ଲାଇଟ୍ ଜାଳି ଶୋଇବା କେତେ ଭଲ
ସାଧାରଣତଃ ଛୋଟ ପିଲାଟିଏ ଶୋଇଥିବାବେଳେ ସେହି ଘରେ ଲାଇଟ୍କୁ ବନ୍ଦ କରାଯାଇନଥାଏ । କାରଣ ଲାଇଟ ଜଳିଲେ ପିଲାଟି ସୁରକ୍ଷିତ ଭାବେ ଶୋଇବ ଏହି ଧାରଣା ସମସ୍ତଙ୍କର ରହିଥାଏ । ହେଲେ ବଡ ମାନଙ୍କ କ୍ଷେତ୍ରରେ ଏହା ଭିନ୍ନ । କେତେ ବ୍ୟକ୍ତି ଅଛନ୍ତି ଲାଇଟ୍ ଜଳିଲେ ଶୋଇପାରୁ ନଥିବାବେଳେ କେତେକ ଅଛନ୍ତି ଯେଉଁମାନେ ଲାଇଟ୍ ନ ଲାଗିଲେ ଶୋଇପାରନ୍ତି ନାହିଁ । ଲାଇଟ୍ ଜାଳି ଶୋଇବାକୁ ନେଇ ସମସ୍ତଙ୍କର ଭିନ୍ନଭିନ୍ନ ମତ ରହିଥାଏ । ଏହାକୁ […]

ସାଧାରଣତଃ ଛୋଟ ପିଲାଟିଏ ଶୋଇଥିବାବେଳେ ସେହି ଘରେ ଲାଇଟ୍କୁ ବନ୍ଦ କରାଯାଇନଥାଏ । କାରଣ ଲାଇଟ ଜଳିଲେ ପିଲାଟି ସୁରକ୍ଷିତ ଭାବେ ଶୋଇବ ଏହି ଧାରଣା ସମସ୍ତଙ୍କର ରହିଥାଏ । ହେଲେ ବଡ ମାନଙ୍କ କ୍ଷେତ୍ରରେ ଏହା ଭିନ୍ନ । କେତେ ବ୍ୟକ୍ତି ଅଛନ୍ତି ଲାଇଟ୍ ଜଳିଲେ ଶୋଇପାରୁ ନଥିବାବେଳେ କେତେକ ଅଛନ୍ତି ଯେଉଁମାନେ ଲାଇଟ୍ ନ ଲାଗିଲେ ଶୋଇପାରନ୍ତି ନାହିଁ । ଲାଇଟ୍ ଜାଳି ଶୋଇବାକୁ ନେଇ ସମସ୍ତଙ୍କର ଭିନ୍ନଭିନ୍ନ ମତ ରହିଥାଏ । ଏହାକୁ ନେଇ ଅନେକ ସମୟରେ ଆଲୋଚନା ମଧ୍ୟ ହୋଇଥାଏ । ତେବେ ଏହା ପଛରେ କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଏକ୍ସପର୍ଟଙ୍କ ମତରେ ଅନ୍ଧାର ସ୍ଥାନରେ ଶୋଇବା ଦ୍ୱାରା ଆମ ଶରୀରର ନିଦ୍ରାକୁ ନେଇ ଥିବା ପାକୃତିକ ରିଦିମ୍ ବଜାୟ ରହିଥାଏ । ଲାଇଟ ବନ୍ଦ କରି ଶୋଇବା ଦ୍ୱାରା ଜଣେ ଶାନ୍ତିରେ ଶୋଇପାରିଥାଏ । ହେଲେ ଲାଇଟ ଜାଳି ଶୋଇବା ଦ୍ୱାରା ଜଣଙ୍କର ନିଦରେ ବ୍ୟାଘାତ ସୃଷ୍ଟି ହୋଇଥାଏ । କେବଳ ବ୍ୟାଘାତ ସୃଷ୍ଟି ହୋଇଥାଏ ତାହା ନୁହେଁ ନିଦର ମାନ ମଧ୍ୟ କମିଥାଏ । ଗୋଟିଏ ଛୋଟ ଡିମ୍ ଲାଇଟ୍ ମଧ୍ୟ ନିଦରେ ସମସ୍ୟା ସୃଷ୍ଟି କରିପାରେ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି । ଏହା ଆପଣଙ୍କୁ ପୂରା ଦିନ ମାନସିକ ସ୍ତରରେ ଅସୁବିଧାରେ ପକାଇପାରେ । କେତେକଙ୍କ କ୍ଷେତ୍ରରେ ଏହା ନିଦ୍ରାରେ ଅନିୟମିତତା ସୃଷ୍ଟି କରିଥାଏ । ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଇନ୍ସୋମେନିଆ କୁହାଯାଇଥାଏ । ଏହା ମୁଡ ସୁଇଂ ମଧ୍ୟ ବଢାଇଥାଏ, ଯେପରି କେତେକଙ୍କ କ୍ଷେତ୍ରରେ ଡିପ୍ରେସନ୍, ଆଙ୍ଗ୍ଜାଇଟି ଆଦି ଦେଖିବାକୁ ମିଳିଥାଏ ବୋଲି ଏକ୍ସପର୍ଟ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ ଏହି ସମସ୍ତ ଲକ୍ଷଣ ସମସ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିବ ବୋଲି ସେଭଳି କିଛି ନିର୍ଦ୍ଧିଷ୍ଟତା ନାହିଁ । ବିଭିନ୍ନ ବ୍ୟକ୍ତିଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ ଲକ୍ଷଣ ଦେଖିବାକୁ ମିଳିଥାଏ । କେତେକଙ୍କ କ୍ଷେତ୍ରରେ ଲାଇଟ୍ ଜାଳି ଶୋଇବା ଦ୍ୱାରା କୌଣସି ସମସ୍ୟା ଦେଖିବାକୁ ମଧ୍ୟ ମିଳିନଥାଏ । ତେଣୁ ଆପଣ ଯଦି ଲାଇଟ୍ ଜାଳି ଶୋଇବା ଦ୍ୱାରା କୌଣସି ଶାରୀରିକ ଅସୁବିଧା ହେଉ ନାହିଁ, ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ନୁହେଁ । ହେଲେ ଯଦି ଉପରେକ୍ତ କୌଣସି ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।