ନୂତନ ବର୍ଷ ରେ ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ଶହ ଶହ,ଲୋକଙ୍କର ଜନ ଗହଳି
ଅସ୍ତରଙ୍ଗ,୨୦୨୪ କୁ ବିଦାୟୀ ଜଣାଇ ୨୦୨୫ କୁ ସ୍ଵାଗତ କରିବା ଲକ୍ଷ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ବୁଧବାର ଦିନ ଶହ ଶହ,ଲୋକଙ୍କର ଜନ ଗହଳି ଓ ବଣ ଭୋଜି କରିଥିବା ଦେଖିବାକୁ ମିଳିଛି । ବହୁ ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀମାନେ ବଣ ଭୋଜି କରିବା,,ସମୁଦ୍ର ରେ ଗାଧୋଇ ମଜା ନେବାର ଓ ବିସ୍ଥିର୍ଣ୍ଣ ଝାଉଁ ଜଙ୍ଗଲ ପରିସରରେ ପର୍ଯ୍ୟଟକ ମାନଙ୍କ ପାଲ ଘେରା ଟେଣ୍ଟ ଭିତରେ ନାଚ ଗୀତର […] The post ନୂତନ ବର୍ଷ ରେ ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ଶହ ଶହ,ଲୋକଙ୍କର ଜନ ଗହଳି appeared first on Odisha.News.

ଅସ୍ତରଙ୍ଗ,୨୦୨୪ କୁ ବିଦାୟୀ ଜଣାଇ ୨୦୨୫ କୁ ସ୍ଵାଗତ କରିବା ଲକ୍ଷ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ବୁଧବାର ଦିନ ଶହ ଶହ,ଲୋକଙ୍କର ଜନ ଗହଳି ଓ ବଣ ଭୋଜି କରିଥିବା ଦେଖିବାକୁ ମିଳିଛି । ବହୁ ଦୂର ଦୁରାନ୍ତରୁ ଆସିଥିବା ଯାତ୍ରୀମାନେ ବଣ ଭୋଜି କରିବା,,ସମୁଦ୍ର ରେ ଗାଧୋଇ ମଜା ନେବାର ଓ ବିସ୍ଥିର୍ଣ୍ଣ ଝାଉଁ ଜଙ୍ଗଲ ପରିସରରେ ପର୍ଯ୍ୟଟକ ମାନଙ୍କ ପାଲ ଘେରା ଟେଣ୍ଟ ଭିତରେ ନାଚ ଗୀତର ମଜା ସହ,ନିକଟ ଦରିଆରୁ ମିଳୁଥିବା ମାଛ ର ବେଶର ,ମଟନ ଓ ବିଭିନ୍ନ ପ୍ରକାର ବ୍ୟଞ୍ଜନ, ର ଖାଦ୍ୟ ଏହି ବେଳାଭୂମିର ବିଶେଷ ଆକର୍ଷଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଖାଲି ସେତିକି ନୁହେଁ,ଏହି ବେଲା ଭୂମିରେ ଅଲିଭ ରିଡଲେ କଇଁଛ ଙ୍କ ଦ୍ଵାରା ସମୂହ ଅଣ୍ଡାଦାନ,ସମୁଦ୍ର ବକ୍ଷରେ ଡଲଫିନ ମାନଙ୍କ ଲୁଚକାଳି ଖେଳ,ଦେବୀ ମା ରେ ନାଲି କଙ୍କଡାଙ୍କ ବିଚରଣ,ରଙ୍ଗ ବେରଙ୍ଗର ପକ୍ଷୀ ଙ୍କ କୋଳାରବ,ଏହି ବେଲା ଭୂମିକୁ ବିଶେଷ ଆକୃଷ୍ଟ କରିଥାଏ । ତେଣୁକରି ପିର ଜାହାନିଆଁ ବେଳାଭୂମି ରେ ପର୍ଯ୍ୟଟକ ମାନଙ୍କ ସମସ୍ତ ସୁବିଧା ଥିବାରୁ ବର୍ଷ ତମାମ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ପ୍ରକୃଷ୍ଟ ନିରାପଦ ସ୍ଥାନ ମଣି ବଣ ଭୋଜି ସହ ମଜା ନେବାକୁ ଆସି ଥାନ୍ତି ବୋଲି ଜଣା ପଡିଛି । ଅପର ପକ୍ଷରେ ହଜାର ହଜାର ପର୍ଯ୍ୟଟକ ମାନଙ୍କ ଆଗମନକୁ ଆଖି ଆଗରେ ରଖି ଅସ୍ତରଙ୍ଗ ଥାନା ଆଇ ଆଇ ସି,ରାଜେଶ କୁମାର ବଳିଆରସିଂ ଙ୍କ ନେତୃତରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିବା ବେଳେ,ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଓ ସମୁଦ୍ରରେ ଗାଧୋଥିବା ଯାତ୍ରୀ ମାନଙ୍କ ସୁରକ୍ଷାଲାଗି ଲାଇଫ ଗ୍ୟାର୍ଡ୍ ସହ ପୋଲିସ ଫୋର୍ସ ଯୋଗାଇ ଦେବା ପାଇଁ ସହଧାରଣ ରେ ଦ ହେଉଛି ।
The post ନୂତନ ବର୍ଷ ରେ ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ଶହ ଶହ,ଲୋକଙ୍କର ଜନ ଗହଳି appeared first on Odisha.News.