ବିଜେପିର ଦକ୍ଷିଣ ଗୋଆ ପ୍ରାର୍ଥୀ ନିଜର ୨୫୦ରୁ କୋଟିରୁ ଅଧିକ ଟଙ୍କା ଥିବା ଘୋଷଣା କଲେ
ନୂଆଦିଲ୍ଲୀ : ଦକ୍ଷିଣ ଗୋଆ ଲୋକସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ପଲ୍ଲବି ଡେମ୍ପୋ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ବ୍ୟବସାୟୀ ଶ୍ରୀନିବାସ ଡେମ୍ପୋଙ୍କ ପତ୍ନୀ ପଲ୍ଲବି ଡେମ୍ପୋ ନିଜର ୨୫୦ କୋଟିରୁ ଅଧିକ ଟଙ୍କା ଥିବା ନିଜ ନିର୍ବାଚନ ସତ୍ୟପାଠ ଦ୍ବାରା ଘୋଷଣା କରିଛନ୍ତି। ପଲ୍ଲବିଙ୍କ ପ୍ରାର୍ଥିପତ୍ରରୁ ଜଣାପଡ଼ିଛି ଯେ ତାଙ୍କର ୨୧୭.୧୧ କୋଟି ଟଙ୍କାର ବଣ୍ଡ୍ ରହିଛି। ୧୨.୯୨ କୋଟି ଟଙ୍କାର ସଞ୍ଚୟ ରହିଛି ଏବଂ ପ୍ରାୟ ୨.୫୪ କୋଟି […]

ନୂଆଦିଲ୍ଲୀ : ଦକ୍ଷିଣ ଗୋଆ ଲୋକସଭା ନିର୍ବାଚନମଣ୍ଡଳିର ବିଜେପି ପ୍ରାର୍ଥୀ ପଲ୍ଲବି ଡେମ୍ପୋ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ବ୍ୟବସାୟୀ ଶ୍ରୀନିବାସ ଡେମ୍ପୋଙ୍କ ପତ୍ନୀ ପଲ୍ଲବି ଡେମ୍ପୋ ନିଜର ୨୫୦ କୋଟିରୁ ଅଧିକ ଟଙ୍କା ଥିବା ନିଜ ନିର୍ବାଚନ ସତ୍ୟପାଠ ଦ୍ବାରା ଘୋଷଣା କରିଛନ୍ତି। ପଲ୍ଲବିଙ୍କ ପ୍ରାର୍ଥିପତ୍ରରୁ ଜଣାପଡ଼ିଛି ଯେ ତାଙ୍କର ୨୧୭.୧୧ କୋଟି ଟଙ୍କାର ବଣ୍ଡ୍ ରହିଛି। ୧୨.୯୨ କୋଟି ଟଙ୍କାର ସଞ୍ଚୟ ରହିଛି ଏବଂ ପ୍ରାୟ ୨.୫୪ କୋଟି ଟଙ୍କାର ଯାନବାହନ ରହିଛି। ତାଙ୍କ ପାଖରେ ଥିବା ସୁନାର ମୂଲ୍ୟ ୫.୬୯ କୋଟି ଏବଂ ଅନ୍ୟ ଜିନିଷର ମୂଲ୍ୟ ପ୍ରାୟ ୯.୭୫ କୋଟି। ପଲ୍ଲବି ଡେମ୍ପୋ ଡେମ୍ପୋ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭିରିଆଟୋ ଫର୍ଣ୍ଣାଣ୍ଡିସଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ପଲ୍ଲବି ଡେମ୍ପୋଙ୍କ ସହ ଉତ୍ତର ଗୋଆର ବିଜେପି ପ୍ରାର୍ଥୀ ଶ୍ରୀପଦ ନାଇକ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ନାଇକ ଏବଂ ଡେମ୍ପୋଙ୍କ ସହ ରହିଥିଲେ। ଉଲ୍ଳେଖଯୋଗ୍ୟ ଯେ ମେ’ ୭ ତାରିଖରେ ଗୋଆରେ ଲୋକସଭା ନିର୍ବାଚନ ହେବ।