: ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ଏହାସହିତ ଦେଶରେ ହୋଇଛି ଅନେକ ପରିବର୍ତ୍ତନ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ ଏଲପିଜି ସିଲିଣ୍ଡର ଦାମ୍‌ ପରିବର୍ତ୍ତନଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ଏବଂ ଏନପିଏସ୍‌ ପରି ଅନେକ ନିୟମରେ ହୋଇଛି ପରିବର୍ତ୍ତନ । ଏହା ଏପ୍ରିଲ୍ ୧ ଅର୍ଥାତ୍‌ ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।ପ୍ରତ୍ୟେକ ମାସ ପରି ଚଳିତ ମାସରେ ମଧ୍ୟ LPG ମୂଲ୍ୟରେ ପରିବର୍ତ୍ତନ ହୋଇଛି । ତେବେ ଏପ୍ରିଲରେ ଘରୋଇ ସିଲିଣ୍ଡର ନୁହେଁ ବରଂ କମର୍ସିଆଲ୍‌ ଗ୍ୟାସ୍‌ର ଦର କମିଛି । ଏପ୍ରିଲ ୧ରୁ ଦିଲ୍ଲୀରେ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦାମ୍‌ ୩୦.୫୦ କୁ ହ୍ରାସ ପାଇଛି । ବର୍ତ୍ତମାନ ଦିଲ୍ଲୀରେ ଗ୍ଯାଲ ଗପ ୧୭୬୪ ଟଙ୍କାକୁ ଖସିଛି ।  କୋଲକାତାରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୨ ଟଙ୍କା ହ୍ରାସ ପାଇ ୧୮୭୯ ଟଙ୍କାରେ ମିଳୁଛି । ସେହିପରି ମୁମ୍ବାଇରେ କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌ ୩୧.୫୦ଟଙ୍କା ହ୍ରାସ ପାଇ ୧୭୧୭.୫୦ରେ ପହଞ୍ଚିଛି ଏବଂ ଚେନ୍ନାଇରେ ୩୦.୫୦ରୁ କମି ୧୯୩୦ ଟଙ୍କାକୁ ହ୍ରାସ ପାଇଛି କମର୍ସିଆଲ୍‌ ସିଲିଣ୍ଡର ଦର । ଏପ୍ରିଲ୍‌ ୧ରୁ EPFO ନିୟମରେ ହୋଇଛି ପରିବର୍ତ୍ତନ । ନୂଆ ନିୟମ ଅନୁଯାୟୀ, ଇପିଏଫ୍ ଆକାଉଣ୍ଟଧାରୀ ଚାକିରି ବଦଳାଇବା ମାତ୍ରେ ତାଙ୍କର ପୁରୁଣା PF ବାଲାନ୍ସ ନୂଆ ଆକାଉଣ୍ଟକୁ ସ୍ୱୟଂଚାଳିତ ଭାବେ ଟ୍ରାନ୍ସଫର ହୋଇଯିବ । ଯାହା EPFOଧାରୀଙ୍କ

ଏପ୍ରିଲ୍‌ ୧ରୁ ବଦଳିଲା ୬ଟି ନିୟମ, ଲୋକଙ୍କ ବଜେଟରେ ପଡିବ ପ୍ରଭାବ

ନୂଆଦିଲ୍ଲୀ ୦୧।୦୪: ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ଏହାସହିତ ଦେଶରେ ହୋଇଛି ଅନେକ ପରିବର୍ତ୍ତନ । ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏଥିରେ ଏଲପିଜି ସିଲିଣ୍ଡର ଦାମ୍‌ ପରିବର୍ତ୍ତନଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ଏବଂ ଏନପିଏସ୍‌ ପରି ଅନେକ ନିୟମରେ ହୋଇଛି ପରିବର୍ତ୍ତନ । ଏହା ଏପ୍ରିଲ୍ ୧ ଅର୍ଥାତ୍‌ ଆଜିଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ।

ପ୍ରତ୍ୟେକ ମାସ ପରି ଚଳିତ ମାସରେ ମଧ୍ୟ LPG ମୂଲ୍ୟରେ ପରିବର୍ତ୍ତନ ହୋଇଛି । ତେବେ ଏପ୍ରିଲରେ ଘରୋଇ ସିଲିଣ୍ଡର ନୁହେଁ ବରଂ କମର୍ସିଆଲ୍‌ ଗ୍ୟାସ୍‌ର ଦର କମିଛି । ଏପ୍ରିଲ ୧ରୁ ଦିଲ୍ଲୀରେ କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡରର ଦାମ୍‌ ୩୦.୫୦ କୁ ହ୍ରାସ ପାଇଛି । ବର୍ତ୍ତମାନ ଦିଲ୍ଲୀରେ ଗ୍ଯାଲ ଗପ ୧୭୬୪ ଟଙ୍କାକୁ ଖସିଛି ।  କୋଲକାତାରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୨ ଟଙ୍କା ହ୍ରାସ ପାଇ ୧୮୭୯ ଟଙ୍କାରେ ମିଳୁଛି । ସେହିପରି ମୁମ୍ବାଇରେ କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌ ୩୧.୫୦ଟଙ୍କା ହ୍ରାସ ପାଇ ୧୭୧୭.୫୦ରେ ପହଞ୍ଚିଛି ଏବଂ ଚେନ୍ନାଇରେ ୩୦.୫୦ରୁ କମି ୧୯୩୦ ଟଙ୍କାକୁ ହ୍ରାସ ପାଇଛି କମର୍ସିଆଲ୍‌ ସିଲିଣ୍ଡର ଦର । 

ଏପ୍ରିଲ୍‌ ୧ରୁ EPFO ନିୟମରେ ହୋଇଛି ପରିବର୍ତ୍ତନ । ନୂଆ ନିୟମ ଅନୁଯାୟୀ, ଇପିଏଫ୍ ଆକାଉଣ୍ଟଧାରୀ ଚାକିରି ବଦଳାଇବା ମାତ୍ରେ ତାଙ୍କର ପୁରୁଣା PF ବାଲାନ୍ସ ନୂଆ ଆକାଉଣ୍ଟକୁ ସ୍ୱୟଂଚାଳିତ ଭାବେ ଟ୍ରାନ୍ସଫର ହୋଇଯିବ । ଯାହା EPFOଧାରୀଙ୍କୁ ବହୁତ ସାହାଯ୍ୟକାରୀ ହେବ ।

 

ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) NPS ଗ୍ରାହକଙ୍କୁ ସାଇବର ଜାଲିଆତିରୁ ରକ୍ଷା କରିବା ପାଇଁ ଏହାର ଲଗଇନ୍ ସିଷ୍ଟମରେ ପରିବର୍ତ୍ତନ କରିଛି । ବର୍ତ୍ତମାନ NPS ଆକାଉଣ୍ଟକୁ ଲଗ୍ ଇନ୍ କରିବାକୁ ହେଲେ ଆକାଉଣ୍ଟଧାରୀଙ୍କୁ ID ଏବଂ ପାସୱାର୍ଡରେ ଆଧାର ଏବଂ ମୋବାଇଲ୍ ନମ୍ବର ଲିଙ୍କ କରିବାକୁ ପଡିବ । ଏହି ନିୟମ ଏପ୍ରିଲ ୧ ଲାଗୁ ହେବ ।

ଯଦି ଆପଣ ୩୧ ମାର୍ଚ୍ଚ ଯାଏଁ ଫାଷ୍ଟଟ୍ୟାଗ KYC ଅପଡେଟ୍ କରିନାହାନ୍ତି ତେବେ ଏପ୍ରିଲ୍‌ ୧ରୁ ଫାଷ୍ଟଟ୍ୟାଗ ବ୍ୟବହାରରେ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଖବର ଅନୁଯାୟୀ NHAI ଫାଷ୍ଟଟ୍ୟାଗ KYC ବାଧ୍ୟତାମୂଳକ କରିଛି ।

ବୀମା ପଲିସି ପାଇଁ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଡିଜିଟାଲାଇଜେସନ୍କୁ ବାଧ୍ୟତାମୂଳକ କରିଛି । ଯାହା ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ । ଏହି ନିର୍ଦ୍ଦେଶ ଅନୁଯାୟୀ ଜୀବନ, ସ୍ୱାସ୍ଥ୍ୟ ଏବଂ ସାଧାରଣ ବୀମା ସମେତ ବିଭିନ୍ନ ବର୍ଗର ସମସ୍ତ ବୀମା ନୀତି ଇଲେକ୍ଟିନୋକିକ୍ ଭାବରେ ପ୍ରଦାନ କରାଯିବ । ଇ-ବୀମା କ୍ଷେତ୍ରରେ, ବୀମା ଯୋଜନାଗୁଡିକ ଏକ ସୁରକ୍ଷିତ ଅନ୍ଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ପରିଚାଳିତ ହେବ । ଯାହା ଇ-ଇନସୁରାନ୍ସ ଆକାଉଣ୍ଟ (EIA) ଭାବରେ ଜଣାଶୁଣା |

ସେହିପରି SBI କ୍ରେଡ଼ିଟ କାର୍ଡ ନିୟମରେ ଆସିଛି ପରିବର୍ତ୍ତନ । ବର୍ତ୍ତମାନ ଭଡା ଦେୟ ଉପରେ ପ୍ରାପ୍ତ ପୁରସ୍କାର ପଏଣ୍ଟ ଅର୍ଥାତ୍‌ ରିଓ୍ବାଡ୍‌ ପଏଣ୍ଟ ଗୁଡିକ ୧ ଏପ୍ରିଲରୁ ବନ୍ଦ ହୋଇଯିବ। ଏହା ଅଧୀନରେ SBI ର AURUM, SBI କାର୍ଡ ଏଲିଟ୍, SBI କାର୍ଡ ପଲ୍ସ, SBI କାର୍ଡ ଏଲିଟ୍ ଆଡଭାନ୍ଟେଜ୍ ଏବଂ ସିମ୍ପଲ୍ କ୍ଲିକ୍ କ୍ରେଡିଟ୍ କାର୍ଡରେ ଏହି ସୁବିଧା ବନ୍ଦ କରାଯାଉଛି ।