ସୁବଳୟା ରେ ସାତ ଦିନ ଧରି ଚାଲିଥିବା ଝୁଲଣ ଯାତ୍ରା ଉଦଯାପିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ପ୍ରସିଦ୍ଧ ୧୧୭ ତମ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୭ ଦିନ ଧରି ସୁବଳୟା ବିଭିନ୍ନ କ୍ଳବ ଓ ମନ୍ଦିର ରେ ଭଗବାନ ରାଧାକୃଷ୍ଣ ଙ୍କୁ ସୁସଜ୍ଜିତ ଦୋଳିରେ ବସାଇ ପୂଜା କରିବା ସହ ପ୍ରତିଦିନ ସବୁ ମନ୍ଦିରରେ ଭାଗବତ ପାରାୟଣର ଆୟୋଜିତ ହୋଇଥିଲା । ଶ୍ରାବଣ ପୂର୍ଣ୍ଣିମା ଦିନ ସୁସଜ୍ଜିତ ରଥରେ ବିରାଜମାନ କରି ରାଧାକୃଷ୍ଣ ଙ୍କ ଯୁଗଳ […] The post ସୁବଳୟା ରେ ସାତ ଦିନ ଧରି ଚାଲିଥିବା ଝୁଲଣ ଯାତ୍ରା ଉଦଯାପିତ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ପ୍ରସିଦ୍ଧ ୧୧୭ ତମ ଝୁଲଣ ଯାତ୍ରା ଉଦଯାପିତ ହୋଇଯାଇଛି। ଗତ ୭ ଦିନ ଧରି ସୁବଳୟା ବିଭିନ୍ନ କ୍ଳବ ଓ ମନ୍ଦିର ରେ ଭଗବାନ ରାଧାକୃଷ୍ଣ ଙ୍କୁ ସୁସଜ୍ଜିତ ଦୋଳିରେ ବସାଇ ପୂଜା କରିବା ସହ ପ୍ରତିଦିନ ସବୁ ମନ୍ଦିରରେ ଭାଗବତ ପାରାୟଣର ଆୟୋଜିତ ହୋଇଥିଲା । ଶ୍ରାବଣ ପୂର୍ଣ୍ଣିମା ଦିନ ସୁସଜ୍ଜିତ ରଥରେ ବିରାଜମାନ କରି ରାଧାକୃଷ୍ଣ ଙ୍କ ଯୁଗଳ ପ୍ରତିମା କୁ ନେଇ ଏକ ଆଧ୍ୟାତ୍ମିକ ପରିବେଶରେ ନାମ ସଂକୀର୍ତ୍ତନ ତାଳରେ ରାତି ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲେ। ଏଥିରେ ସୁବଳୟା ସମସ୍ତ ସାଂସ୍କୃତିକ ଅନୁଷ୍ଠାନ,ବଡ ଦାଣ୍ଡର ବୀର ବଜରଙ୍ଗ କ୍ଲବ୍, ସାନ ଦାଣ୍ଡର ଶ୍ରୀରାମ ଚନ୍ଦ୍ର କ୍ଳବ, ଧୀବର ପଡା ବାବା ଅବଧୂତ କ୍ଳବ, ବଳଦେବ କ୍ଳବ ଓ ଗଡଭିତର ର ଭଗବତ କ୍ଳବ ସମେତ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଏଥିରେ ଅଂଶଗ୍ରହଣ କରିଥିଲେ। ନଗର ପରିକ୍ରମା ସମୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବଛା ବଛା ସଂକୀର୍ତ୍ତନ ମଣ୍ଡଳୀ, ମହିଳା ସଂକୀର୍ତ୍ତନ, ରେକର୍ଡ ଡାନ୍ସ ଆଦି ପରିବେଷତ ହୋଇଥିଲା। ଯାତ୍ରାରେ ସ୍ଥାନୀୟ ବ୍ଳକ ଉପାଧ୍ୟକ୍ଷ ସମେତ ବିଭିନ୍ନ ଜନପ୍ରତିନିଧି ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ସୁବଳୟା ଥାନା ଅଧୀକାରୀ ସୁଶାନ୍ତ ପ୍ରଧାନ ଙ୍କ ନେତୃତ୍ବରେ ଗୋଟିଏ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
The post ସୁବଳୟା ରେ ସାତ ଦିନ ଧରି ଚାଲିଥିବା ଝୁଲଣ ଯାତ୍ରା ଉଦଯାପିତ appeared first on Odisha.News.